ଆଙ୍କର-ଆସିକା ବ୍ଲକ ଖାରିଆ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇ ଯାଇଛି "ମୋ ଗାଁରେ ଉତ୍କଳ ଦିବସ". ସରପଞ୍ଚ ଜୟନ୍ତୀ ସାହୁ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆସିକାର ପୁରାତନ ସାହିତ୍ୟ ଅନୁଷ୍ଠାନ ସମ୍ଭାବନା ସାରସ୍ୱତ ସାଂସ୍କୃତିକ ପରିଷଦ ଏକ ସାହିତ୍ୟ ସମାବେଶ କରିବା ସହିତ ଉତ୍କଳ ଦିବସର ମହତ୍ୱ ଓ ଓଡିଆ ଭାଷା ସାହିତ୍ୟର ଅବଦାନ ସମ୍ପର୍କରେ ଆଲୋଚନା କରାଯାଇ ଥିଲା. ଆସିକା ବିଧାୟିକା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଅନୁଷ୍ଠାନର ସଭାପତି ସୁଖେନ୍ଦୁ କୁମାର ଦାଶ ସଭାପତିତ୍ୱ ଆସନ ଅଳଙ୍କୃତ କରିଥିଲେ.ସମ୍ଭାବନା ସାଂସ୍କୃତିକ ସାରସ୍ୱତ ସାହିତ୍ୟ ପରିଷଦ ପକ୍ଷରୁ ମୋ ଗାଁରେ ଉତ୍କଳ ଦିବସ ପାଳନ କରାଯିବା ସହିତ ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବହୁ କବି କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା.ସମ୍ମାନିତ ଅତିଥି ଭାବେ ବ୍ଲକ ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡା,ବରିଷ୍ଠ ସାହିତ୍ୟିକ ଶରତ ଚନ୍ଦ୍ର ପଣ୍ଡା,ବଂଶୀଧର ରଥ, ଅରବିନ୍ଦ ପଣ୍ଡା, ଇ ମାହେଶ୍ୱରୀ ଦୋରା, ନବଘନ ପରିଡା,ସମିତି ସଭ୍ୟା ସୌଦାମିନୀ ନାହାକ, ବ୍ଲକ ଉପଧ୍ୟକ୍ଷା ରେଶ୍ମା ଦୋରା,ଟି ଭାସ୍କର ରାଓ ପ୍ରମୁଖ ଯୋଗଦେଇଥିଲେ. ଉପସ୍ଥିତ କବି ଓ କବୟିତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ. ଗୁରୁ ଅଭୟ ପରିଡାଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଶୁଭଶ୍ରୀ ନାୟକ ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ.କବି ବୁଲୁ ବେହେରା, ପ୍ରଶାନ୍ତ ନାୟକ, ବଂଶୀଧର ନାହାକ, ଲଡୁ କିଶୋର ବିଷୋୟୀ, ସିମାଞ୍ଚଳ ବାଡ଼ତ୍ୟା ପ୍ରମୁଖ ଉପସ୍ଥିତ ଥିଲେ. ଯୁବ ସମାଜସେବୀ ଶଙ୍କର ସେଠି, କାଳିଆ ରେଡ୍ଡୀ, ନାରାୟଣ ଡାକୁଆ, ଦିଲ୍ଲୀପ କୁମାର ନାହାକ, ସୋମ୍ୟ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ.ଅନୁଷ୍ଠାନର ସମ୍ପାଦକ ରବୀନ୍ଦ୍ର କୁମାର ମଲ୍ଲ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ.ବରିଷ୍ଠ ସମାଜସେବୀ ଭଗବାନ ସାହୁଙ୍କ ତ୍ବତ୍ତାବଧାନରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା.
ରିପୋର୍ଟ-ମନୋଜ କୁମାର ସାହୁ (ସଂଘର୍ଷ ଟିଭି )