ଆସିକା 05/05-(ମନୋଜ କୁମାର ସାହୁ ) କୋଟିନାଡ଼ା ଥାନା ପାଣ୍ଡିଆ ପଥର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାଣ୍ଡିଆ ପଥର ଗ୍ରାମର କୁନି ନାହାକ ବୟସ 50ଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଗ୍ରାମର କୁନୁ ନାହାକ ର ପୁଅ ଭୋଳା ନାହାକ ପ୍ରଥମେ ଅଶ୍ରବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ କୁନି ନାହାକଙ୍କ ବାମ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିଥିଲା.ଏଥିରେ ମହିଳା ଜଣକ ତଳେ ପଡିଯିବାରୁ ଜୀବନରୁ ମାରିଦେବା ଉଦେଶ୍ୟରେ ଭୋଳା ଏକ ସିମେଣ୍ଟ ଇଟାରେ ମହିଳାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ.ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ମହିଳା ଜଣକୁ ତା ଝିଅ ଭୋଳ କବଳରୁ ରକ୍ଷା କରିବାକୁ ଆସିବାରୁ ଭୋଳା କୁନୀର ଝିଅର ଡାହାଣ ହାତକୁ ଏକ ଠେଙ୍ଗା ରେ ବାଡେଇବା ସହ ଯଦି ଏହି ଘଟଣା କାହାକୁ କହିବୁ ତେବେ ତୋତେ ଓ ପରିବାର କୁ ଜୀବନରୁ ମାରିଦେବି ବୋଲି ଧମକ ଦେଇ ଥିଲା.ଗ୍ରାମ ବାସୀ ଘଟଣା ସ୍ଥଳରେ ପହଁଚି ମୁର୍ମୁସୁ ଅବସ୍ଥାରେ ଉଭୟ ମା ଓ ଝିଅ କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସା ଲୟକୁ ଆଣିଥିଲେ. ଏହି ଘଟଣା ସମ୍ପର୍କ ରେ କୁନି ନାହାକ କୋଟିନଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲା। ଅଭିଯୋଗ କୁ ଭିତ୍ତି କରି ପୋଲିସ ଥାନା କେସ ନମ୍ବର 114/23 ଧାରା 341,323,307,294,506 ପ୍ରକାରେ ମାମଲା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କୃଷ୍ଣ ସାହା ସୂଚନା ପ୍ରଦାନ କରିଛନ୍ତି।