ଭୁବନେଶ୍ୱର-ତା-18.3.2023-ବିଏସଏନଏଲର 19 ତମ "ସର୍ବ ଭାରତୀୟ ଟେବୁଲ ଟେନିସ ଟୁର୍ନାମେଣ୍ଟ -2022-23" ର ଉଭୟ ମହିଳା ଓ ପୁରୁଷ ବିଭାଗ ଟୁର୍ଣ୍ଣାମେଣ୍ଟର ସମାପନ ଓ ପୁରସ୍କାର ବିତରଣ ସମାରୋହ ଆଜି ଭୁବନେଶ୍ୱର ସହିଦନଗର ସ୍ଥିତ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଏସଏନଏଲ ଓଡିଶା ପରିମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ରୁଦ୍ର ନାରାୟଣ ପଲାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହର ମୁଖ୍ୟ ଅତିଥି ଭାବେ ବିଏସଏନଏଲ ବୋର୍ଡ(ମାନବ ସଂମ୍ୱଳ), ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଭଡନେରକର ଙ୍କ ସଦୟ ଉପସ୍ଥିତିରେ ଏହି ଉତ୍ସବ ଉଦଯାପିତ ହୋଇଯାଇଛି ଏବଂ ସମସ୍ତ ବିଜେତାମାନଙ୍କୁ ଟ୍ରଫି, ପଦକ ଏବଂ ପ୍ରମାଣପତ୍ର ସହିତ ସମ୍ୱର୍ଦ୍ଧିତ କରାଯାଇଛି । ତା.15.3.23 ରୁ ଆରମ୍ଭ ହୋଇଥିବା ଏହି ଚାରି ଦିନିଆ ଟେବୁଲ ଟେନିସ୍ କ୍ରୀଡା ଉତ୍ସବରେ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ସମଗ୍ର ଭାରତରୁ 18 ଟି ରାଜ୍ୟ BSNL ସର୍କଲ୍ ଅଂଶଗ୍ରହଣ କରିଥିଲେ । ଦଳଗତ ପୁରୁଷ ବର୍ଗରେ, ମଧ୍ୟ ପ୍ରଦେଶ-ସ୍ୱର୍ଣ୍ଣ, ଆସାମ-ରୌପ୍ୟ ଓ ପଶ୍ଚିମ ବଙ୍ଗ-ବ୍ରୋଞ୍ଚ ପଦକ ବିଜେତା, ବ୍ୟକ୍ତିଗତ ପୁରୁଷ ବିଭାଗରେ ପଙ୍କଜ ପ୍ରୀତମ(ଆସାମ)-ସ୍ୱର୍ଣ୍ଣ, ସମର ଘୌରୀ(ମଧ୍ୟପ୍ରଦେଶ)-ରୌପ୍ୟ ଓ ଏମ୍ ହେମନ୍ତ କୁମାର(ତାମିଲନାଡୁ)-ବ୍ରୋଞ୍ଚ ପଦକ ବିଜେତା ଭାବେ ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ସେହିଭଳି ପୁରୁଷ ଡବଲ୍ ବିଭାଗରେ ମଧ୍ୟପ୍ରଦେଶ-ସ୍ୱର୍ଣ୍ଣ, ଆସାମ-ରୌପ୍ୟ ଓ ତାମିଲ ନାଡୁ, ବ୍ରୋଞ୍ଚ ପଦକ ଜିତି ପୁରସ୍କୃତ ହୋଇଛନ୍ତି। ସେହିଭଳି ଦଳଗତ ମହିଳା ବର୍ଗରେ ପଞ୍ଜାବ-ସ୍ୱର୍ଣ୍ଣ, ତାମିଲନାଡୁ-ରୌପ୍ୟ ଓ ମହାରାଷ୍ଟ୍ର-ବ୍ରୋଞ୍ଚ ପଦକ ବିଜେତା ହୋଇଛନ୍ତି। ଏକକ ମହିଳା ଟେବୁଲ ଟେନିସ୍ ବର୍ଗରେ ସାଲି ଧାୱନ- ସ୍ୱର୍ଣ୍ଣ, ଭାବନା ପନ୍ତ-ଉତ୍ତରାଖଣ୍ତ, ରୌପ୍ୟ ଓ ମନ୍ଦାକୀନି-ପଞ୍ଜାବ, ବ୍ରୋଞ୍ଚ ପଦକର ବିଜେତା ଭାବେ ପୁରସ୍କୃତ ହୋଇଛନ୍ତି। ମହିଳା ଡବଲ୍ସ ବର୍ଗରେ ପଞ୍ଜାବ- ସ୍ୱର୍ଣ୍ଣ, ଛତିଶଗଡ-ରୌପ୍ୟ ଓ ତାମିଲ ନାଡୁ ବିଏସଏନଏଲ ସର୍କଲ ବ୍ରୋଞ୍ଚ ପଦକ ବିଜେତା ଭାବେ ସସସ୍ତ କ୍ରୀଡା ପ୍ରେମୀଙ୍କ ହୃଦୟ ଜିତିଛନ୍ତି। ଏହି ସମାବେଶକୁ ସ୍ୱାଗତ କରିବା ଅବସରରେ ଓଡିଶା ଦୂରସଂଚାର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର ଉପସ୍ଥିତ ସମସ୍ତ ଖେଳାଳୀ, ସେମାନଙ୍କର ଟିମ ମ୍ୟାନେଜର, ମୁଖ୍ୟ ରେଫରୀ, ଟେକନିକାଲ ଡେଲିଗେଟ ଓ ଅବଜରଭର ଙ୍କ ସହଯୋଗ କୁ ସାଧୁବାଦ ପ୍ରଦାନ କରିଥିଲେ। ସମାରୋହକୁ ସମ୍ବୋଧିତ କରି ନିର୍ଦ୍ଦେଶକ (ମାନବସଂବଳ) ଶ୍ରୀ ଅରବିନ୍ଦ ଭଡନେରକର, ଓଡିଶା ବିଏସଏନଏଲ ସ୍ପୋର୍ଟସ ଆଣ୍ଡ ସାଂସ୍କୃତିକ ବୋର୍ଡକୁ ପ୍ରଶଂସା କରି, 19ତମ ସର୍ବଭାରତୀୟ ଟେନିସ କ୍ରୀଡ଼ାକୁ ସଫଳତା ସହ ସମ୍ପନ୍ନ କରିଥିବାରୁ ଧନ୍ୟବାଦ ପ୍ରଦାନ କରିବା ସହ ଓଡିଶା କ୍ରୀଡା ଇତିହାସ ର ବିଶେଷ ପ୍ରଶଂସା ଓ ଓଡିଶାର ଏୈତିହକୁ ସ୍ମରଣ କରିଥିଲେ। ସମଗ୍ର ରାଜ୍ୟରେ ଟେଲି ଯୋଗାଯାଗ ସେବା ଓ ଓଡିଶାର ନାଗରିକମାନଙ୍କୁ ଉଚ୍ଚ ମାନର ଟେଲିକମ୍ ନେଟୱାର୍କ ଯୋଗାଇ ଦେଇଥିବାରୁ ସେ ବିଏସ୍ଏନ୍ଏଲ୍ ଓଡିଶାକୁ ପ୍ରଶଂସା ମଧ୍ୟ କରିଥିଲେ । ସମାରୋହର ଅନ୍ୟତମ ସମ୍ମାନିତ ଅତିଥି ଦୂରସଂଚାର ଓଡିଶା ଏଲଏସଏ ମୁଖ୍ୟ, ଶ୍ରୀ ବିଜୟକୁମାର ନାୟକ, ତାଙ୍କ ଅଭିଭାଷଣ ରେ ଏହିପରି କ୍ରୀଡା ଆୟୋଜନ ଯୋଗୁଁ ବିଏସ୍ଏନ୍ଏଲ୍ କର୍ମଚାରୀମାନଙ୍କ ମଧ୍ୟରେ ଆତ୍ମବଳ ବିକଶିତ ହେବା ସହ କାର୍ଯ୍ୟ କରିବାର ଆଗ୍ରହ ବଢିବା ବିଷୟରେ କ୍ରୀଡାବିତ୍ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଚେୟାରମ୍ୟାନ୍ ଆୟୋଜକ କମିଟି ତଥା ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ରୁଦ୍ର ନାରାୟଣ ପଲାଇ ତାଙ୍କ ସମ୍ୱୋଧନରେ ସମସ୍ତ ଅଂଶଗ୍ରହଣକାରୀ ଖେଳାଳୀ ମାନଙ୍କୁ ଜଣେ ଜଣେ ବିଜେତା ବୋଲି କହିବା ସହ ଟ୍ରଫି ଏବଂ ପଦକ କେବଳ ମାତ୍ର ପ୍ରୋତ୍ସାହନ ବୋଲି କହିବା ସହ ନିଜ ନିଜର ସଫଳତା ଅନ୍ୟର ପ୍ରେରଣା ହେଉ ବୋଲି ନିଜର ମତ ବ୍ୟକ୍ତ କରିଥିଲେ । ମୁଖ୍ୟ ରେଫରି ଜି ସତ୍ୟ ହରିବାକୁ, ତାଙ୍କ ବକ୍ତବ୍ୟରେ ସମସ୍ତ କ୍ରୀଡାବିତ୍, ଟିମ ମ୍ୟନେଜର, ତଥା ସଫଳ ଆୟୋଜକ ଭାବେ ଓଡିଶା ବିଏସଏନଏଲକୁ ଭବ୍ୟ ସଂବର୍ଦ୍ଧନା ଦେଇଥିଲେ । ଶ୍ରୀ ଦୁଷ୍ମନ୍ତ କୁମାର ବେହେରା, ପ୍ରଧାନ ମହାପ୍ରବନ୍ଧକ ଏହି ଅବସରରେ ଟୁର୍ଣ୍ଣାମେଣ୍ଟ କମିଟିର ସଚିବ, ଶ୍ରୀ ବନଜ କୁମାର ଦାସ, ଆତିଥେୟତା ଓ ପରିବହନ କମିଟି ସଚିବ ନୃସିଂହ ଚରଣ ଦାସ, ପ୍ରେସ ଓ ପ୍ରସାରଣ ସମିତି ସଚିବ ଭାଗ୍ୟରଂଜନ ଜେନା, ବିତ୍ତ ସଚିବ ନିଶାକର ସାହୁ, ପୁରସ୍କାର ଓ ଖାଦ୍ୟ କମିଟି ସଚିବ ଶ୍ରୀ ଦେବେନ୍ଦ୍ର କୁମାର ପ୍ରଧାନ ତଥା ସମସ୍ତ ସମିତି ସଭ୍ୟ ମାନଙ୍କର ସହଯୋଗ ଓ ସାମଗ୍ରିକ ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ । ଏହି ସମାରୋହରେ ସର୍ବଶ୍ରୀ ମନୋଜ କୁମାର ପଟେଲ, ସଂଜୟ କୁମାର ଗୁପ୍ତା, ବିଶ୍ୱରଂଜନ ପାଣିଗ୍ରାହୀ, ଶଶୀଦେବ ଦୁର୍ଗା, ଗୁରୁଦାସ ମେହେର, ଜି.କେ ୟାଦବ, ପ୍ରଦୀପ୍ତ କୁମାର ମଲ୍ଲିକ, ହମ୍ବେ ହେମ୍ବ୍ରମ, ଏସ କେ ରାଉତ, ଅଖିଲ କୁମାର ନାୟକ, ସତ୍ୟବ୍ରତ ମିଶ୍ର, ବିଜୟ କୁମାର ବେହେରା, ତପସ୍ୱୀ ପ୍ରସାଦ ବେହେରା, ମନସେନ୍ଦୁ ଦାସ, ଶୈଳେଶ ମହାପାତ୍ର, ଅଶୋକ କୁମାର ପାଲ, ରବିନ୍ଦ୍ର କୁମାର ବେଉରା ପ୍ରମୁଖ ବରିଷ୍ଠ ଅଧିକାରୀ ଓ ଓଡିଶା ଦୂରସଂଚାର ପରିମଣ୍ଡଳର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଏହି କ୍ରୀଡା ସମାରୋହକୁ ସଫଳ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି କ୍ରୀଡା ଧ୍ୱଜକୁ ଅବତରଣ କରିବା ସହ ଏହି ସମାରୋହ ସମାପ୍ତ ବୋଲି ଘୋଷଣା କରିଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ଦିପ୍ତୀ ଭୁୟାଁ ପରିଚାଳନା କରିଥିଲେ ।
BSNL ର 19 ତମ "ସର୍ବ ଭାରତୀୟ ଟେବୁଲ ଟେନିସ ଟୁର୍ଣ୍ଣାମେଣ୍ଟ -2022-23"-ଉଦଯାପନ୍
By: SANGHARSA TV
0