//BREAKING//
Loading...

ବାଣପୁର ରେ ଖୁବ ଶୀଘ୍ର ଖୋଲିବ ଏଡିଜେ କୋର୍ଟ

ବାଣପୁରରେ ଖୁବଶୀଘ୍ର ଖୋଲିବ ଏଡ଼ିଜେ କୋର୍ଟ ------
ବାଣପୁରରେ ନୂତନ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ(ଏଡ଼ିଜେ) ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ଗୁରୁବାର ଦିନ ସ୍ଥାନ ପରିଦର୍ଶନ କରିଛନ୍ତି ଉଚ୍ଚ ନ୍ୟାୟାଳୟର ନ୍ୟାୟମୁର୍ତ୍ତି ଡ଼ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ । ନ୍ୟାୟମୁର୍ତ୍ତି ଡ଼. ଷଡ଼ଙ୍ଗୀ ବାଣପୁର କୋର୍ଟ ପରିସରରେ ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ଓକିଲ ସଂଘର ସଭାପତି ବୃନ୍ଦାବନ ପ୍ରଧାନ ଓ ସମ୍ପାଦକ ସୁଧୀର ପ୍ରଧାନ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଏହା ପରେ ସେ ନୂତନ ଏଡ଼ିଜେ କୋର୍ଟ ପ୍ରତିଷ୍ଠା ପାଇଁ  ବାଣପୁରରେ ଏକାଧିକ ସରକାରି ସ୍ଥାନ ପରିଦର୍ଶନ କରିଥିବା ବେଳେ ପରିଶେଷରେ ଏକ ନିର୍ଦିଷ୍ଟ ସ୍ଥାନ ସ୍ଥିର କରିଥିଲେ । ଯଥାଶୀଘ୍ର ଉକ୍ତ ସ୍ଥାନରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ(ଏଡ଼ିଜେ) ନ୍ୟାୟାଳୟ ନିର୍ମାଣ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ନିର୍ଦେଶ ଦେଇଥିଲେ । ସୂଚନା ଥାଉକି ବାଣପୁରରେ ଉକ୍ତ ନ୍ୟାୟାଳୟ ପ୍ରତିଷ୍ଠା ହେବାଦ୍ୱାରା ଆଖପାଖ ତହସିଲର ନାଗରିକ ମାନେ ଉପକୃତ ହୋଇପାରିବେ । ଅନୁରୂପ ଭାବେ ନାଗରିକମାନଙ୍କୁ ବିଭିନ୍ନ ଜଟିଳ ମାମଲାରେ ନ୍ୟାୟ ପାଇବା ପାଇଁ ସୁଦୂର ଖୋର୍ଦ୍ଧା ଦୌଡ଼ିବାକୁ ପଡ଼ିବ ନାହିଁ । ହାତପାହାନ୍ତା ରେ ଆଇନର ସୁବିଧା ନାଗରିକମାନେ ବାଣପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ନ୍ୟାୟାଳୟରୁ ପାଇପାରିବେ । ନ୍ୟାୟମୁର୍ତ୍ତି ଡ଼ ଷଡ଼ଙ୍ଗୀ ଙ୍କ ଉକ୍ତ ଗସ୍ତ ସମୟରେ ଜିଲ୍ଲା ଜଜ ନିଶିଥ ନିଶାଙ୍କ , ରେଜିଷ୍ଟର ଆଡମିନିଷ୍ଟ୍ରେସନ(ଉଚ୍ଚ ନ୍ୟାୟାଳୟ),ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ,ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ପୂର୍ତ୍ତବିଭାଗ ଏସଡ଼ିଓ ଶ୍ଵେତା ଦାସ ଏବଂ ବାଣପୁର ଓକିଲ ସଂଘର ଉପ ସଭାପତି ପଦ୍ମଜା ପଟ୍ଟନାୟକ, ସହ ସମ୍ପାଦକ ନରେନ୍ଦ୍ର ନାୟକ, କାର୍ଯ୍ୟକାରୀ ସଦସ୍ୟ ଦେବବ୍ରତ ବଡ଼ଜେନା, ପ୍ରଦୀପ କୁମାର ସ୍ୱାଇଁ, ପ୍ରଶାନ୍ତ ମହାନ୍ତି ଏବଂ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜୀବୀ ରଞ୍ଜନ କୁମାର ବେଦମତା ଏବଂ ଜଗଦିଶ ପଟ୍ଟନାୟକ ପରିଚାଳନା କରିଥିଲେ । ସୂଚନା ଥାଉକି ବାଣପୁର କୋର୍ଟ ଖୋର୍ଦ୍ଧା ଜିଲ୍ଲାର ବହୁ ପୁରାତନ କୋର୍ଟ  ହୋଇଥିବା ବେଳେ  ଏଠାରେ ଏଡ଼ିଜେ କୋର୍ଟ ଖୋଲିବା ପାଇଁ ଦୀର୍ଘ ୨୦ ବର୍ଷ ହେଲା ଓକିଲ ସଂଘ ପକ୍ଷରୁ ଦାବି ହୋଇଆସୁଥିଲା ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe