//BREAKING//
Loading...

ବଡୁଆ ଗ୍ରାମରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ |


ରେମୁଣା୨୭/୪:ଏହି ବ୍ଲକ ଅନ୍ତର୍ଗତ ବଡୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଇମାମୀ ପେପର ମିଲସ ପକ୍ଷରୁ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଡୁଆ, ବାସୁଖୁଣ୍ଟା, କୁଚିଳାପଦା, ବିମ୍ବୁରିଆ, ଆର୍ମଳା, ନରହରିପୁର ପ୍ରଭୃତି ଗ୍ରାମରୁ ଆସିଥିବା ଦୁଇଶହରୁ ଉର୍ଧ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ବିନା ମୂଲ୍ୟରେ ଔଷଧ ବିତରଣ କରାଯାଇଥିଲା । ଇମାମୀର ମାନବ ସମ୍ବଳ ବିଭାଗର ମହା ପ୍ରବଂଧକ ଡଃ ୟୁସୁଫ ଅଲ୍ଲୀ ସୋଲାଂକୀ, ଜନସଂପର୍କ ବିଭାଗର ସହକାରୀ ମହା ପ୍ରବଂଧକ ମନୋଜ କୁମାର ପାଢୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଶିବିରରେ ହୋମିଓପ୍ୟାଥି ଚିକିତ୍ସକ ଡା. ଗଜେନ୍ଦ୍ର ମହାରଣା, ଆୟୁର୍ବେଦ ଚିକିତ୍ସକ ଡା. ପ୍ରଦୀପ ଜେନା ରୋଗୀମାନଂକର ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳରାମ ପଣ୍ତା ଓ ଅନ୍ୟାନ୍ୟ ଶିକ୍ଷକ ବୄନ୍ଦ,ସାମାଜିକ କର୍ମୀ ଗୋପିନାଥ ମହାପାତ୍ର, ନରେନ୍ଦ୍ର ମଳିକ ,ରବି ରାଉତ ଶିବିର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ଅଂଚଳବାସୀଙ୍କ ପକ୍ଷରୁ ଏଥିପାଇଁ ଇମାମୀ ପେପର ମିଲସ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି |

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe