//BREAKING//
Loading...

ଋଷିକୂଲ୍ୟା ବ୍ରିଜ ମରାମତି କାର୍ଯ୍ୟ ଯୋଗୁଁ ଘଣ୍ଟା ଘଣ୍ଟା ଧରି ଜାତୀୟ ରାଜପଥ ବନ୍ଦ



ଆସିକା 01/07- 
ରାଞ୍ଚି ବିଜୟୱାଡା 157 ନମ୍ବର ଜାତୀୟ ରାଜପଥ ର ଆସିକା ଋଷିକୂଲ୍ୟା ବ୍ରିଜ ର ମରାମତି କାର୍ଯ୍ୟ ଯୋଗୁଁ ଘଣ୍ଟା ଘଣ୍ଟା ଧରି ଜାତୀୟ ରାଜପଥ ବନ୍ଦ l ଆସିକା କୁ ସଂଯୋଗ କରୁଥିବା ଏହି ମୁଖ୍ୟ ପୋଲ ଉପରେ ଶହଶହ ଯାନ ଏହି ପୋଲ ରାସ୍ତା ଦେଇ ଯାଇଥାନ୍ତି। ବିଳମ୍ବ ଯୋଗୁଁ ଜରୁରି ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ, ସ୍କୁଲ ବସ, ବହୁ ଦୁରଗାମି ଯାତ୍ରି ବାହି ବସ, ମାଲ ବାହି ଗାଡି ସହ ଶହ ଶହ ଯାନବାହାନ ଘଣ୍ଟା ଘଣ୍ଟା ଧରି ଅଟକି ରହିବା ଦେଖାଯାଇଛି। ପ୍ରକାଶ ଥାଉକି ଏହି ଜାତୀୟ ପଥ ଭଞ୍ଜନଗର ଠାରୁ ଆସିକା ୪୦ କିଲୋମିଟର ନିର୍ମାଣ ପାଇ ଯୁଧିଷ୍ଠିର ସାମନ୍ତରାୟ ନାମକ ଠିକାଦାର ଟେଣ୍ଡର ନେଇଛନ୍ତି l ସେଥିମଧ୍ୟରୁ ଆସିକା ଋଷିକୂଲ୍ୟା ବ୍ରିଜ ମଧ୍ୟ ମରାମତି କରୁଛନ୍ତି l ନିଜ ସଂସ୍ଥା ଦ୍ୱାରା ଏହି ମରାମତି କାର୍ଯ୍ୟ ନକରାଇ ଏକ ଅନୁଭୂତି ବିହୀନ ଠିକା ସଂସ୍ଥା କୁ ଏହି ମରାମତି କାର୍ଯ୍ୟ ହସ୍ତାନ୍ତର କରିଛନ୍ତି l ଏହି ମରାମତି କାର୍ଯ୍ୟ ଦୀର୍ଘ 22 ଦିନ ଧରି ମନ୍ଥର ଗତିରେ ଚାଲିଛି l ଗୋଟିଏ ଡ୍ରିଲ ମେସିନ ସହ ତିନି ଜଣ ଦିନ ମଜୁରିଆ କାମ କରୁଛନ୍ତି l ଏହି କାମ ତଦାରଖ କରିବା ପାଇଁ ଜାତୀୟ ରାଜପଥ ଭଂଜନଗର ର ସହକାରୀ ଯନ୍ତ୍ରୀ କିମ୍ବା ଠିକା ସଂସ୍ଥାର କୌଣସି କର୍ମକର୍ତା କାର୍ଯ୍ୟ ତଦାରଖ କରିବା ପାଇଁ କାର୍ଯ୍ୟ ସ୍ଥଳୀରେ କେବେ ମଧ୍ୟ ଉପସ୍ଥିତ ରହୁନାହାନ୍ତି l ପ୍ରକାଶ ଥାଉକି 1857 ରେ ସିପାହୀ ବିଦ୍ରୋହ ସମୟରେ ବ୍ରିଟିଶ ସରକାର ଦ୍ୱାରା ଏହି ବ୍ରିଜ ଟି ନିର୍ମିତ ହୋଇଥିଲା l 1990 ପ୍ରଳୟଙ୍କରୀ ବନ୍ୟାରେ ଏହି ଋଷିକୂଲ୍ୟା ପୋଲଟି ସମ୍ପୂର୍ଣ ଭାଙ୍ଗି ଯାଇଥିଲା l ତତ୍କାଳୀନ ବିଜୁପଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପୂର୍ତ୍ତ ବିଭାଗ ଦ୍ୱାରା ଉତ୍ତରପ୍ରଦେଶ ରାଜ୍ୟ ସେତୁ ନିଗମ ଦ୍ୱାରା 1992 ରେ ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇ 1996 ରେ ସମାପ୍ତ ହୋଇଥିଲା l ଏହି ବ୍ରିଜ ମାତ୍ର 27 ବର୍ଷ ମଧ୍ୟରେ ପୋଲର ବିଭିନ୍ନ ଅଂଶ ଭାଙ୍ଗି ଯିବା ଆଳ ଦେଖାଇ ଜାତୀୟ ରାଜପଥ ବିଭାଗ ଠିକା ସଂସ୍ଥାକୁ ଅଧିକ ଅନୁକମ୍ପା ପ୍ରଦର୍ଶନ କରି ଲକ୍ଷାଧିକ ଟଙ୍କାର କାମ ଦେଇଛନ୍ତି l ବ୍ରିଜ ର କଂକ୍ରିଟ ଓ ଲୁହା ଵିମ ମଜଭୁତ ଥିଲା ବେଳେ ବିନା କାରଣରେ ପୋଲରୁ ପୋଲକୁ ସଂଯୋଗ କରୁଥିବା କଂକ୍ରିଟ ଵିମ ଓ ଲୁହା (ଏକ୍ସପାଣ୍ଡର ) କୁ କାଟି ଭାଙ୍ଗୁଥିବା ଦେଖାଯାଇଛି l ସହରର ଅବସର ପ୍ରାପ୍ତ ଇଞ୍ଜିନିଅର ଓ ବୁଦ୍ଧିଜୀବୀ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି l ଏହି ଠିକାଦାର କୁ ଅହେତୁକ ଅନୁକମ୍ପା ନିମ୍ନ ମାନର ବିଳମ୍ୱ କାର୍ଯ୍ୟ ଓ ଲକ୍ଷ ଲକ୍ଷ ଟଙ୍କାର ବିନା କାରଣରେ ଭଙ୍ଗା ଯାଉଥିବା ପୋଲ ଭଙ୍ଗା ଘଟଣା ବିରୁଦ୍ଧରେ ଭଞ୍ଜନଗର ସେକ୍ସନଓ ବ୍ରହ୍ମପୁର ସ୍ଥିତ ଜାତୀୟ ରାଜପଥ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ସର୍ବୋଚ୍ଚ ଯନ୍ତ୍ରୀ ଙ୍କୁ ଅଭିଯୋଗ କଲେ କୌଣସି ମିଳୁନି ଏବଂ ବିଭାଗୀୟ କତୃପକ୍ଷ ଏହି ଘଟଣା କୁ ଏଡାଇଵା ପାଇଁ ଜାଣିଶୁଣି ଉଦେଶ୍ୟ ମୂଳକ ଭାବେ ଫୋନ ଉଠଉନାହାନ୍ତି l ଭଂଜନଗର ଠାରୁ ଆସିକା ପର୍ଯ୍ୟନ୍ତ 157 ନମ୍ବର ଜାତୀୟ ରାଜପଥ ରାସ୍ତା ଓ ଏହି ବ୍ରିଜ ମରାମତି ରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗକୁ ଜାତୀୟ ରାଜପଥ ଦିଲ୍ଲୀ ସ୍ଥିତ (ଏନ ଏ ଏଚ ଏଚ ଆଇ ) ର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ତଦନ୍ତ କରି ଠିକା ନେଇଥିବା ଠିକା ସଂସ୍ଥା କୁ କଳା ତାଲିକା ଭୁକ୍ତ କରିବା ପାଇଁ ଆସିକା ଅଞ୍ଚଳରେ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe