//BREAKING//
Loading...

ଆତ୍ମା ପକ୍ଷରୁ ବ୍ଲକ ସ୍ତରୀୟ ଋଣ ମେଳା କାର୍ଯ୍ୟକ୍ରମ

ଆତ୍ମା ପକ୍ଷରୁ ବ୍ଲକ ସ୍ତରୀୟ ଋଣ ମେଳା କାର୍ଯ୍ୟକ୍ରମ
ଆସିକା 23/08/23

ରାଜ୍ୟ ସରକାର ଙ୍କ କୃଷି ଏବଂ କୃଷକ ସଶସ୍ତୀ କରଣ ବିଭାଗ ପକ୍ଷରୁ ଆସିକା ବ୍ଲକ ର କୃଷି ସୂଚନା ଏବଂ ପରାମର୍ଶ କେନ୍ଦ୍ର ଠାରେ ଖରିଫ ଚାଷ ନିମନ୍ତେ ମହିଳା ସ୍ୱୟଂ ସହାୟକ ଦଳ ମାନଙ୍କୁ ଋଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଆସିକା ବିଧାୟକ ମଞ୍ଜୁଳା ସ୍ୱାଇଁ, ସମବାୟ ସମିତି ର ସରକାରୀ ରେଜିଷ୍ଟର ବିଜୟ କୁମାର ସାହୁ, ବ୍ଲକ କୃଷି ଅଧିକାରୀ
ବାସୁ ଦେବ ସାହୁ,
ସହକାରୀ କୃଷି ଅଧିକାରୀ ସୁବ୍ରତା ମିଶ୍ର,ପ୍ରମୁଖ ମଂଚାସୀନ ରହିଥିବା ବେଳେ ଆତ୍ମା ର ଅଧକ୍ଷ ରାଜେଶ ପଟନାୟକ ଅଧକ୍ଷତା କରିଥିଲେ l ଆସିକା ବ୍ଲକ ର ଭାଗ ଚାଷ କରୁଥିବା ମହିଳା ସ୍ୱୟଂ ସହାୟକ ଦଳ ମାନଙ୍କୁ ବଳରାମ ଯୋଜନାରେ ଏକ ଲକ୍ଷ ଟଙ୍କା ଋଣ ବଣ୍ଟନ ମେଳା ଅନୁଷ୍ଠିତ କରାଯାଇଥିଲା l ଆଜିର ଏହି ମେଳା ରେ ମୋଟ 16 ଗୋଟି ସ୍ୱୟଂ ସହାୟକ ଦଳ ଯୋଗ ଦେଇଥିଲେ l ଆସିକା ସଦର ସମବାୟ ବ୍ୟଙ୍କ ଶାଖା ପକ୍ଷରୁ ଏହି ଋଣ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁନିଗାଡ଼ି ସେବା ସମିତି ର ସମ୍ପାଦକ ପ୍ରଭାତ କୁମାର ଦଳବେହେରା, ବ୍ଲକ କୃଷି ଅଧିଦର୍ଶକ ପ୍ରଫୁଲ କୁମାର ସାହୁ, ପ୍ରମୁଖ ସହଯୋଗ କରିଥିଲେ l ମହିଳା ମାନେ ଏହି ଋଣ ଟଙ୍କା ଖରିଫ ଚାଷ ରେ ସୁବିନିଯୋଗ କରି ଆତ୍ମ ନିର୍ଭରଶିଳ ହେବାକୁ ଅତିଥି ମାନେ ମତ ରଖିଥିଲେ l ଏହା ପୂର୍ଵ ରୁ ଆସିକା ବ୍ଲକ ର 21 ଗୋଟି ମହିଳା ସ୍ୱୟଂ ସହାୟକ ଦଳ ର ମହିଳା ମାନଙ୍କୁ ଏକ ଲକ୍ଷ ଟଙ୍କା ବିନା ସୁଧ ରେ ଋଣ ପ୍ରଦାନ କରାଯାଇଛି l ମୋଟା 37 ଗୋଟି ଏସ ହେଛ ଜି ମାନଙ୍କୁ 37 ଲକ୍ଷ ଟଙ୍କା ଦିଆ ଯାଇଥିବା କୃଷି କାର୍ଯ୍ୟଳୟ ପକ୍ଷରୁ କୁହାଯାଇଛି l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe