କୋର୍ଟ ଅବଧି ସରିବା ନେଇ ମୁକ୍ତି ଦିବସ ପାଳିଲେ ବିଜେଡି କର୍ମୀ
ବାଲୁଗାଁ:-ଚିଲିକା ବିଜେଡିରେ ଗୋଷ୍ଠୀ କନ୍ଦଳ ଲାଗିରହିଥିବା ବେଳେ କର୍ମୀମାନେ ଦ୍ଵନ୍ଦରେ ରହିଛନ୍ତି।ତଳ ଦିନେ ସାଧାରଣ ଜନତାଙ୍କ ଉପରକୁ ଗାଡି ଚଢ଼େଇବା ଘଟଣାରେ ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଆଜି ଉଚ୍ଚତମ ନ୍ୟାୟାଳୟ କଟକଣା ଶେଷ ହୋଇଛି।ଜଗଦେବଙ୍କୁ ଏକ ବର୍ଷ ପାଇଁ ନିଜ ନିର୍ବାଚନମଣ୍ଡଳି ଗସ୍ତ ଓ ସଭାସମିତି ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ ଯାହାର ଅବଧି ଆଜି ଶେଷ ହୋଇଛି l ଏହି ପରିପ୍ରେକ୍ଷୀରେ ବିଧାୟକଙ୍କ ସମର୍ଥକ ମାନେ ଚିଲିକାରେ ପାଳନ କରିଛନ୍ତି ମୁକ୍ତି ଦିବସ l ଏହି ଅବସରରେ ବିଧାୟକଙ୍କ ପ୍ରତିନିଧି ଜୟନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବାଲୁଗାଁ ବିଜେଡି କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା।ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏକାଧିକ ନିର୍ବାଚିତ ବିଜେଡି ଜନ ପ୍ରତନିଧି ମାନେ ଉପସ୍ଥିତ ଥିଲେ।ଆସନ୍ତା ୨୮ ତାରିଖରେ ବିଧାୟକ ନିଜ ନିର୍ବାଚନମଣ୍ଡଳି ଚିଲିକାକୁ ଆସିବେ ଏବଂ ତାଙ୍କୁ ସମର୍ଥକଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ବିଧାୟକ ବାଲୁଗାଁ ଠାରୁ ବାଣପୁର ମା' ଭଗବତୀ ମନ୍ଦିର ଦର୍ଶନ କରି ପଲଟନ ପଡିଆ ଯିବେ ଏବଂ ସେଠାରେ ତାଙ୍କୁ ବିଭିନ୍ନ ପାଇକ ସଂଗଠନ ଏବଂ ସମର୍ଥକଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ l ଅନୁରୂପ ଭାବେ ବିଧାୟକ ଙ୍କ ଉପରୁ ଦଳୀୟ ନିଲମ୍ବନ ପ୍ରତ୍ୟାହାର ପାଇଁ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ସମସ୍ତ ନେତା l ତେବେ ଆଜିର ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବହୁ ଛାମୁଆ ବିଜେଡି ନେତା ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି.