//BREAKING//
Loading...

ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାରରେ ଜଳାଭିଶେଖ ନିମନ୍ତେ ବିଭିନ୍ନ ଶୈବପୀଠକୁ କାଉଡ଼ିଆଙ୍କ ଯାତ୍ରା

ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାରରେ ଜଳାଭିଶେଖ ନିମନ୍ତେ ବିଭିନ୍ନ ଶୈବପୀଠକୁ କାଉଡ଼ିଆଙ୍କ ଯାତ୍ରା…


ରେମୁଣା 31/07 ସବୁ ମାସମାନଙ୍କ ମଧ୍ୟରେ ଶ୍ରାବଣ ମାସ ବହୁତ ପବିତ୍ର ମାସ । ଏହି ପବିତ୍ର ଶ୍ରାବଣ ମାସରେ ଜଳ ନେଇ ଶିବ ଲିଙ୍ଗରେ ଜଳାଭିଶେଖ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ । ଯାହାକୁ ନେଇ ଶ୍ରାବଣ ମାସର ତୃତୀୟ ସୋମବାରରେ ବିଭିନ୍ନ ଶୈବ ପୀଠମାନଙ୍କରେ ଜଳାଭିଶେଖ ନିମନ୍ତେ ରବିବାର ଦିନ ବାଲେଶ୍ୱର ଜିଲ୍ଲାର ଶୂନ ନଦୀ ଏବଂ ବୁଢାବଳଙ୍ଗ ନଦୀରୁ ଶ୍ରାବଣୀ ଭାର ଉଠାଇବା ନିମନ୍ତେ ହଜାର ହଜାର ସଂଖ୍ୟାରେ କାଉଡ଼ିଆମାନଙ୍କ ଭିଡ଼ ଜମିଥିଲା । ଫଳରେ ବାଲେଶ୍ୱର ସହରାଞ୍ଚଳର ବାଲିଘାଟ ନିକଟସ୍ତ ନଦୀଘାଟରେ ପାରମ୍ପାରିକ ରୀତିନୀତି ଅନୁଯାଇ ପୂଜା ଅର୍ଚ୍ଚନା କରିବା ସହ ଜଳଭାର ବାହୁଙ୍ଗି ଧାରଣ କରି କାଉଡ଼ିଆମାନେ ବିଭିନ୍ନ ଶୈବପୀଠମାନଙ୍କୁ ଯାତ୍ରା ଆରମ୍ଭ କରିଥିଲେ । କାଉଡ଼ିଆମାନେ ଗେରୁଆ ନୂତନ ବସ୍ତ୍ର ପରିଧ୍ୟାନ ପୂର୍ବକ ବୋଲଭମ ହରହର ବମ, ଜଟିଆ ବାବା ପାର କରେଗା, ଆଦି ମହାଦେବଙ୍କ ସମ୍ପର୍କିତ ଭିଭିନ୍ନ ନାରା ଦେଇ ଭକ୍ତିଭାବନା ନେଇ ମାନସିକ ଧାରୀ ଶିବ ଭକ୍ତମାନେ ଦଳ ଦଳ ହୋଇ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଶିବଙ୍କ ସଙ୍ଗୀତ ଲଗାଇ ଯାତ୍ରାକରୁଥିବା ଦେଖିବାକୁ ମିଳିଥିଲା । ଆହୁରି ମଧ୍ୟ ଆଶ୍ଚର୍ଯ୍ୟ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା l ଆତି ଛୋଟ ଛୋଟ ପିଲା ମାନେ ମଧ୍ୟ୍ୟ ଚାଲିଚାଲି ଜଳାଭିଷେକ କରିବାପାଈଁ ରାସ୍ତା ରେ ଚାଲି ଆସୁଥିଲେ l ଏହି କମଳମୟୀ ପlଦରେ ଚାଲୁଥିବାର ଦୃଶ୍ୟ ଅତି ମୋନହର ଦୃଶ୍ୟ ଥିଲା l ନିଜ ଶରୀରକୁ ଆଖତ ଲାଗିଲେ ବି ନିଜକୁ କଷ୍ଟ ହେଲେବି ତିଳେମାତ୍ର କଷ୍ଟ କୁ ଭୁକ୍ଷେପ ନକରି ମାଡିଚାଲିଛନ୍ତି ପ୍ରଭୁଙ୍କୁ ଦର୍ଶନ କରି ଜଳାଭିଶେଖ କରିବେ l ଏବଂ ଶେଷରେ ରେମୁଣା ବ୍ଲକ ରେ ଥିବା ବଡ଼କିଆ ବର୍ଦ୍ଧନପୁର ମାଣିନାଗେଶ୍ୱର ମନ୍ଦିର ରେ ପହଂଚି ଜଳାଭିଷେକ କରିଥିଲେ କାଉଡ଼ିଅମାନେ l ଯେଉଁ ରାସ୍ତା ଦେଇ କାଉଡିଆ ମାନେ ଜଳାଭିଷେକ କରିବାପାଇଁ ଯାଉଥିଲେ ସେହି ରାସ୍ତା କଡରେ ଭିଭିନ୍ନ ସ୍ବେଛାସେବୀ ମାନେ ତାଙ୍କର ଖାଇବା ର ଵେବସ୍ତା, ପିଇବାର ଵେବସ୍ତା, କରିବାରଏବଂସେବା କରିବାର ଵେବସ୍ତା ମଧ୍ୟ କରାଯାଇଥିଲା l ଗତ ପlଳି ଅପେକ୍ଷା ଏହି ପାଳିରେ ପ୍ରାୟ ଲକ୍ଷ୍ୟlଧିକ କାଉଡିଆ ଭକ୍ତ ମାନଙ୍କର ଭିଡହୋଇଥିଲା l ଏବଂ ପ୍ରଶାସନ ତରଫରୁ ପୋଲିସ ଭାଈ ମାନଙ୍କ ଦ୍ୱାରା ସଠିକ ଭାବରେ ସୁରକ୍ଷା ର ଵେବସ୍ତା ହୋଇଥିଲା l ରେମୁଣା ରୁ ଉପେନ୍ଦ୍ର ଦଳେଇ ଙ୍କ ରିପୋର୍ଟ ସଂଘର୍ଷ tv

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe