ଝଗଡେଇ ସୋରଡ଼ା ପି ଡବ୍ଲ ଡି ରାସ୍ତା ପାଲଟିଛି ମରଣ ଜନ୍ତା
ଆସିକା, 31/7 : (ମନୋଜ କୁମାର ସାହୁ)ରାଞ୍ଚି ବିଜୟୱାଡା ୫୯ ନଂ ଜାତୀୟ ରାଜପଥ ଆସିକା ନିକଟସ୍ଥ ଝଗଡେଇ ଛକ ଠାରୁ ଜାହାଡ଼ା ଦେଇ ସୋରଡ଼ା ନୂଆଗାଁ ଦୀର୍ଘ ୨୪ କିଲୋମିଟର ରାସ୍ତା ନିର୍ମାଣ ପି.ଡବ୍ଲୁ.ଡି ଭଞ୍ଜନର ଡିଭିଜନର କ୍ଷେତ୍ରୀୟ ବ୍ରହ୍ମପୁର ସୋରଡ଼ା ସେକସନ୍ ଅଧୀନରେ ଏହି ରୋଡ ନିର୍ମାଣ କାର୍ଯ୍ୟ ଚାଲିଛି।ବ୍ରହ୍ମପୁର ସ୍ଥିତ ଯୁଧ୍ୱର ସାମନ୍ତରା କନଷ୍ଟ୍ରେକସନ୍ କମ୍ପାନୀ।ଏହି ରୋଡର ମଙ୍ଗଳପୁର ଠାରୁ ସୋରଡ଼ା ନୂଆଗାଁ ପର୍ଯ୍ୟନ୍ତ କାର୍ଯ୍ୟ କରୁଅଛି। ଏହି କାର୍ଯ୍ୟ ପାଇଁ ୨୦୧୮।୨୪ କୋଟି ୫୦ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି।ଦୀର୍ଘ ଦେଢ଼ବର୍ଷ
ଧରି ରାସ୍ତା କାର୍ଯ୍ୟ ଚାଲିଛି। ଏହି ୨୪
କିଲୋମିଟର ମଧ୍ୟରେ ଅନେକ ବନ୍ଧୁ
ବ୍ରିଜ୍ ହୋମ୍ ପାଇବ ବ୍ରିଜ୍ ପୋଲ ନିର୍ମାଣ
କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟ ସବୁ ଅଧପନ୍ତରିଆ ଯୋଗୁଁ ରାସ୍ତା ମେଟଲ
ଗୁଡ଼ି ବିଛେଇ ହୋଇ ରାସ୍ତାରେ ପଡ଼ି
ରହିଛି।ଯାହା ଫଳରେ ଏହି ରୋଡ
ଉପରେ ନିର୍ଭର କରୁଥିବା ୪୫ ଟି ଗ୍ରାମର
ଲକ୍ଷାଧିକ ଲୋକ ନିର୍ଭର ନିର୍ଭର
କରିଥାନ୍ତି। ପ୍ରତିଦିନ ସ୍କୁଲ କଲେଜ
ମେଡିକାଲ୍ ନେଦିନ କାମକୁ ଯାନ ବାହନ
ସମେତ ଚାଲିଯିବା ମଧ୍ୟ ସମ୍ଭବ
ହେଉନି।ଅନ୍ୟପଟେ ବର୍ତ୍ତମାନ ବର୍ଷା ଋତୁ
ପହଞ୍ଚିଛି। ଏହି ରାସ୍ତା ବ୍ୟତୀତ ଅନ୍ୟ
କୌଣସି ବିକଳ୍ପ ରାସ୍ତା ନାହିଁ। ଏତିକିବେଳେ
ଆସିକା ବିଧାୟିକା ଓ ସୋରଡ଼ା ବିଧାୟକ
ଏହି କାର୍ଯ୍ୟକୁ ତୁରନ୍ତ ସରିବା ପାଇଁ ତାଗିଦ୍
କଲେ ମଧ୍ୟ ଠିକାଦାର ଜଣଙ୍କ କର୍ଣ୍ଣପାତ
କରୁ ନାହାନ୍ତି।ସବଡିଭିଜନ ଭଞ୍ଜନଗର
ଏକ୍ୟୁକୁଟ୍ ଇଞ୍ଜିନୟର ଓ ସୋରଡ଼ା
କ୍ଷେତ୍ରୀୟ ବ୍ରହ୍ମପୁର ସେକସନ୍ ଜେଇ ଏହି
କାର୍ଯ୍ୟ ତଦାରଖ କରିବା ବା ତୁରନ୍ତ କାର୍ଯ୍ୟ
ସମାପ୍ତ କରିବା ପାଇଁ କୌଣସି ପଦକ୍ଷେପ
ନେଉ ନାହାନ୍ତି।ଯାହା ଦ୍ଵାରା ଏହି ରାସ୍ତା
ଉପରେ ନିର୍ଭର କରୁଥିବା ଲୋକଙ୍କର ବହୁ
ଅସୁବିଧା ହେଉଛି।ବିଭାଗୀୟ ଠିକାଦାର
ଓ ଯନ୍ତ୍ରୀଙ୍କୁ ଏ ସମଧ୍ୟ ତଥ୍ୟ ମାଗିଲେ
ମଧ୍ୟ ସନ୍ତୋଷ ଜନକ ଉତ୍ତର ନଦେଇ
ବିଭିନ୍ନ ଆଳ ଦେଖୁଛନ୍ତି।ଅନ୍ୟ ପକ୍ଷରେ
ଏହି ରାସ୍ତା ପାଇଁ ସ୍ଥାନୀୟ ଲୋକ ଏକ
ବଡ଼ଧରଣର ଆନ୍ଦୋଳନ କରିବାକୁ ନିଷ୍ପତ୍ତି
ନେଇଛନ୍ତି ।