...
ଧରାକୋଟ,30/6/23
ପ୍ରଚଳିତ ପରମ୍ପରା ଅନୁଯାୟୀ ବାହୁଡା଼ ପରଦିନ ଏକାଦଶୀ ତିଥିରେ ଧରାକୋଟ ରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏକାଦଶୀ ତିଥିରେ ରଥ ସନ୍ଧ୍ୟା ସମୟ ହୋଇଯିବା ଯୋଗୁଁ ବଡଦାଣ୍ଡ ମଝିରେ ରଥ ଅଟକି ରହିଥିଲା । ଆଜି ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅପରାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ମାଉସୀ ମା ମନ୍ଦିର ନିକଟରେ ରଥ ପହଞ୍ଚିବା ପରେ ଚାହାଣୀ ମଣ୍ଡପରୁ ମା ଲକ୍ଷ୍ମୀ ରଥ ନିକଟରେ ପହଞ୍ଚି ତିନି ଠାକୁରଙ୍କୁ ଶ୍ରୀ ମନ୍ଦିର କୁ ଯିବାପାଇଁ ନିମନ୍ତ୍ରଣ କରିଥିଲେ । ଏହା ପରେ ଡାହୁକ ର ଗୀତର ତାଳେ ତାଳେ ରଥ ମନ୍ଦିର ନିକଟରେ ପହଞ୍ଚିଥିଲା । ସନ୍ଧ୍ୟାରେ ଠାକୁରଙ୍କୁ ସନ୍ଧ୍ୟା ଆଳତି ପ୍ରଦାନ କରାଯାଇଥିଲା। ସୁନାବେଶ ପରେ ଠାକୁର ମାନଙ୍କୁ ପହଣ୍ଡି କରାଯାଇ ରତ୍ନ ସିଂହାସନ କୁ ବିଜେ କରାଯିବ ।
...