//BREAKING//
Loading...

ଜୟ ମା ଭବାନି ଟ୍ରଷ୍ଟ ପକ୍ଷରୁ ରଜ ଅବସର ରେ ସୁନାମଧନ୍ୟ ଡାକ୍ତର ବିଦ୍ୟୁତ ଦାଶ ଙ୍କୁ "ଉତ୍କଳ ଶ୍ରୀ" ସମ୍ମାନ

ଜୟ ମା ଭବାନି ଟ୍ରଷ୍ଟ ପକ୍ଷରୁ ରଜ ଅବସର ରେ ସୁନାମଧନ୍ୟ ଡାକ୍ତର ବିଦ୍ୟୁତ ଦାଶ ଙ୍କୁ "ଉତ୍କଳ ଶ୍ରୀ" ସମ୍ମାନ ରେ ସମ୍ଵର୍ଦ୍ଧିତ କରା ଯାଇଛି - - - ଓଡିଶାର ଗଣପର୍ବ ରଜ ପର୍ବ, ଏହି ଅବସରରେ ଆମେ ସମସ୍ତଙ୍କୁ ପହଲି ରଜ ର ଶୁଭେଚ୍ଛା ଜଣାଉଛୁ, 
ଜାତି, ବର୍ଣ, ମତ ଓ ପନ୍ଥ ନିର୍ବିଶେଷରେ ପାଳିତ ହେଉଥିବା ପ୍ରତ୍ୟେକ ଓଡ଼ିଆଙ୍କ ଲୋକକଥା ଓ ସଂସ୍କୃତି ର ପରିଚୟ। ଏହି ପର୍ବ ସବୁ ଓଡ଼ିଆଙ୍କୁ ଏକସୂତ୍ର ରେ ବାନ୍ଧି ଗାଁ ଗାଁ ରେ ସାମାଜିକ ଏକତାର ପରିଚୟ ଦିଏ। *ଏହି କାର୍ଯ୍ୟକ୍ରମ ରେ ସାମାଜ ସେବା କରୁଥିବା ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ଓ ଓଡ଼ିଆ ଭାବେ ଓଡିଶା ର ସୁନାମ ବଢ଼ାଇବାରେ ସହାୟକ ହୋଇ ଥିବା ବ୍ଯକ୍ତି ମାନଙ୍କୁ ସମ୍ମାନିତ କରାଯଇ ଥାଏ, ଚଳିତ ବର୍ଷ ମଧ୍ଯ ଓଡିଶା ଦୁଇ ଜଣ ବରପୁତ୍ର ଡାକ୍ତର ବିଦ୍ୟୁତ ଦାଶ ଓ ଡ଼ କୃଷ୍ଣ କେଶବ ଷଡଙ୍ଗୀ ଙ୍କୁ "ଉତ୍କଳ ଶ୍ରୀ" ସମ୍ମାନ ରେ ସମ୍ମାନିତ କରାଯଇବା ପାଇଁ ଅନୁଷ୍ଠାନ ପକ୍ଷରୁ ସ୍ଥିର କରାଯାଇ ଥିଲା , ଆଜି ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଉପଦେଷ୍ଟା ଡ଼ ଅଶୋକ ମହାପାତ୍ର ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର କୋଷାଧ୍ୟକ୍ଷ ଶ୍ରୀ ଉମାନାଥ ମିଶ୍ର ଙ୍କ ଉପସ୍ଥିତ ରେ ଡାକ୍ତର ବିଦ୍ୟୁତ ଦାଶ ଙ୍କୁ ତାଙ୍କର ସମର୍ପିତ ଭାବେ ସାମାଜ ସେବା ନିମନ୍ତେ " ଉତ୍କଳ ଶ୍ରୀ" ସମ୍ମାନ ରେ ସମ୍ଵର୍ଦ୍ଧିତ କରା ଯାଇଛି, ଆମର ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ହେଉଛି ଯେଉଁମାନେ ଇଶ୍ୱର ଙ୍କ ଆଶୀର୍ବାଦ ପାଇଛନ୍ତି ଓ ନିସ୍ୱାର୍ଥପର ଭାବେ ସମାଜ ରେ ଆଶୀର୍ବାଦ ବାଣ୍ଟୁଛନ୍ତି ସେମାନଙ୍କୁ ନିମନ୍ତ୍ରଣ କରି ଉତ୍ସାହିତ କରିବା,ଏହା ସହ ଏହି କାର୍ଯ୍ୟକ୍ରମ ରେ ରଜ ପିଠା, ରଜ ପାନ, ପୁଚି ଖେଳ, ଗୀତ ନାଚ ଓ ଦୋଲି ଖେଳିବାର ମଧ୍ଯ ବ୍ୟବସ୍ତା କରାଯାଇ ଥାଏ,ଆସନ୍ତା କାଲି ରଜ ସଂକ୍ରାନ୍ତି ରେ ଉତ୍କଳ ରଙ୍ଗମଞ୍ଚ ଜୟଦେବ ବିହାର ଠାରେ ଡଃ କୃଷ୍ଣ କେଶବ ଷଡଙ୍ଗୀ ଙ୍କୁ ମଧ୍ଯ "ଉତ୍କଳ ଶ୍ରୀ" ସମ୍ମାନରେ ସମ୍ଵର୍ଦ୍ଧିତ କରାଯିବ ବୋଲି ସ୍ଥିର କରାଯାଇଛି ଏବଂ ବହୁ ସମ୍ମାନୀୟ ବ୍ଯକ୍ତି ଙ୍କୁ ତାଙ୍କ ସମର୍ପିତ ଭାବ ଜନସେବା ନିମନ୍ତେ "ସେବାରତ୍ନ ସମ୍ମାନ" ରେ ସମ୍ମାନିତ କରିବାକୁ ସ୍ଥିର କରା ଯାଇଛି, ଜୟ ମା ଭବାନା ଚାରି ଟେବୁଲ ଟ୍ରଷ୍ଟ ଭୁବନେଶ୍ବର ଓଡିଶା

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe