//BREAKING//
Loading...

ଫାଟିଲା ପାଣି ପାଇପ ଲାଇନ

ଫାଟିଲା ବ୍ରହ୍ମପୁର ଜାନବିଲି ପାଣି ପାଇପ ଲାଇନ

ଧରାକୋଟ,23/7/23(ମନୋଜ କୁମାର ସାହୁ)ବ୍ରହ୍ମପୁର ସହରର ପିଇବା ପାଣି ସମସ୍ୟା ର ଦୂରୀକରଣ ପାଇଁ ରାଜ୍ୟ ସରକାର ଜାନବିଲି ଅନିକଟ ଠାରୁ ପାଇପ ଯୋଗେ ପାଣି ନେଉଛନ୍ତି । ଋଷିକୁଲ୍ୟା ନଦୀ ଉପରେ ଷ୍ଟୋରେଜ ବ୍ୟବସ୍ଥା କରି ଏଠାରୁ ପାଣି ଦକ୍ଷିଣପୁର ଘାଇକୁ ନିଆଯାଉଛି । ସେଠାରୁ ପାଣିକୁ ବିଶୋଧନ କରି ବ୍ରହ୍ମପୁର ସହରକୁ ଯୋଗାଇ ଦିଆଯାଉଛି। 500 କୋଟି ଟଙ୍କାର ଏହି ପ୍ରକଳ୍ପ ଏଲ ଆଣ୍ଡ ଟି ଦ୍ଵାରା ମାତ୍ର ଚାରି ବର୍ଷ ପୂର୍ବେ ନିର୍ମାଣ ହୋଇଛି। ବ୍ରହ୍ମପୁର ବାସୀଙ୍କ ଦୀର୍ଘ ଦିନ ର ପାଇବା ପାଣି ସମସ୍ୟା ଏହି ପ୍ରକଳ୍ପ ହେବା ଦ୍ଵାରା ପ୍ରାୟ ସମାଧାନ ହୋଇଛି। ହେଲେ ସଂପ୍ରତି ମୁଣ୍ଡମରାଇ ବସଷ୍ଟାଣ୍ଡ ପାଖରେ ପାଇପ ଲାଇନ ଫଟି ଜାତୀୟ ରାଜପଥରେ କୃତ୍ରିମ ଝରଣା ସୃଷ୍ଟି ହୋଇଛି। ପାଇପ ଲାଇନ ଫାଟି ଯିବାରୁ ସେଠାରେ ଏକ ଗର୍ତ ସୃଷ୍ଟି ହୋଇଛି। ଏହି ଗର୍ତ୍ତରେ ଲୋକେ ନିତି ଦିନିଆ ଗାଧୁଆ ପାଧୂଆ କରିବା ସହ ଦୁଇ ଚକିଆ ଗାଡ଼ି ଧୁଆ ଧୁଇ କରୁଛନ୍ତି । ଗର୍ତର ଅପରିଷ୍କାର ପାଣି ବ୍ରହ୍ମପୁର ସହରକୁ ଯୋଗାଣ ହେଉଛି । ସଂପ୍ରତି ବର୍ଷା ଦିନ ଯୋଗୁଁ ଏହା ଦ୍ଵାରା ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ଅଧିକ ରହିଛି । ଏଣୁ କର୍ତୃପକ୍ଷ ତୁରନ୍ତ ଫାଟି ଯାଇଥିବା ପାଇପ ଲାଇନ ମରାମତି ପାଇଁ ଦାବୀ ହେଉଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe