//BREAKING//
Loading...

ବିଦ୍ୟାଳୟ ର ସମସ୍ୟା ଶିକ୍ଷକ ମାନେ ନ ବୁଝିବା ରୁ ଛାତ୍ର ଛାତ୍ରୀ ମାନେ ବ୍ଲକ ରେ ପହଞ୍ଚିଲେ ।

ଆସ୍କା:୧୨-୭ ଆସ୍କା 
 ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଲଛମନ ପଲ୍ଲୀ ର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ର ସମସ୍ୟା ନେଇ ଶେଷରେ ପହଞ୍ଚିଲେ ବ୍ଲକ କାର୍ଯ୍ୟାଳୟ ରେ।ଲଛମନ ପାଲ୍ଲୀ ଗ୍ରାମରେ ଥିବା ଏହି ବିଦ୍ୟାଳୟ ରେ ଭଗ୍ନଅବସ୍ଥା ରେ ଥିବା ଶ୍ରେଣୀ ଗୃହରେ ପାଠ ନ ପଢ଼ାଇ ଗୋଟିଏ ଶ୍ରେଣୀ ଗୃହରେ ପ୍ରାୟ ୯୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରାଯାଉଛି। ହେଲେ ଯେଉଁ ଶ୍ରେଣୀଗୃହରେ ଛାତ୍ର ଛାତ୍ରୀ ମାନେ ବସୁଛନ୍ତି ସେହି ଗୃହରେ ବର୍ଷା ହେଲେ ପାଣି ଗଳୁଛି ଓ ଛାତ ର ପ୍ଲାଷ୍ଟେର ଝଡୁଛି। ଏ ସମ୍ପର୍କ ଛାତ୍ର ଛାତ୍ରୀ ଓ ଅବିବାହାକ ମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବହୁ ଛାତ୍ର ଛାତ୍ରୀ ଆଜି ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ।ଛାତ୍ର ଛାତ୍ରୀ ମାନଙ୍କୁ ଦେଖି ବିଡ଼ିଓ ସେମାନଙ୍କୁ ସଭା ଗୃହ ରେ ବସାଇ ବିଇଓ ଙ୍କୁ ଡାକି ସମସ୍ୟା ସମ୍ପର୍କରେ ବୁଝିଥିଲେ।ସ୍କୁଲ ର ସମସ୍ୟା ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏ ଠାରେ ଉଲେକ୍ଷ ଯୋଗ୍ୟ ଯେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ କୁ ନ ଯାଇ ବ୍ଲକ କୁ କେମିତି ଆସିଲେ ସେମାନଙ୍କୁ କିଏ ପଠାଇଲା ଏହି ପିଲାମାନଙ୍କୁ ଯେଉଁ ଶିକ୍ଷକ ଓ ଯେଉଁ ବ୍ୟକ୍ତି ବିଶେଷ ପଠାଇ ରାଜନୀତି କରିଲା ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦେବୀ ହେଉଛି।କୁଆଡେ କିଛି ଶିକ୍ଷକ ଗୋଷ୍ଠୀବଦ୍ଧ ଭାବେ ଆସିକା ଅଂଚଳରେ ଏଭଳି କୁଚକ୍ରାନ୍ତ କରୁଥିବା ଚର୍ଚ୍ଚା ହେଉଛି. ପାଠପଢା କମ ରାଜନୀତି ବେଶୀ ହେଉଥିବା ନେଇ ଆସିକା ଅଂଚଳରେ ଚାଲିଛି ଚର୍ଚ୍ଚା. ବୁଦ୍ଧିଜୀବୀ ଏଭଳି ନୀତିକୁ ନାପସନ୍ଦ କରୁଥିବା ବେଳେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜନସାଧାରଣରେ ଦାବୀ ହେଉଛି.ଯଦି ପିଲା ମାନେ ଆସିବା ବେଳେ ଅଘଟଣ ଘଟିଥିଲେ କିଏ ଦାୟୀ ହୋଇଥାନ୍ତା ବୋଲି ଶିକ୍ଷାବିତମାନଙ୍କ ମଧ୍ୟରେ ଆଲୋଚନା ହେଉଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe