ବାଲୁଗାଁ:-ଚିଲିକା ବ୍ଲକ ବଡ଼କୁଳ ପଞ୍ଚୟତ ଅନ୍ତର୍ଗତ ନୂଆଗଡ଼ ସ୍ଥିତ ମା ଚଣ୍ଡିଦେବୀଙ୍କ ଅଶୋକାଷ୍ଟମୀ ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି।ଏଇତିହାସିକ ଚଣ୍ଡୀ ପୀଠରେ ଦୀର୍ଘ ଦିନ ଧରି ମାଙ୍କ ପୂଜାର୍ଚ୍ଚନା କରାଯାଉଥିବା ବେଳେ ବିଗତ ବର୍ଷ ଠାରୁ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଏହି ଉତ୍ସବ ଜାରିରହିଛି।ଆଜି ପ୍ରାତଃ କାଳରେ ଅଙ୍କୁରାରୋପଣ,ଜଳଯାତ୍ରା ସହ ଯଜ୍ଞ ଶାଲା ପ୍ରଵେଶ ହୋଇଥିଲା।ସୂର୍ଯ୍ୟଦ୍ବୟ କାଳରୁ ସୂର୍ଯ୍ୟ ପୂଜା,ଶାଲା ପୂଜା ସହ ଯଜ୍ଞ ଆରମ୍ଭ ହୋଇ ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଯାଇଛି।ଅଞ୍ଚଳର ଆରାଧ୍ୟ ତଥା ପ୍ରତିମା ଠାକୁରାଣୀ ମା ଚଣ୍ଡୀଦେବୀଙ୍କ ପୀଠରେ ଆଖପାଖ ଅଞ୍ଚଳର ଗ୍ରାମବାସୀ ଏବଂ ଦାତାଙ୍କ ସହାୟତାରେ ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବରରେ ଅଶୋକାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମାଙ୍କ ଅପାର କରୁଣା ତଥା ଅଞ୍ଚଳର ପ୍ରତ୍ୟକ୍ଷ ଦେବୀପୀଠ ହୋଇଥିବାରୁ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।ଦର୍ଶକଙ୍କ ମନୋରଞ୍ଜନ ନିମିତ୍ତ ନୟାଗଡ଼ ରାମ ନାଟକ 'ସୀତା ଚୋରି' ପରିବେଷଣ କରାଯାଇଥିଲା।ଲୋକଙ୍କ ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟି, କମିଟି ସଦସ୍ୟ ଏବଂ ଆଖପାଖ ଅଞ୍ଚଳବାସୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ବାଲୁଗାଁ ରୁ ଆଦିତ୍ୟ ବେହେରା ଙ୍କ ରିପୋର୍ଟ ସଂଘର୍ଷ ଟିଭି
ମା ଚଣ୍ଡିଦେବୀଙ୍କ ଅଶୋକାଷ୍ଟମୀ ଉତ୍ସବ
By: SANGHARSA TV
0
Tags
sangharsatv


