ବଜାର ପ୍ରଶସ୍ତି କରଣ ପାଇଁ ଦୋକାନୀ ଙ୍କ ସହମତି
....................................
ଧରାକୋଟ,24/7/23(ମନୋଜ କୁମାର ସାହୁ)ଭଞ୍ଜନଗର ପୂର୍ତ୍ତ ବିଭାଗ ପକ୍ଷରୁ ଧରାକୋଟ ବଜାର ଅଞ୍ଚଳ କୁ ଜବରଦଖଲ ମୁକ୍ତ କରାଯାଇ ପ୍ରଶସ୍ତି କରଣ କରାଯିବ । ଏଥି ପାଇଁ ସ୍ଵତଃ ପ୍ରବୃତ୍ତ ଭାବରେ ରାଜି ହୋଇଛନ୍ତି ଦୋକାନୀ ମାନେ। ଆଜି ଧରାକୋଟ ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାର କବିରାଜ ପ୍ରଧାନ, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଛନ୍ଦାଶ୍ରୀ ନାୟକ,କନିଷ୍ଠ ଯନ୍ତ୍ରୀ ଚିରଞ୍ଜିବୀ ସାହୁ,ଧରାକୋଟ ରାଜସ୍ୱ ନିରୀକ୍ଷକ ଯଜ୍ଞ ନାରାୟଣ ନାୟକ ଓ ବାଜର ର ଦୋକାନୀ ମାନଙ୍କ ମଧ୍ୟରେ ବଜାର ରାସ୍ତା ପ୍ରଶସ୍ତି କରଣ ପାଇଁ ଆଲୋଚନା ହୋଇଥିଲା। ବୈଠକ ରେ ସହମତି ଭିତ୍ତିରେ ହୋଇଥିବା ଅନୁଯାୟୀ ବଜାର ଆରମ୍ଭରୁ ମେଡିକାଲ ପର୍ଯ୍ୟନ୍ତ ସାତ ମିଟର ଚଉଡ଼ା ରେ ରାସ୍ତା ନିର୍ମାଣ କରାଯିବ। ରାସ୍ତାର ଉଭୟ କଡ଼ରେ ଏକ ମିଟର ଚଉଡ଼ା ରେ ଡ୍ରେନ ନିର୍ମାଣ କରାଯାଇ ଏହା ଉପରେ ପ୍ଲେଟ ପକାଜିବ । ରାଜସ୍ବ ବିଭାଗ ତରଫରୁ ଗତ ମେ ମାସ ଆଠ ତାରିଖ ଦିନ ଚିହ୍ନଟ କରାଯାଇଥିବା ଅଞ୍ଚଳକୁ ଦୋକାନୀ ମାନେ ସ୍ଵତଃ ପ୍ରବୃତ୍ତ ଭାବରେ ପନ୍ଦର ଦିନ ମଧ୍ୟରେ ଭିଙ୍ଗିଲେ ଆସନ୍ତା ଦଶହରା ମଧ୍ୟରେ ରାସ୍ତା କାମ ଶେଷ କରାଯିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ମେଡିକାଲ ସମ୍ମୁଖରେ ବେଆଇନ ଭାବେ ଜବରଦଖଲ କରି ତିଆରି କରିଥିବା ଦୋକାନ ଗୃହ ଗୁଡ଼ିକୁ ସେଠାରୁ ହଟାଇବା ପାଇଁ ନିଷ୍ପତି ନିଆଯାଇଥିଲା। ଉଭୟ ପଟର ଡ୍ରେନ ପରେ ଯଦି ଲୋକମାନେ ସ୍ଥାନ ନିଜେ ଛାଡ଼ିବା ପାଇଁ ରାଜି ହେଲେ ପେଭର ବ୍ଲକ ଦ୍ଵାରା ପାର୍କିଂ ପାଇଁ ସ୍ଥାନ ନିର୍ମାଣ କରାଯିବ ବୋଲି ବିଭାଗ ତରଫରୁ ଘୋଷଣା କରାଯାଇଥିଲା । ସହମତି ଭିତ୍ତିରେ ଯଦି ନିଜ ଆଡୁ ଘର, ବାରଣ୍ଡା ନଭଙ୍ଗନ୍ତି ତାହେଲେ ସରକାରୀ ନିୟମ ଅନୁଯାୟୀ ଉଚ୍ଛେଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରକାଶ ଯୋଗ୍ୟ ସଂପ୍ରତି ପୂର୍ତ୍ତ ବିଭାଗ ପକ୍ଷରୁ ଜାନବିଲି ଧରାକୋଟ ରାସ୍ତା ନିର୍ମାଣ ଚାଲିଛି । ଏଣୁ ଗାଁ ଭିତରର ଜବର ଦଖଲ ଉଚ୍ଛେଦ ପାଇଁ ରାଜସ୍ବ ବିଭାଗ ପକ୍ଷରୁ ରାସ୍ତା ପାର୍ଶ୍ୱରେ ସମସ୍ତ ଗୃହ କର୍ତ୍ତା ଓ ଦୋକାନୀ ମାନଙ୍କୁ ନୋଟିସ ଦିଆଯାଇଥିଲା। ଆଜି ଏହାର ସମୟ ସୀମା ଶେଷ ହେବା ପରେ ତହସିଲ କାର୍ଯ୍ୟାଳୟରେ ସମସ୍ତଙ୍କ ମତାମତ ନିଆଯାଇଥିଲା ।