//BREAKING//
Loading...

ବଜାରରେ ମିଳୁଛି ଲେବେଲ ବିହୀନ ବାଟି ସୋଢା , ସୋଡାରେ ଭାସୁଛି କୀଟ ।

ଆସିକା ; ୦୭/୦୬/୨୩ : ଖରାଦିନ ଆସିଲେ ଶୋଷ
ମେଣ୍ଟାଇବା ପାଇଁ ଲୋକ ଖୋଜନ୍ତି ଥଣ୍ଡା ପାନୀୟ । ବଜାରରେ ବିଭିନ୍ନ ନାମୀଦାମୀ କମ୍ପାନୀର କୋଲ୍ଡଡ୍ରିଙ୍କ ମିଳୁଥିବା ବେଳେ ଆସିକା ଅଞ୍ଚଳରେ ଏବେ ବି ବାଟି ସୋଢାର ଚାହିଦା ରହିଛି l ବାଟି ସୋଢାର ମଜା ନିଆରା ଏବଂ ସ୍କୁଲ ପିଲାଙ୍କ ପ୍ରଥମ ପସନ୍ଦ । ଏହାକୁ ଆଖି ଆଗରେ ରଖି ବିଭିନ୍ନ ସ୍ଥାନରେ ବାଟି ସୋଡ଼ା ପ୍ରସ୍ତୁତ କରାଯାଇ ବଜାରକୁ ଛଡା ଯାଉଛି । ସହର ଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମାଞ୍ଚଳରେ ପାନ ଦୋକାନ ମାନଙ୍କରେ ବାଟି ସୋଢା ବିକ୍ରି ହେଉଛି । ଏକ ବୋତଲରେ ବାଟି ରଖାଯାଇ ତାହାକୁ ଗ୍ୟାସ୍ ମଧ୍ଯମରେ ବନ୍ଦ କରି ରଖାଯାଏ । ପୂର୍ବରୁ କାଚ ବୋତଲର ବାଟି ସୋଡା ଆସୁଥିବା ବେଳେ ଏବେ ପ୍ଲାଷ୍ଟିକ୍‌ ବୋତଲର ବାଟି ସୋଡା ବେପାର ଜମୁଥିବା ଦେଖିବାକୁ ମିଳୁଛି । ପୂର୍ବରୁ ଲେମ୍ବୁରେ ତିଆରି ସୋଡ଼ା ମିଳୁଥିଲା। ଏବେ ବିଭିନ୍ନ ପ୍ରକାରର ପ୍ଲେବର ସୋଡା ବଜାରରେ ମିଳୁଛି । ତେବେ ମନ ଇଚ୍ଛା ପ୍ରସ୍ତୁତ ହେଉଛି ବାଟି ସୋଢା l କାଚ ଓ ପ୍ଲାଷ୍ଟିକ ବୋତଲ ବାଟି ସୋଢାରେ କୌଣସି ପ୍ରକାର ଲେବଲ୍ ଦେଖିବାକୁ ମିଳୁନାହିଁ। ପ୍ରସ୍ତୁତି ସୋଡ଼ାର ତାରିଖ ଓ ବ୍ୟବହାର ଉପଯୋଗୀ ସମୟ ସୀମା ମଧ୍ୟ ନାହିଁ । ବୋତଲ କେଉଁ ଠାରୁ ତିଆରି ହେଉଛି, ତାହା କେବେ ପ୍ଯାକିଂ ହେଲା ଏବଂ ତାହା କେତେ ଦିନ ମଧ୍ୟରେ ପିଇବା ଆବଶ୍ୟକ ସେନେଇ କୌଣସି ବିଷୟ ଉଲ୍ଲେଖ କରାଯାଉନି । କେତେକ ବାଟି ସୋଡା ବୋତଲ ଭିତରେ ଜନ୍ଦା,ମାଛି, ପୋକ ଆଦି ଭାସୁଥିବାର ଦେଖିବାକୁ ମିଳୁଛି । ଯହାଦ୍ବାରା ଏହା ସ୍ୱାସ୍ଥ୍ୟ ପାଇଁ କେତେ ହିତକର ତାକୁ ନେଇ ସଭିଙ୍କ ମନରେ ପ୍ରଶ୍ନ ଉଠିଛି ।ଏଥି ପ୍ରତି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଯାଞ୍ଚ ହେଉନଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe