ଆସିକା 20/04-କୋଟିନଡ଼ା ଥାନା ଅଧୀନ ଖାରିଆ ପଞ୍ଚାୟତ ଅନ୍ତର୍ଗତ ଆସିକା ବିଜ୍ଞାନ ମହାବିଦ୍ୟାଳୟ ସାମ୍ନାରେ ଲାଗିଥିବା 4ଗୋଟି ସି ସି ଟି ଭି କେମେରା ଗତ 17/04/2023 ତାରିଖ ରାତି ରେ କେହି ଦୁର୍ବୁର୍ତ୍ତ ଚୋରି କରି ନେଇଥିବା ଘଟଣା ସମ୍ପର୍କ ରେ ଖାରିଆ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଡେଙ୍ଗୁଆ ଶବର କୋଟିନଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ. ଅଭିଯୋଗ କୁ ଭିତ୍ତି କରି କୋଟିନଡ଼ା ଥାନା ପକ୍ଷରୁ କେସ ନମ୍ବର 97/23 ଧାରା 379 ପ୍ରକାରେ ମାମଲା ରୁଜୁ କରି 18/04/2023ରେ ଗୋଲାପଲ୍ଲୀ ଗ୍ରାମର ଏ. ଭୀମ ପାତ୍ର ର ପୁଅ ଏ. ରାଜା ପାତ୍ର ବୟସ 18 ଓ ପି ଯୁଧିଷ୍ଠିର ପାତ୍ର ର ପୁଅ ପି. ଶିବରାମ ପାତ୍ର ବୟସ 19କୁ ଗିରଫ କରି ପଚରା ଉଚରା ପରେ ସେମାନେ ଚୋରି କରିଥିବା କେମେରାକୁ ଟି.ପୁନିଆ ପାତ୍ର ଘରେ ରଖିଥିବା କଥା ପୋଲିସ ଆଗରେ ସ୍ୱୀକାର କରିଥିଲେ।ପୋଲିସ ଏହି ଚୋରି କେମେରା କୁ ଜବତ କରି ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।