//BREAKING//
Loading...

ସୁଧୁରିଲା କେବଲ ବ୍ୟବସ୍ଥା

ସୁଧୁରିଲା କେବୁଲ ସମସ୍ୟା, କୃତଜ୍ଞତା ଜଣାଇଲେ ଲୋକେ

ଧରାକୋଟ,21/7/23(ମନୋଜ କୁମାର ସାହୁ)ଧରାକୋଟ ବ୍ଲକର ବାହାରପୁର ପଂଚାୟତର ଡ଼ାକିବଜା ଗ୍ରାମର ପଶ୍ଚିମ ଦିଗରେ ବିଲଭିତରେ ଝୁଲନ୍ତା ଅବସ୍ଥାରେ ବିପଦ ଜନକ ସ୍ଥିତିରେ ରହିଥିବା କେବୁଲ ସମସ୍ୟାର ସ୍ଥାୟୀ ସମାଧାନ ହୋଇଛି । ଏ ସମ୍ପର୍କରେ ଧରାକୋଟ ବିଦ୍ୟୁତ ସେକ୍ସନ ର ସହକାରୀ ଯନ୍ତ୍ରୀ ତୁଷାର କାନ୍ତ ପାଢ଼ୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତୁରନ୍ତ ଏହି ସମସ୍ୟାକୁ ଗମ୍ଭୀରତା ର ସହ ନେଇ ଝୁଲନ୍ତା ଅବସ୍ଥାରେ ରହିଥିବା କେବୁଲ କୁ ଉଭୟ ପଟକୁ ଟାଣି ବିଦ୍ୟୁତ ଖୁଣ୍ଟରେ ଭିଡା ଯାଇଛି । ଜମିଠାରୁ ମାତ୍ର ଚାରି ଫୁଟ ଉଚ୍ଚରେ ଓହଳି ରହିଥିବା କେବୁଲ କୁ ପନ୍ଦର ଫୁଟ ଉଚ୍ଚତା ରେ ବର୍ତ୍ତମାନ ଟଣାଯାଇ ସ୍ଥିତାବସ୍ଥା ରେ ପରିବର୍ତନ କରାଯାଇଛି । ପ୍ରକାଶ ଯୋଗ୍ୟ କେବୁଲଟି ଜମିଠାରୁ ମାତ୍ର ଚାରି ଫୁଟ ଉଚ୍ଚରେ ଓହଳି ରହିଥିଲା । ସଂପୃକ୍ତ ଜମି ନିକଟରେ ଗୃହ ପାଳିତ ପଶୁ ମାନେ ବିଚରଣ କରୁଥିବା ବେଳେ ଛୋଟ ଛୋଟ ପିଲା ମାନେ ମଧ୍ୟ ଏହାର ନିକଟରେ ଖେଳ ବୁଲ କରୁଥିଲେ । ବର୍ଷା ଦିନ ଯୋଗୁଁ କେବୁଲ ରେ ଅଚାନକ ବିଦ୍ୟୁତ ଲିକ ହେବାର ସମ୍ଭାବନା ମଧ୍ୟ ରହିଥିଲା । ଯାହାକି ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା । ବର୍ତମାନ ଏହି ସମସ୍ୟା ସୁଧୁରିଯିବା ଯୋଗୁଁ ଲୋକେ ଆଶ୍ବସ୍ତ ହେବା ସହ ବିଦ୍ୟୁତ ବିଭାଗ ସହ ସହକାରୀ ଯନ୍ତ୍ରୀ ତୁଷାର କାନ୍ତ ପାଢୀଙ୍କୁ କୃତଜ୍ଞତା ଜଣାଇବା ସହ ଅନ୍ୟ ଏକ ବିପଦ ସଙ୍କୁଳ ବିଦ୍ୟୁତ ଖୁଣ୍ଟ କୁ ବଦଳାଇବା ପାଇଁ ଦାବୀ କରିଛନ୍ତି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe