//BREAKING//
Loading...

ବିଧାୟିକାଙ୍କ ଦ୍ୱାରା ଗ୍ରାମ ପଚାଂୟତ ନୋଡାଲ ହାଇସ୍କୁଲ ଠାରେ ଆର୍ମି ୱିଙ୍ଗ ଅଫିସ ଉଦଘାଟିତ ।

ଆସିକା,୧୪/୭- (ମନୋଜ କୁମାର ସାହୁ)ଗଞ୍ଜାମ ଜିଲ୍ଲା ଆସିକା ଗୋଷ୍ଠୀ ଶିକ୍ଷା ଅଧିନ ଦେବଭୂମି ଗ୍ରାମପଚାଂୟତ ନୋଡାଲ ହାଇସ୍କୁଲ ଠାରେ ଆଜି ବିଧାୟିକା ମଞ୍ଜୁଳା ସ୍ୱାଇଁ ଆର୍ମି ୱିଙ୍ଗ ଅଫିସ ଟ୍ରୁପ ନମ୍ବର ୨୯ / ଏ କୁ ଉଦଘାଟନ କରିଛନ୍ତି । ୧୯୮୨ ମସିହା ଠାରୁ ନିର୍ମିତ ଏହି ସର୍ବପୁରାତନ ଗ୍ରାମପଚାଂୟତ ନୋଡାଲ ହାଇସ୍କୁଲ କୈାଣସି ସମର ଅଭ୍ୟାସ କାର୍ଯ୍ୟ ଆରମ୍ଭ ହୋଇନଥିଲା । ଆସୋସିଏଟ ଏନସିସି ଅଧିକାରୀ ଅନୁପ କୁମାର ନାୟକ ( ଥାର୍ଡ ଅଫିସର ) ନିଯୁକ୍ତି ପାଇଲା ପରେ ଏହି ବିଦ୍ୟାଳୟରେ ସମର ଅଭ୍ୟାସ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଶତାଧିକ ଏନସିସି କ୍ୟାଡେଟ ନିୟମିତ ଅଭ୍ୟାସ କରନ୍ତି । କିନ୍ତୁ ସେମାନଙ୍କ ପାଇଁ କୈାଣସି ସ୍ୱତନ୍ତ୍ର କୋଠରୀ ନଥିଲା । ଏଥିରେ ଆସୋସିଏଟ ଏନସିସି ଅଧିକାରୀ ଅନୁପ କୁମାର ନାୟକ ତାଙ୍କ ବଳିଷ୍ଠ ଉଦ୍ୟମରେ ଆର୍ମି ୱିଙ୍ଗ ଅଫିସ କରିଥିଲେ । ଏହି ବିଦ୍ୟାଳୟରେ ପାସ ଆଉଟ ହୋଇଥିବା ପୂର୍ବତନ ଏନସିସି କ୍ୟାଡେଟଙ୍କ ସହଯୋଗରେ ସ୍ୱତନ୍ତ୍ର ଆର୍ମି ୱିଙ୍ଗ ଅଫିସ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଥିଲା । ସମସ୍ତ ଛାତ୍ରଛାତ୍ରୀ ନିଜର ଦେଶର ମାନମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ନିଜକୁ ସମର ଅଭ୍ୟାସ ଭଳି କାର୍ଯ୍ୟରେ ନିୟୋଜିତ ରଖିଲେ । ଆଉ ଭବିଷ୍ୟତରେ ସେନା ବାହିନୀରେ ସାମିଲ ହେବା ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି । ଏହାକୁ ସାକ୍ଷାର କରିବା ପାଇଁ ଆସୋସିଏସନ ଏନସିସି ଅଧିକାରୀ ଅନୁପ କୁମାର ନାୟକ ବିଦ୍ୟାଳୟର ପାସଆଉଟ ଛାତ୍ରଛାତ୍ରୀଙ୍କୁ ନେଇ ସମର ଅଭ୍ୟାସ କରିଥାନ୍ତି । ଏହି ଉଦଘାଟନି ଉତ୍ସବରେ ସ୍କୁଲ ପରିଚାଳନା କମିଟି ସଭାପତି ପଚାଂନନ ସାହୁ,ଚନ୍ଦ୍ର ଶେଖର ସ୍ୱାଇଁ,ଲଣ୍ଡା ମହାନ୍ତି,ପ୍ରଧାନ ଶିକ୍ଷୟତ୍ରୀ ଶୈଳବାଳା ସେଠୀ,ପୂର୍ବତନ ସମିତି ସଭ୍ୟ ସନ୍ତୋଷ ନାୟକ,ବିଜୟ ଦଳେଇ,ଗୈାରହରି ବେହେରା,ଅଶାନ୍ତି ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe