ବାଲେଶ୍ୱର ଜିଲ୍ଲା ନୀଳଗିରି ସ୍ତ୍ରୀ, ଛୁଅପିଲା ଙ୍କ ମୁହଁ ରେ ଗଣ୍ଡେ ଦାନା ଦେଇ ସୁଖ ରେ ପରିବାର ସ୍ବପ୍ନ ନେଇ ଘର ଛାଡି ସୁଦୂର ଗୁଜୁରାଟ ଯାଇଥିଲେ କାର୍ତିକ l ମାତ୍ର କେଇଟା ଦିନ ପରେ ଶବ ଆସିଲା ଘରକୁ l ଏ ଭଳି ଏକ ଯନ୍ତ୍ରଣା ଦାୟକ ଘଟଣା ଦେଖିବାକୁ ମିଳିଛି ନୀଳଗିରି ଥାନା ଅଜଧ୍ୟା ଅଞ୍ଚଳ ରେ l ମୁତାବକ ଆଜକୁ ପ୍ରାୟ 20ବର୍ଷ ତଳେ ଖନ୍ତାପଡ଼ା ଥାନା ସେରେଗଡ ଅଞ୍ଚଳ ରେ କାର୍ତିକ ସିଂ କୁ ବିବାହ କରିଥିଲେ ଅଯୋଧ୍ୟା ଗ୍ରାମ ର ସୁଭଦ୍ରା ହସ ଖୁସି ରେ ସୁଖ ର ସଂସାର ଚାଲିଥିବା ବେଳେ ସେମାନଙ୍କ ରଠାରୁ ତିନିଗୋଟି ସନ୍ତାନ ଜନ୍ମ ହୋଇଥିଲେ l ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ବିବାହ ପରେ ଅଯୋଧ୍ୟା ଗ୍ରାମରେ ଉଭୟ ରହି ଆସୁଥିଲେ l ଗତ ତା2/05/23 ତାରିଖ ରେ ଉକ୍ତ ଗ୍ରାମରେ ଜଟିଆ ସିଂ ଓ ସ୍ତ୍ରୀ ମିନତୀ ସିଂ ଭୋଜି ଭାତ କରି କାର୍ତିକ ଖାଇବା ପାଈଁ ଦେଇ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଦାସୀପୁର ଗ୍ରାମ ର ଜୈନିକ ଠିକାଦାର ଯୋଗl ସିଂ ଙ୍କ ସହିତ ଗୁଜରାଟ କୁ ପଠାଇ ଦେଇଥିବା କଥା ସ୍ତ୍ରୀ ସୁଭଦ୍ରା ଆଜି ନୀଳଗିରି ଥାନା ରେ ସ୍ୱାମୀଙ୍କୁ ମାରିଦେଇଥିବା ଏଭଳି ଲିଖିତ ଅଭିଯୋଗ କରିଛନ୍ତି l ଗୁଜରାଟ ଏକ କମ୍ପାନୀ ରେ କାମ କରୁ ଥିବା ବେଳେ ହଠାତ 16ତାରିଖ ମଙ୍ଗଳ ବାର ଦିନ ଠିକା ଦାର ଜଗା ସିଂ ଙ୍କ ସହିତ ଅନ୍ୟ ତିନିଜଣ ଲୋକ ଏକ ଆମ୍ଭୁଲାନ୍ସ ଯାହାର ନଂ ଜିଜେ o3ବି ଡବ୍ଲୁ 2352 ଯୋଗେ କାର୍ତିକ ର ମରଶରୀର ଅଯୋଧ୍ୟା ପହଂଚିବା ପରେ ପରିବାର ସହିତ ଗ୍ରାମବାସୀ ଆବlକ ହୋଇଯାଇଥିଲେ 15ଦିନ ନ ପୂରୁଣୁ ଗୁଜୁରାଟ ରେ ଏକ କମ୍ପାନୀ ରେ କାମକରୁଥିବା କାର୍ତିକ ମୃତୁ ହେଲା କିପରି ?ଯଦି ଶରୀରରେ କିଛି ଅସୁବିଧା ଥିଲା ତାହା ହେଲେ ଘର ଲୋକ ଜାଣିପାରିଲେନି କିପରି? ତେଣୁ କାର୍ତିକ କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଥିବା ସ୍ତ୍ରୀ ନୀଳଗିରି ଥାନା ରେ ଅଭିଯୋଗ କରିଛନ୍ତି l ଏଭଳି ସଠିକ ତଦନ୍ତ କରି ଦୋଷୀ ଙ୍କ ବିରୁଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି l ନୀଳଗିରି ରୁ ବିସ୍ମୟ କୁମାର ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ଟିଭି