ମହାନଦୀ ମା'ର ତଣ୍ଟି ଚିପି ଜଳ ପ୍ରବାହକୁ ଅଟକାଇବା ଛତିଶଗଡ଼ର ହୀନମାନ୍ୟତା l
ଟ୍ରିବୁନାଲ' ଗସ୍ତ ପରିପ୍ରେକ୍ଷୀରେ "ମହାନଦୀ ସତ୍ୟାଗ୍ରହ'
ଭୁବନେଶ୍ୱର ୨୭/୦୫ l ନଦୀ ପ୍ରକୃତି ର ମହାନ ସୃଷ୍ଟି l ଅନନ୍ତ କାଳ ଧରି ପ୍ରବାହିତ ଗତିପଥରେ କୌଣସି ବନ୍ଧ ବାଡ ନିର୍ମାଣ କରି ଛତିଶଗଡ଼ ସରକାରଙ୍କ ଅଟକାଇବା ଅଧିକାର ନାହିଁ। ନଦୀ ର ଧର୍ମ ସର୍ବଦା ସ୍ଵଛ ଓ ଚୀର ପ୍ରବାହିତ ହୋଇ ସମଗ୍ର ଜୀବଜଗତ ରେ ପ୍ରାଣ ସଂଚାର କରିବା । ଛତିଶଗଡ ସରକାର ବେଆଇନ ଭାବେ ବ୍ୟାରେଜ୍ ନିର୍ମାଣ କରି ମହାନଦୀ ର ତଣ୍ଟି ଚିପି ଦେଇଛନ୍ତି। ଆଜି ଲିଙ୍ଗିପୁର ସ୍ଥିତ ଦୟା, ଭାର୍ଗବୀ ଓ କୁଆଖାଇ ର ତ୍ରିବେଣୀ ସଙ୍ଗମ ସ୍ଥଳରେ ମହାନଦୀ ବଂଚାଅ ଆନ୍ଦୋଳନ ପକ୍ଷରୁ ମହାନଦୀ ସତ୍ୟାଗ୍ରହ' ସ୍ଥାନୀୟ ମୁରବି ବିଜନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମହାନଦୀ ବଂଚାଅ ଆନ୍ଦୋଳନ ର ଆବାହକ ସୁଦର୍ଶନ ଦାସ, ସଂଯୋଜକ, ବିଜୟ ପ୍ରଧାନ, ଦୟାନଦୀ ସୁରକ୍ଷା ଅଭିଯାନର ଆବାହକ ସଚ୍ଚିକାନ୍ତ ପ୍ରଧାନ, ସୁକାନ୍ତ କିଶୋର ସାମନ୍ତରାୟ, ସଂଯୁକ୍ତ କିଶାନ ମୋର୍ଚ୍ଚା ର ଅଶୋକ ପ୍ରଧାନ, କିଶାନ ପଟ୍ଟନାୟକ, ବିପ୍ଲବୀ ସୁଦର୍ଶନ ପ୍ରଧାନ, ପୂର୍ବତନ ସରପଂଚ ଦୁର୍ଯ୍ୟୋଧନ ଜେନା, ନିରୁପମା ପାତ୍ର, ଅର୍ଜୁନ ସାମନ୍ତରାୟ, ଗୋବିନ୍ଦ ବେହେରା ଏବଂ ଭାର୍ଗବୀ ଓ ଧନୁଆ ନଦୀ ସୁରକ୍ଷା ଅଭିଯାନର ଗଦାଧର ପ୍ରଧାନ, ପ୍ରକାଶ ରଥ, ନିରୋଦ ବରଣ ଖୁଣ୍ଟିଆ, ରସାନନ୍ଦ ପରିଡ଼ା, ବର୍ଷା ରାଣୀ ଦାସ, ଗୋଲଖ ବିହାରୀ ସ୍ଵାଇଁ, ଚକ୍ରଧର ନାୟକ, ରାଜକିଶୋର ପରିଡ଼ା, ଭିଟାମାଟି ଆନ୍ଦୋଳନର, ସଭାପତି, ଅରୁଣ ଜେନା ପ୍ରମୁଖ ଯୋଗ ଦେଇ ଐତିହାସିକ ଦୟା, ଭାର୍ଗବୀ ଏବଂ ଧନୁଆ ନଦୀ ସୁରକ୍ଷା ନିମନ୍ତେ ଅଣ ମୌସୁମୀ ସମୟରେ ମହାନଦୀ ରେ ପାଣି ଦେବାକୁ ‘ମହାନଦୀ ଟ୍ରିବୁନାଲ’ ତୁରନ୍ତ ମଧ୍ୟବର୍ତ୍ତୀକାଳୀନ ରାୟ ପ୍ରଦାନ କରନ୍ତୁ ଏବଂ ନଦୀ ଅଞ୍ଚଳ ପରିଦର୍ଶନ ସମୟରେ ସ୍ଥାନୀୟ ଅଧିବାସୀ ମାନଙ୍କ ସହିତ ଆଲୋଚନା କରନ୍ତୁ ବୋଲି ଦାବୀ କରି ବକ୍ତବ୍ୟ ରଖିଥିଲେ । ଆସନ୍ତାକାଲି ମହାନଦୀ ବଂଚାଅ ଆନ୍ଦୋଳନ ଏବଂ ଓଡ଼ିଶା ନଦୀ ସୁରକ୍ଷା ଅଭିଯାନ ର ପ୍ରତିନିଧି ମାନ୍ୟବର ଟ୍ରିବୁନାଲଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବା କାର୍ଯ୍ୟକ୍ରମ କରାଯାଇଛି। ଏହି ସତ୍ୟାଗ୍ରହ ରେ ଦୟା, ଭାର୍ଗବୀ, ଧନୁଆ ଓ କୁଆଖାଇ ଅଞ୍ଚଳ ମହିଳା , ଚାଷୀ ଏବଂ ସାମାଜିକ କର୍ମୀ ବହୁ ସଂଖ୍ୟା ରେ ଯୋଗଦେଇଥିଲେ। ଅରୁଣ ସାମନ୍ତରାୟ ସତ୍ୟାଗ୍ରହ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ ଏବଂ ଲିଙ୍ଗିପୁର ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଶ୍ରୀ ପ୍ରକାଶ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।
ପ୍ରସନ୍ନ ବିଷୋୟୀ
ମୁଖପାତ୍ର
ମହାନଦୀ ବଞ୍ଚାଅ ଆନ୍ଦୋଳନ