ଧରାକୋଟ ,27/6/23
ଧରାକୋଟ ବ୍ଲକ ର ଜଗମୋହନ ପଞ୍ଚାୟତରେ ରହିଛି ରାଜ ଶ୍ମଶାନ ସତିମଠ । କରାଖାଇ ଠାକୁରାଣୀ ଛକ ଠାରୁ ଋଷିକୁଲ୍ୟା ଘାଟ ରାସ୍ତା ମଝିରେ ରହିଛି ସତିମଠ । ଏହି ରାସ୍ତାର ଦୂରତା 700 ମିଟର ।ଏହା ଜଗମୋହନ ପଞ୍ଚାୟତର ଅଧିନରେ ରହିଥିଲେ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା। ଏହି ରାସ୍ତା ଦେଇ ଧରାକୋଟ ବ୍ଲକର ଝରପାରି,ଜଗମୋହନ, ଝାଡ଼ବନ୍ଧ ଓ ଆସିକା ବ୍ଲକର ମଙ୍ଗଳ ପୁର, ଗଙ୍ଗାପୁର ପଞ୍ଚାୟତର ଲୋକେ ଧରାକୋଟ ଓ ମୁଣ୍ଡମରଇ କୁ ଆସୁଛନ୍ତି । ଅନ୍ୟ ପକ୍ଷରେ ଋଷିକୁଲ୍ୟା ନଦୀ ର ଉତ୍ତରବାଙ୍କ କୁ ଶବ ସତ୍କାର ପାଇଁ ପାଞ୍ଚ ଗୋଟି ପଞ୍ଚାୟତ ର ଲୋକେ ଏହି ରାସ୍ତା ଦେଇ ଆସନ୍ତି । ଅନ୍ୟ ପଟରେ ଧରାକୋଟ ରାଜ ପରିବାରର ସ୍ମଶାନ ସତିମଠ କୁ ଯିବାପାଇଁ ଏହି ରାସ୍ତା ଦେଇ ଆସିବାକୁ ହୁଏ। ଏଣୁ ଏହି ରାସ୍ତାର ଗୁରୁତ୍ଵ ବେଶ ଅଧିକ । କିନ୍ତୁ ଦୀର୍ଘ ଦିନ ହେଲା ଏହି ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତାର ଋଷିକୁଲ୍ୟା ନଦୀ ପଠା ର ଖସଡ଼ା ଧୋଇ ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏଣୁ ଏହି ରାସ୍ତାରେ ଚଳାଚଳ କରିବା କଷ୍ଟକର ହୋଇପଡିଛି । ଏଣୁ ପ୍ରଶାସନ ତରଫରୁ ଏହି ରାସ୍ତାର ଉନ୍ନତିକରଣ ପାଇଁ ଦାବୀ ହେଉଛି ।