//BREAKING//
Loading...

ଆସିକାରେ ମାଳ ମାଳ ସୁନା ଦୋକାନ

ଆସିକାରେ ମାଳ ମାଳ ସୁନା ଦୋକାନ:ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଠକେଇ

ଆସିକା ସହରର ମହାତ୍ମାଗାନ୍ଧୀ
ରୋଡ଼,ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ରେ ମାଳ ମାଳ ସୁନା
ଦୋକାନ ରହିଛି। ଅବାଧ ରେ ଚାଲିଛି ସୁନା, ରୂପା ବ୍ୟବସାୟୀ
ସୁନା ବ୍ୟବସାୟ ରେ ବିକ୍ରି କରିଲେ ଓ କ୍ରୟ କରିଲେ ଦୋକାନି ମାନେ
ସବୁବେଳେ ଲାଭରେ ରହନ୍ତି । ଏହାକୁ ଆଖୁ ଆଗରେ ରଖ୍ ଆସିକା
ଅଞ୍ଚଳରେ ମାଳ ମାଳ ସୁନା ଦୋକାନ ଗଢ଼ି ଉଠିଛି। ଆସିକା ରେ
କେତେକ ସୁନା ବ୍ୟବସାୟୀ ମାନେ ଗ୍ରାହକ ଙ୍କୁ ବିନା ରସିଦ ରେ
ଦୈନିକ ଲକ୍ଷ ଲକ୍ଷ ଟଙ୍କାର ସୁନା ବିକ୍ରି କରୁଛନ୍ତି।ଯାହା ଫଳରେ
ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ଜି ଏସ ଟି ବା ରାଜସ୍ୱ କ୍ଷତି
ହେଉଛି।ଏହାସହ କେତେକ ବ୍ୟବସାୟୀ ଗ୍ରାହକଙ୍କୁ ୨୨କ୍ୟାରେଟ
ଦରରେ ସୁନା ବିକ୍ରି କରନ୍ତି। ଗ୍ରହକ ବିଚାରା ର ଅସୁବିଧା ବେଳେ
ସେହି ୨୨କ୍ୟାରେଟ ସୁନା କ୍ରୟ କରିଥିବା ଦୋକାନ କୁ ବିକ୍ରି କରିବାକୁ
ଗଲେ ସେହି ସୁନା କୁ ୧୮କ୍ୟାରେଟ ଓ ତା ଠାରୁ ସ୍ୱଳ୍ପ ଦରରେ କ୍ରୟ
କରିବାକୁ ଦୋକାନି ସୁନା ସରିଯାଇଛି କହି ଭୁଆଁ ବୁଲାଇ ଗ୍ରହକ ଙ୍କ
ଠାରୁ ସୁନା ରଖନ୍ତି।ସୁନା ବ୍ୟବସାୟ କରି ପୁଳା ପୁଳା ଟଙ୍କାର ମାଲିକ
ହେଉଥିବା ବେଳେ ଏପଟେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ଵ
ହରାଉଥିବା ନେଇ ସାଧରଣରେ ଅଭିଯୋଗ ହେଉଛି। ଆସିକାରେ
ଦୀର୍ଘ ବର୍ଷ ହେଲା ଆଇ ଟି ବିଭାଗ ପକ୍ଷରୁ ଜି ଏସ ଟି ଓ ରାଜସ୍ୱ
ଠକୁ ଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ ହୋଇ ନାହିଁ।
କେତେକ ବ୍ୟବସାୟୀ ମାନେ ବିଭଗୀୟ ଅଧ୍ୟାରୀ ଙ୍କୁ ହାତବାରିସୀ
କରି ଏହି ସବୁ ଚୋରା ବ୍ୟବସାୟ କରୁଥିବା ଖୁଲାମ ଖୁଲା କରୁଥିବା
ସାଧରଣ ରେ ଆଲୋଚନା ହେଉଛି। ଆସିକା ଓ ବାହାର ର କେତେ
ବ୍ୟବସାୟୀ ବିନା ପଞ୍ଜିକୃତ ରେ ଆସିକାରେ କେତେକ ସ୍ଥାନରେ
ବାହାର ରାଜ୍ୟରୁ ଚୋର ରୂପା ଆଣି ହୋଲସେଲ ଦରରେ ବିକ୍ରି
କରିବା ଯୋଗୁଁ ଆସିକାକୁ ଅଖା ପାଖ ଅଞ୍ଚଳ ର ବ୍ୟବସାୟୀ ମାନେ
ଆସି ଲକ୍ଷ ଲକ୍ଷ ଟଙ୍କାର ବିଭିନ୍ନ କିସମ ର ରୁପା ସାମଗ୍ରୀ କ୍ରୟ
କରୁଥିବା ନେଇ ସାଧରଣ ରେ ଆଲୋଚନା ହେଉଛି

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe