//BREAKING//
Loading...

ପୁଣି ଋଷିକୂଲ୍ୟା ଜିଲ୍ଲା ପାଇଁ ଦାବି ଜୋରଦାର

ଆସିକା ଋଷିକୂଲ୍ୟା ଜିଲ୍ଲା ଦାବି ନେଇ ଓକିଲ ସଂଘ ପକ୍ଷରୁ ଜରୁରୀ ବୈଠକ 
 ପୁଣି ଋଷିକୁଲ୍ୟା ଜିଲ୍ଲା ପାଇଁ ଦାବି ଜୋର୍ ଧରିଲା 
ଆସିକା:( ତା - ୨୨-୦୭-୨୦୨୩ ) ୧୯୯୩ ମସିହାରୁ ଆସିକା ଅଞ୍ଚଳକୁ ନେଇ ଋଷିକୁଲ୍ୟା ଜିଲ୍ଲା ଗଠନ ହେବା ପାଇଁ ଦାବି ହୋଇ ଆସୁଥିଲା l
ଏହି ଦାବି ପୁଣି ମୁଣ୍ଡ ଟେକିଛି l ଏଥିପାଇଁ ଆଜି ଆସିକା ଓକିଲ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ହୋଇଥିଲା l ଏହି ବୈଠକରେ ଆସିକା ଅଞ୍ଚଳର ବହୁ ବୃଦ୍ଧିଜିବୀ ସମର୍ଥନ କରିବା ସହ ଆନ୍ଦୋଳନ କରିବା ପାଇଁ ମତ ଦେଇଥିଲେ l ଓକିଲ ସଂଘ ସଭାପତି ରବୀନ୍ଦ୍ର ଶର୍ମା ସଭାପତିତ୍ୱରେ
ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ସଂଘର ଉପସଭାପତି ଛବିଳରାମ ମିଶ୍ର ସମ୍ପାଦକ ନାରାୟଣ ମୁନି, ସହ ସମ୍ପାଦକ ନୀଳାମ୍ବର ବେହେରା, କୋଷାଧ୍ୟକ୍ଷ ସନ୍ତୋଷ କୁମାର ମୁନି ପ୍ରମୁଖ ଯୋଗ ଦେଇଥିଲେ l ୧୯୯୩ ମସିହାର ଆମର ଦାବିକୁ ସରକାର ଗ୍ରହଣ କରନ୍ତୁ l ଆସିକା ଜିଲ୍ଲାର ବହୁ ପୁରାତନ ସହର , ଜିଲ୍ଲାର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ, ଗମନାଗମନ, ଶିଳ୍ପ - ବାଣିଜ୍ୟ, ଶିକ୍ଷା, ସଂସ୍କୃତିର ପ୍ରାଣ କେନ୍ଦ୍ର । ଆସିକା ଏକ ସଂସଦୀୟ କ୍ଷେତ୍ର ଏହାକୁ ଭିର୍ତ୍ତିକରି ଜିଲ୍ଲା ଗଠନ କରାଯାଉ ବୋଲି ଆଜିର ସଭାରେ ପୂର୍ବତନ ଓକିଲ ସଂଘର ସଭାପତି ସୁରେନ୍ଦ୍ର ନାଥ ପଣ୍ଡା , ସରୋଜ କୁମାର ତ୍ରିପାଠୀ, ଅଜିତ୍ ଚୌଧୁରୀ, ପ୍ରମୁଖ ମତବ୍ୟକ୍ତ କରିଥିଲେ l ଏହି ଦାବିକୁ ନେଇ ପ୍ରମୁଖ ପର୍ଯ୍ୟାୟ କ୍ରମେ ଆସିକା ବନ୍ଦ ସହ ସମର୍ଥନ କରୁଥିବା ସମସ୍ତ ନିର୍ବାଚନ ମଣ୍ଡଳୀ ଓ ବ୍ଲକ ଆନ୍ଦୋଳନକୁ ଓହ୍ଲାଇବେ l ଆସନ୍ତା ୨୫-୦୭-୨୦୨୩ ତାରିଖରେ ଆସିକାକୁ ଋଷିକୁଲ୍ୟା ଜିଲ୍ଲାର ମାନ୍ୟତା ଦାବି କରି ଆନ୍ଦୋଳନକୁ ଓହ୍ଲାଇବା ଏକ ସାମ୍ବାଦିକ ସମ୍ମିଳନୀ ଅନଷ୍ଠିତ ହେବ ବୋଲି ମତ ପ୍ରକାଶ ପାଇଥିଲା l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe