//BREAKING//
Loading...

ଖୋର୍ଦ୍ଧା ଜିଲ୍ଲା ବାଣପୁର କାରାଗାରରେ କାର୍ଯ୍ୟରତ ଉପ ସହକାରୀ କାରାପାଳ ଙ୍କ ଆକସ୍ମିକ ମୃତ୍ୟୁ

ବାଣପୁର :-ଖୋର୍ଦ୍ଧା ଜିଲ୍ଲା ବାଣପୁର କାରାଗାରରେ କାର୍ଯ୍ୟରତ ଉପ ସହକାରୀ କାରାପାଳ ଜି. ଭିକାରି ପ୍ରଧାନ (59)ଙ୍କ ଆକସ୍ମିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ସୂଚନା ମୁତାବକ ଗତକାଲି ରାତିରେ ଜେଲ କାର୍ଯ୍ୟସାରି ନିଜ ସରକାରୀ ବାସଭବନରେ ବିଶ୍ରାମ ନେଉଥିବା ସମୟରେ ହଠାତ କାରାପାଳ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଜେଲ କର୍ମଚାରୀ ମାନେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା l ସଙ୍ଗେସଙ୍ଗେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ରେଫର କରାଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ବେଳେ ମୃତଦେହ ବାଣପୁର ମେଡ଼ିକାଲରେ ରଖାଯାଇଛି l ତେବେ ଏହା ହୃଦଘାତ ଲାଗି ହୋଇଥାଇପାରେ ବୋଲି ଜେଲ ସୁପରିଟେଣ୍ଡେଣ୍ଟ ଜଗତ ବିହାରୀ ରାଉତରାୟ ଅନୁମାନ କରୁଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଡାକ୍ତର କହିଛନ୍ତି l ବାଣପୁର ଥାନାରେ ଏ ନେଇ 2/23 ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି l ତେବେ ଭିକାରି ଙ୍କ ମୃତ୍ୟୁରେ ଜେଲ ଏବଂ ଥାନା କର୍ମଚାରୀ ମାନେ ଶୋକ ପ୍ରକାଶ କରିଛନ୍ତି l ତାଙ୍କର ଗୋଟିଏ ପୁତ୍ର ଥିବାର ଜଣାପଡିଛି l ସୂଚନା ଥାଉକି ଶ୍ରୀ ପ୍ରଧାନ ପାଖପାଖି ଏକ ବର୍ଷ ତଳେ ବାଣପୁର କାରାଗାରରେ ଉପ ସହକାରୀ କାରାପାଳ ଭାବେ ଯୋଗଦେଇଥିଲେ lବ୍ୟୁରୋ ଅଫ ସଂଘର୍ଷ ଟିଭି

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe