ଆସିକା- 02/04/23
ସ୍ଥାନୀୟ ମୁକ୍ତେଶ୍ୱେର ମନ୍ଦିର ପ୍ରାଙ୍ଗଣରେ ଘୁମୁସର ମଣ୍ଡଳ ଚଉଦ ଅଞ୍ଚଳ ଓଡ଼ିଆ ସମାଜ ର ବାର୍ଷିକ ମହାଧିବେଶନ ସଭlପତି ବିଜୟ ଦଳାଇ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା l ଏହି ମହା ଅଧିବେଶନ ରେ ସମାଜ ର ଉପ ସଭାପତି ସୂର୍ଯ୍ୟ କାନ୍ତ ପରିଡା, ସାଧାରଣ ସମ୍ପାଦକ ସ୍ବଦେଶ ଦଳାଇ ପ୍ରମୁଖ ମଂଚାସୀନ ରହିଥିଲେ l ଏହି ମହାଅଧିବେସନ ର ଅନ୍ତିମ ଦିବସ ରେ ଆସିକା ଏନ ଏ ସି ଉପାଧକ୍ଷା ଜୟନ୍ତୀ ବିଷୋୟୀ, ଜିଲ୍ଲା ପରିଷଦ ସଦସ୍ୟା ଅନିମା ପରିଡା,ବାଲିପଦର ସରପଞ୍ଚ
ରାଜ ଲଷ୍ମୀ ପ୍ରଧାନ, 2 ଜଣ ମହିଳା କାଉନସିଲର,53 ଜଣ ବିଦ୍ୟାର୍ଥୀ ଙ୍କୁ ସଂମାନ୍ନୀତ କରାଯାଇଛି l ନିଜ ଘର ପରିଚାଳନା କରିବା ପାଇଁ ଯେଭଳି ମହିଳା ଆବଶ୍ୟକ ସେଭଳି ସମାଜ ଗଠନ ଓ ସୁଦୃଢ ପାଇଁ ମଧ୍ୟ ମହିଳା ମାନଙ୍କ ଅବଦାନ ଶିକ୍ଷାର୍ଥୀ ମାନଙ୍କ ଅବଦାନ ଗୁରୁତ୍ୱ ପୂର୍ଣ୍ଣ ରହିଛି l ଘୁମୁସର ମଣ୍ଡଳ ଚଉଦ ଅଞ୍ଚଳ ଓଡ଼ିଆ ସମାଜ ମହିଳା ମାନଂକୁ ଉଚ୍ଚଶିକ୍ଷା ପାଇଁ , ରାଜନିତି କ୍ଷେତ୍ରରେ,ସାମଜ ସେବା କାର୍ଯ୍ୟ କରିବାକୁ ସୁବିଧା ସୁଯୋଗ ଦେଉଥିବାରୁ କୂଳ ସମାଜ ର ସମସ୍ତ ପଦ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଶେଷରେ କୂଳ ସାମଜ ସୁଦୃଢ ଏବଂ ସୁଶାସନ ରେ ପରିଚାଳନା ପାଇଁ ଯୁବବର୍ଗ କୁ ଅଗ୍ରଧିକାର ଦିଆ ଯାଇ ନୂତନ କମିଟି ଗଠନ କରାଯାଇଛି l ଏଭଳି ସଂମାନ୍ନୀତ କାର୍ଯ୍ୟକ୍ରମ କୁ ଅନେକ ସଦସ୍ୟ ଏହାକୁ ସ୍ୱାଗତ କରିଛନ୍ତି l