...
ଧରାକୋଟ,20/7/23 ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ବ୍ଲକ ବୈଠକ ଗୃହରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ଭୋଟର ତାଲିକା ସଂଶୋଧନ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବି ଡି ଓ ଡେନିସ ବେହେରା,ଅତିରିକ୍ତ ବି ଡି ଓ ସୁଶିଲ ପଟନାୟକ ଓ କଲ୍ୟାଣ ଅଧିକାରୀ ଅନିଲ ପ୍ରଧାନ ଉପସ୍ଥିତ ରହି ଏଗାର ଜଣ ସୁପରଭାଇଯର ଓ ଶହେ ଦଶ ଜଣ ବି ଏଲ ଓ ଙ୍କୁ ନିର୍ବାଚନ ସମ୍ପର୍କୀୟ ତାଲିମ ପ୍ରଦାନ କରିଥିଲେ।ଜୁଲାଇ 21 ତାରିଖ ଠାରୁ ଅଗଷ୍ଟ 21 ତାରିଖ ମଧ୍ୟରେ ଘରକୁ ଘର ଯାଇ ସର୍ଭେ କରି ସମସ୍ତ ଭୋଟରଙ୍କ ନିର୍ଭୁଲ ବିବରଣୀ ସଂଗ୍ରହ କରାଯିବ। ପ୍ରମୁଖ ବ୍ୟକ୍ତି ମାନଙ୍କ ତଥ୍ୟ ସଂଗ୍ରହ ସହ 18 ବର୍ଷରୁ ଅଧିକ ବୟସର ଯୁବକଙ୍କ ନାମ ତାଲିକା ଭୂକ୍ତ କରିବା,ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ ନାମ ତାଲିକା ରୁ ବାଦ ଦେବା ଏବଂ ଆବଶ୍ୟକ ଅନୁଯାୟୀ ସଂଶୋଧନ କରିବା ପାଇଁ ତାଲିମ ପ୍ରଦାନ କରାଯାଇଥିଲା। ବି ଏଲ ଓ ଆପ ଦ୍ଵାରା ଏହି ସର୍ଭେ କାର୍ଯ୍ୟ କରାଯିବ ବୋଲି ଜଣାଯାଇଛି ।