//BREAKING//
Loading...

5T ସଚିବଙ୍କ ଗ୍ରସ୍ତ ର ଦିନଟିଏ ପରେ ଅଭିଯୋଗ କାରୀଙ୍କ ପାଖରେ ପହଁଚିଲା ଆର୍ଥିକ ସହାୟତା ରାଶି

5T ସଚିବଙ୍କ ଗ୍ରସ୍ତ ର ଦିନଟିଏ ପରେ ଅଭିଯୋଗ କାରୀଙ୍କ ପାଖରେ ପହଁଚିଲା ଆର୍ଥିକ ସହାୟତା ରାଶି

ଆସିକା /29/08/23(ମନୋଜ କୁମାର ସାହୁ)ଗତ 26 ତାରିଖ ଶନିବାର ଦିନ 05 ଟି ସଚିବଙ୍କ ଆସିକା ଗ୍ରସ୍ତ ବେଳେ ବଡ଼ଖୋଲି ପଂଚାୟତ ର ସାନ୍ତରାପୁର ଗ୍ରାମର +3 ଦ୍ୱିତୀୟ ବର୍ଷ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜ ର ଛାତ୍ରୀ ସୁଜାତା ଜେନା ଆସିକା କଲେଜ ଛକ ପଡ଼ିଆରେ ନିଜର ଅସୁବିଧା କୁ 05 ଟି ସଚିବ ଆଗରେ ଗୁହାରି କରିଥିଲେ । ସେହିଭଳି ନିରାଳ ପଂଚାୟତ ରିସିପୁର ଗ୍ରାମର କୃପାସିନ୍ଧୁ ପଣ୍ଡା ଙ୍କ ଏକ ମାତ୍ର ପୁଅ ନବମ ଶ୍ରେଣୀ ବାବୁଲା ପଣ୍ଡା ଗତ ବର୍ଷ କିରୋସିନ ଷ୍ଟୋଭ ଫାଟି ଶରୀରର ଅଧିକାଂଶ ଅଂଶ ପୋଡି ବହୁ ଅସୁବିଧା ରେ ରହିଛନ୍ତି l ସେ ନିଜେ ମା ସହ ଆସି 05 ଟି ସଚିବ ପାଣ୍ଡିଆନ ଙ୍କୁ ନିଜର ଅଭିଯୋଗ ଶୁଣାଣି କରିଥିଲେ l ଏଭଳି ଦୁଇ ଜଣ ବିଦ୍ୟାର୍ଥୀ ଙ୍କ ନିବେଦନ କୁ ଗୁରୁତର ଭାବେ ବିଚାର କରି ଦୁଇ ଜଣଙ୍କୁ 60 ହଜାର ଟଙ୍କା ଦେବା କୁ ଆସିକା ବ୍ଲକ ର ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ l ଗତକାଲି ଆସିକାବିଧାୟକ ମଞ୍ଜୁଳା ସାଇଁ
ବି ଡି ଓ ଫକୀର ଚରଣ ପରିଡା, ଜିଲ୍ଲା ପରିଷଦ ସଦସ୍ୟl ତନ୍ମୟୀ ନାହାକ, ଅନିମା ପରିଡା,ପ୍ରମୁଖ ଉପସ୍ଥିତ ରହି ଦୁଇ ଜଣଙ୍କୁ ଆସିଥିବା ଆର୍ଥିକ ରାଶି ପ୍ରଦାନ କରିଥିଲେ l ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରତେକ ଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି 
ଦୁଇ ପରିବାର ପକ୍ଷରୁ 5T ସଚିବ
ଭି.କେ.ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାୟିକା, ଜିଲ୍ଲାପରିଷଦ, ସରପଞ୍ଚ, ପଂଚାୟତ ପ୍ରତିନିଧି, ବିଡ଼ିଓ, ଙ୍କୁ କୃତଜ୍ଞତା ଜଣାଇଛନ୍ତି

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe