ଦିଗପହଣ୍ଡି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ସମ୍ପୃକ୍ତ ଜଣେ ସ୍ଥାନୀୟ ଠିକାଦାରଙ୍କ ସୌଜନ୍ୟରୁ ଦୀର୍ଘ ୨ ମାସ ହେଲା ନାମିଦାମୀ ଶ୍ରମିକ ମାନଙ୍କ ବାସଗୃହ ହୋଇଯାଇଛି. ଏହି ଶ୍ରମିକମାନେ ବାହାର ରାଜ୍ୟରୁ ଆସି ଏଠି ଶୀତତାପ ନିୟନ୍ତ୍ରିତ pwd ବଙ୍ଗଳା ରେ ଆରାମ କରି ମଦ୍ୟପାନ କରୁଛନ୍ତି କିନ୍ତୁ ବାହାରେ ଡହ ଡହ ମୁଣ୍ଡ ଫଟା ଖରାରେ ଠିଆ ହୋଇଥିବା ସାମ୍ବାଦିକ ମାନଙ୍କୁ ଭିତରେ ପ୍ରବେଶ ନିଷେଧ ଅଛି.ଅନ୍ତତଃ ମାନବିକତା ଦୃଷ୍ଟିରୁ ସାମ୍ବାଦିକମାନଙ୍କୁ ଭିତରେ ବସିବା ପାଇଁ କୁହାଯାଇପାରିଥାନ୍ତା କିନ୍ତୁ ବଡ଼ବାବୁ ଙ୍କ ନିର୍ଦ୍ଧେଶ ନଥିବା କହି ଅପମାନିତ କରାଗଲା.ଏଠାରେ ପ୍ରଶ୍ନ ଉଠୁଛି ଏହି ଡାକବଙ୍ଗଳା କାହା ବାପା ସମ୍ପତ୍ତି କି?ନଚେତ କାହା ଅନୁମତିରେ ଏହି ଡାକବଙ୍ଗଳା ଶ୍ରମିକମାନଙ୍କୁ ଦିଆଯାଇଛି. କେତେ ଟଙ୍କା ଦୈନିକ ଲାଞ୍ଚ ନେଇ pwd କର୍ମଚାରୀ ଚୁପ ଅଛନ୍ତି.ଏହିମାନେ ରହିବା ପାଇଁ କୌଣସି ସରକାରୀ ଅନୁମତି ପତ୍ର କିମ୍ଵା ରସିଦ କଟାଯାଇ ନାହିଁ.ଏହି pwd ବଙ୍ଗଳା ଭଡ଼ା ଦିଗପହଣ୍ଡି pwd sdo ଭରଣା କରିବେ ନା ଅନ୍ୟ କେହି ଠିକାଦାର ଦେବେ.ସରକାରୀ ପଦବୀର ଅପବ୍ୟବହାର କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି. ନଚେତ ଆଗାମୀ ଦିନରେ ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରତିବାଦ କରାଯିବ.
ସାମ୍ବାଦିକମାନଙ୍କୁ ଭିତରେ ବସିବା ପାଇଁ କୁହାଯାଇପାରିଥାନ୍ତା କିନ୍ତୁ ବଡ଼ବାବୁ ଙ୍କ ନିର୍ଦ୍ଧେଶ ନଥିବା କହି ଅପମାନିତ
By: SANGHARSA TV
0