//BREAKING//
Loading...

ନବ ନିର୍ବାଚିତ ବାର ଆସୋସିଏସନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ


ଆସିକା ବାର ଆସୋସିଏସର ନବ ନିର୍ବାଚିତ ସଦସ୍ୟ ମାନଙ୍କ ଶପଥ ଗ୍ରହଣ. ବିଜ୍ଞପ୍ତି ପ୍ରକାରେ 2023-24 ବାର ଆସୋସିଏସନ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା. ସର୍ବମୋଟ 6ଟି ପଦବୀ ପାଇଁ ଜଣେ ଲେଖାଏଁ ନାମାଙ୍କନ ଦାଖଲ କରିଥିଲେ.ଆସିକାର ଜଣାଶୁଣା ବରିଷ୍ଠ ଓକିଲ ରବୀନ୍ଦ୍ର ନାଥ ଶର୍ମା ସଭାପତି ରୂପେ ନିର୍ବାଚିତ ହୋଇଥିବା ବେଳେ ରାମଚନ୍ଦ୍ର ମିଶ୍ର ଉପ ସଭାପତି, ନାରାୟଣ ମୁନି ସମ୍ପାଦକ, ନୀଳାମ୍ବର ବେହେରା ସହ ସମ୍ପାଦକ, ସନ୍ତୋଷ କୁମାର ମିଶ୍ର କୋଷାଧ୍ୟକ୍ଷ ଏବଂ ସିମାଞ୍ଚଳ ସେଠି ଲାଇବ୍ରେରୀ ସମ୍ପାଦକ ଭାବେ ମନୋନୀତ ହୋଇ ଶପଥ ଗ୍ରହଣ କରିଛନ୍ତି. ଆସିକା କୋର୍ଟ ନିକଟରେ ଥିବା ମଧୁସୂଦନ ଦାଶଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶପଥ ଗ୍ରହଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା.ନବ ନିର୍ବାଚିତ ସମସ୍ତ କର୍ମକର୍ତ୍ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି.

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe