ଆସିକା 16/04-ନିପ୍ର ପୂର୍ତ୍ତ ବିଭାଗ ଅଧୀନ ଆସିକା ଜାତୀୟ ରାଜପଥ ନମ୍ବର 157 ଝଗଡେଇ ଛକ ଠାରୁ ଭାୟା ଜାହାଡା ଦେଇ ସୋରଡ଼ା ନୂଆଗାଁ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ.ଏହି ମୋଟ 30କିଲୋମିଟର ରାସ୍ତାରୁ 24କିଲୋମିଟର ରାସ୍ତାର ଉନ୍ନତି କରଣ ପାଇଁ ନାବାର୍ଡ ସହାୟତାରେ 24କୋଟି 50ଲକ୍ଷ ବ୍ୟୟ ଅଟକଳ ରହିଛି.ଆଜିର ଏହି ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ଆସିକା ବ୍ଲକ ଉପାଧ୍ୟାକ୍ଷା ରେଶମା ଦୋରା,ଜିଲ୍ଲା ପରିଷଦ ଅନିମା ପରିଡା, ଜିଲ୍ଲା ପରିଷଦ3 ବି.ମନୋଜ ଦୋରା ମଙ୍ଗଳପୁର ସରପଞ୍ଚ ଦେବରାଜ ନାହାକ,ଗଙ୍ଗାପୁର ସରପଞ୍ଚ ମୁନା ନାହାକ, ସମିତି ସଭ୍ୟା ସୁଶ୍ରୀ ଗାୟତ୍ରୀ ଆଚାର୍ଯ୍ୟ, ଆସିକା ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ,ରେଶ୍ମିତା ସେନାପତି,ଅଭିମନ୍ୟୁ ନାହାକ, ପୂର୍ବତନ ଜିଲ୍ଲା ପରିଷଦ ସ୍ଵର୍ଣଲତା ନାୟକ, ପୂର୍ବତନ ସରପଞ୍ଚ କୁନା ପ୍ରଧାନ, ଜିତୁ ବିଷୋୟୀ,ନୀଳମାଧଵ ସ୍ୱାଇଁ ପୂର୍ତ୍ତ ବିଭାଗ କନିଷ୍ଠ ସହକାରୀ ଯନ୍ତ୍ରୀ ଚିରଞ୍ଜିବି ସାହୁ ଠିକାଦାର ଯୁଧିଷ୍ଠିର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ.
ଝଗଡେଇ ଓ ସୋରଡ଼ା ନୂଆଗାଁ ରାସ୍ତା ର ଭିତ୍ତି ପ୍ରସ୍ତର ସ୍ଥାପନ
By: SANGHARSA TV
0
Tags
ଜିଲ୍ଲା news