//BREAKING//
Loading...

ଶେରଗଡ ରେ ସମ୍ବର୍ଦ୍ଧନା ପର୍ବ

ସେରଗଡରେ ସମ୍ବର୍ଦ୍ଧନା ପର୍ବ:ଆଗୁଆ ନିର୍ବାଚନୀ ମୁଡରେ ଅଛି ବିଜେଡି

ସେରଗଡ ୨୧/୭
ଆଗୁଆ ବିଧାନସଭା ନିର୍ବାଚନ କରି ବିରୋଧୀଂକୁ ଚମକାଇଦେବା ପ୍ରସ୍ତୁତିରେ ଅଛି ବିଜେଡି । ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଂକର ଅଲିଖିତ ନିର୍ଦ୍ଦେଶରେ ଏବେ ଗାଆଁଠୁ ସହର ଯାଏ ସାଂଗଠନିକ ବୈଠକ, କର୍ମୀମାନଂକ ମନରେ ଠୋସ ଜୋସ ଭରିଦେବା, ବାକିଥିବା ଉନ୍ନୟନ କାର୍ଯ୍ୟକୁ ତ୍ବରାନ୍ବିତ କରିବା, ମନମାରି ଆନମନା ହୋଇଥିବା ବରିଷ୍ଠ କର୍ମୀ, ନେତାମାନଂକୁ ମନେଇବାରେ କସୁର କରାଯାଉନାହିଁ। ପ୍ରତିଟି ପରିବାରର ପ୍ରତ୍ୟେକ ଭୋଟରଂକର ମତିଗତି ପରଖ । ଯୁବପୀଢି ଯେପରି ଗୈରିକ ଚେତନାରୁ ଓହରି ବିଜୁଦର ଚିର ନବୀନ ସବୁଜିମାର ଆକର୍ଷଣରେ ବିମୋହିତ ହେବେ ସେଥିପ୍ରତି ଧ୍ୟାନ ଦିଅ । ଆମ ସରକାର ଗାଁ ଗହଳିର ବିକାଶ ପାଇଁ,ସ୍ବାସ୍ଥ୍ୟସେବା, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା, ମହିଳା ଛାତ୍ରଛାତ୍ରୀ ଯୁବପୀଢି କୃଷକ ଶ୍ରମିକ ବ୍ୟବସାୟୀ, ବୃତ୍ତିଜୀବୀ ସମସ୍ତଂକ ପାଇଁ ଯୋଜନା ପରେ ଯୋଜନାର କାମଧେନୁ ଗାଈ ପାଲଟିଯାଇଛନ୍ତି ।କୌଣସି ଜଣେ ରାଜ୍ୟବାସୀ ଅବହେଳିତ ରହିବେ ନାହିଁ । ଏହିଭଳି ବାର୍ତ୍ତାକୁ ପ୍ରତ୍ୟେକ ଭୋଟରଂକ ପାଖରେ ପହଁଚାଇବାର ନୈତିକ ଦାୟିତ୍ବକୁ ନିରଳସ ଭାବରେ ସମସ୍ତ ବିଜେଡି କର୍ମୀ ପାଳନ କଲେ ବିଜେଡି ନିଷ୍କଂଟକ ବିଜୟ ଯାତ୍ରାକୁ କେହି ରୋକି ପାରିବେ ନାହିଁ ବୋଲି ସେରଗଡଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଦଳୀୟ ନେତୃବୄନ୍ଦ ଗୁରୁ ମନ୍ତ୍ର ଦେଇଛନ୍ତି ।
ସେରଗଡସ୍ଥିତ ନରେନ୍ଦ୍ର ପ୍ଲାଜା ହୋଟେଲ ସମ୍ମିଳନୀ କକ୍ଷରେ ନବଗଠିତ ବିଜେଡି ଜିଲ୍ଲା କମିଟିରେ ସ୍ଥାନ ପାଇଥିବା ରେମୁଣା ବ୍ଲକର ନେତୃଦୃନ୍ଦଂକୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେରଗଡ,ନୂଆଗାଁ,ବରୁଣସିଂ,ବିରୁଆଁ ଗ୍ରାପକୁ ନେଇ ଗଠିତ ସେରଗଡ ଆଂଚଳିକ ବିଜେଡି କମିଟି ଆନୁକୂଲ୍ୟରେ ଏହି ସଭାର ଆୟୋଜିତ ହୋଇଥିଲା । ବରିଷ୍ଠ ଆଇନଜୀବୀ ତଥା ସେରଗଡ ଗ୍ରାପର ସଭାପତି ମହେଶ୍ବର ପଣ୍ତାଂକ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା କମିଟିର ନବନିଯୁକ୍ତ ବରିଷ୍ଠ ଉପ ସଭାପତି ପ୍ରଭାତ କୁମାର ବିଶ୍ବାଳ,ଉପ ସଭାପତି ନଳିନୀ କୁମାର ପଣ୍ତା, ସାଧାରଣ ସଂପାଦକ କିଶୋର ମିଶ୍ର,ସଂପାଦକ ମନୋରଂଜନ ରାଉତ,ରେମୁଣା ବ୍ଲକର ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ୩୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟା କଲ୍ୟାଣୀ ବାରିକଂକୁ ଉଛ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ଦଳର ବରିଷ୍ଠ ନେତା ରବି ରାଉତ ପ୍ରାରମ୍ଭିକ ସୂଚନା ଦେଇଥିଲେ । ସେରଗଡ ସରପଂଚ ଦୟାନିଧି ମହାପାତ୍ର,ବରୁଣସିଂର ପୂର୍ବତନ ସରପଂଚ ରବୀନ୍ଦ୍ର ମହାକୁଡ,ବିରୁଆଁର ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ ଦାସ,ନୂଆଗାଁର ପୂର୍ବତନ ହସରପଂଚ ପ୍ରଭାତ ବାରିକ ପ୍ରମୁଖ ଉଦବୋଧନ ଦେଇ ରେମୁଣାର ଦକ୍ଷ ସମର୍ପିତ ନେତୃବୃନ୍ଦଂକୁ ଜିଲ୍ଲା କମିଟିରେ ଗୁରୁତ୍ବପୂର୍ଣ୍ଣ ପଦବୀ ଓ ଦାୟିତ୍ବ ପ୍ରଦାନ କରାଯାଇ ଦୀର୍ଘଦିନ ଧରି ଅବହେଳିତ ରେମୁଣା ନିର୍ବାଚନ ମଣ୍ତଳୀର ହୃତ ସମ୍ମାନର ପୁନଃ ପ୍ରତିଷ୍ଠା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପକେଶରୀ ଦେବ,ଜିଲ୍ଲା ସଭାପତି ଅଶ୍ବିନୀ କୁମାର ପାତ୍ର,ବିଧାୟକ ସୁଧାଂଶୁଶେଖର ପରିଡାଂକୁ ଗଭୀର କୄତଜ୍ଞତା ଜ୍ଞାପନ କରିଥିଲେ ।
ରେମୁଣା ବିଧାୟକ ଶ୍ରୀ ପରିଡାଂକ ବିରୋଧରେ ବ୍ୟବସାୟିକ ଅସାଧୁତା ସଂପର୍କିତ ଅଭିଯୋଗ ଅଦାଲତରେ ବିଚାରାଧୀନ ଅଛି। ବିଚାରବିଭାଗ ପ୍ରତି ବିଜେଡିର ସଦାସର୍ବଦା ଗଭୀର ସମ୍ମାନବୋଧ ରହିଛି ।ନ୍ୟାୟାଳୟରେ ସେ ଦଣ୍ତିତ ହୋଇନଥିବା ବେଳେ ବିଜେପି ପକ୍ଷରୁ ତାଂକର ଚରିତ୍ରସଂହାର କରାଯିବା, ସାମାଜିକ ଗଣମାଧ୍ୟମରେ ମିଥ୍ୟା, ଉଦ୍ଦେଶ୍ୟମୂଳକ କଳଂକଲେପନ କରାଯାଉଥିବାରୁ ସଭାରେ ତୀବ୍ର ନିନ୍ଦା କରାଯାଇଥିଲା । ଏଥିରୁ ତୁରନ୍ତ ନିବୃତ୍ତ ନହେଲେ ରେମୁଣା ବିଜେଡି ତାର ଉଚିତ ଢଂଗରେ ସଠିକ ମୁକାବିଲା ପାଇଁ ପ୍ରସ୍ତୁତ ଅଛି ବୋଲି ବକ୍ତାମାନେ କହିଥିଲେ ।
ଅନ୍ୟମାନଂକ ମଧ୍ୟରେ ରେମୁଣା ଏନ ଏ ସିର ବରିଷ୍ଠ ନେତା ରାମନାରାୟଣ ବେହେରା,ବରୁଣସିଂ ସେବା ସମବାୟ ସମିତିର ସଭାପତି ପ୍ରବୀର ଦାସ, ସେରଗଡର ନାଏବ ସରପଂଚ ରଂଜିତା ନାୟକଂକ ସମେତ ବଂଶୀଧର ମହାରାଜ, ପଣ୍ତିତ ସତ୍ୟବ୍ରତ ମିଶ୍ର,ଅମିୟ ପତି,ବାବାଜୀ ମଳିକ,ବଂଶୀଧର ବାରିକ,ଉର୍ମିଳା ବେହେରା,ରଂଜିତା ସାସମଲ,ଶଶୀକାନ୍ତ ବାରିକ, ମିଟି ଦାସ,ହୃଦାମାଧବ ଦାସପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।ରେମୁଣା ରୁ ଉପେନ୍ଦ୍ର ଦଳେଇ ଙ୍କ ରିପୋର୍ଟ ସଂଘର୍ଷ ଟିଭି 

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe