ଆସିକା : ଆସିକା ଉତ୍କଳ ଆୟୁର୍ବେଦିକ ଫର୍ମାସିରେ ଫେକେଟିରା
ସୁପରଭାଇଜର ରାମଚନ୍ଦ୍ର ପାଢ଼ିଙ୍କୁ ଗତ ଫେବୃଆରୀ ମାସ ୪ ତାରିଖ ଅପରାହ୍ନ
୩ଘଣ୍ଟ ସମୟରେ ସେ ଫ୍ୟାକ୍ସି ଭିତରେ କାର୍ଯ୍ୟରତ ଅବସ୍ଥାରେ ଉତ୍କଳ
ଆୟୁର୍ବେଦିକ ଫାର୍ମାସୀର ନିର୍ଦେଶକ ସଂଜୀବ କୁମାର ମିଶ୍ର ଓ ସମ୍ପାଦକ
ନିରଞ୍ଜନ ମହାନ୍ତି ତାଙ୍କୁ ହଠାତ ବିଭିନ୍ନ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ
କରିବା ସହ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ।
ଏହି ସମୟରେ ଫ୍ୟାକ୍ତି ମଧ୍ୟରେ ଉପସ୍ଥିତ ଶ୍ରମିକ ମାନେ ବୁଝାସୁଝା କରିବା ଯୋଗୁଁ ସେମାନେ ସେଠାରୁ ଚାଲି ଯାଇଥିଲେ ଏନେଇ ରାମଚନ୍ଦ୍ର ପାଢ଼ୀ
ଡେପୁଟି ରେଜିଷ୍ଟର ବ୍ରହ୍ମପୁରଙ୍କ ନିକଟକୁ ଏକ ଲିଖ ଅଭିଯୋଗ କରିବା ସହ ଆସିକା ଥାନାରେ ଏକ ଲିଖତ ଅଭିଯୋଗ କରିଛନ୍ତି। ଉତ୍କଳ ଆୟୁର୍ବେଦିକ ଫର୍ମାସିରେ ପୂର୍ବରୁ ମଧ୍ୟ ଶ୍ରମିକ ମାନଙ୍କୁ ନିର୍ଯାତନା ଦେବାସହ ମିଥ୍ୟା କେସରେ ଜଡିତ କରିବା ଓ ମାରପିଟ କରିବା କଥା ନଜର ରହିଛି।ଆସିକା ଉତ୍କଳ ଫର୍ମାସି