//BREAKING//
Loading...

ଆସିକା ସରସ୍ବତୀ ଶିଶୁମନ୍ଦିର ଠାରେ ବିଭାଗ ଓ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ଆସିକା ସରସ୍ବତୀ ଶିଶୁମନ୍ଦିର ଠାରେ ବିଭାଗ ଓ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା


ଆସିକା କଳିଙ୍ଗ ରୋଡ ସ୍ଥିତସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଭାଗ ଓ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀଣୀ ମୁନରାଣୀ ମହାନ୍ତି ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲା ବେଳେ ମୁଖ୍ୟ ବକ୍ତା ଭାବେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ଅଧ୍ୟାପକ ସୁରଜ କୁମାର ପାଣିଗ୍ରାହୀ ନିଜ ଅଭିଭାଷଣ ରଖିଥିଲା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ସଭାପତି ସୁବାଷ ଚନ୍ଦ୍ର ସେନାପତି, ସମ୍ପାଦକ ପ୍ରସନ୍ନ କୁମାର ପ୍ରଧାନ,ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ମୁନି ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ନିଜ ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଜ୍ଞାନ ବିଜ୍ଞାନ ମେଳାରେ ଗଞ୍ଜାମ ବିଭାଗ ର ଆସିକା, ବ୍ରହ୍ମପୁର,ଛତ୍ରପୁର, ପାରଳାଖେମୁଣ୍ଡି,ଖଲ୍ଲିକୋଟ ଓ ଫୁଲବାଣୀ ବିଭାଗ ର ବାଲିଗୁଡା, ଭଞ୍ଜନଗର, ଫୁଲବାଣୀ ଆଦି ବିଭାଗର ମୋଟ 216 ପ୍ରତିଯୋଗୀ ଭାଗ ନେଇଥିଲେ l ଏଥିରେ ଗଣିତଓ ବିଜ୍ଞାନ ବିଭାଗରେ 36 ଟି ପ୍ରକଳ୍ପ ସହିତ ଗଣିତ ଓ ବିଜ୍ଞାନ ପତ୍ର ବାଚନ ପରିଯୋଗୀତା ଅନୁଷ୍ଠିତ ହୋଇଥିଲା l ଏହି ପରିଯୋଗୀତାକୁ ଦକ୍ଷିଣ ପୂର୍ବ ବିଭାଗର ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ସଂଯୋଜନା କରିଥିଲା ବେଳେ ଏହି କାର୍ଯ୍ୟକ୍ରମ କୁ ଶିକ୍ଷା ବିକାଶ ସମିତି ଓଡ଼ିଶା ଦକ୍ଷିଣ ପୂର୍ବ ସମ୍ଭାଗ ସହନିରୀକ୍ଷକ ପଦ୍ମନାଭ ସାମଲ ପରିଚାଳନା କରିଥିଲେ l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe