ବସ ଷ୍ଟାଣ୍ଡ ସ୍ଥାନ ପରିବର୍ତ୍ତନ ପାଇଁ ତହସିଲଦାର ଙ୍କ ଠାରେ ଦାବୀ
ଧରାକୋଟ,28/8/23(ମନୋଜ କୁମାର ସାହୁ)ରାଜ୍ୟ ସରକାର ଆମ ବସ ଷ୍ଟାଣ୍ଡ ଯୋଜନାରେ ଦ୍ଵିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ନଅ ଗୋଟି ବସ ଷ୍ଟାଣ୍ଡ କୁ ଅନୁମୋଦନ କରିଛନ୍ତି । ଏହି ସବୁ ବସ ଷ୍ଟାଣ୍ଡ କୁ ମୁଖ୍ୟମନ୍ତ୍ରୀ ଆଭାସୀ ଦ୍ଵାରା ଉଦ୍ଘାଟନ କରିଛନ୍ତି। ସେଥି ମଧ୍ୟରେ ରହିଛି ଧରାକୋଟ ବସ ଷ୍ଟାଣ୍ଡ। ଧରାକୋଟ ରେ ନୂଆ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଗତ ଛଅ ମାସ ପୂର୍ବେ ଏକ କମିଟି ଧରାକୋଟ ଗସ୍ତ କରି ଧରାକୋଟ ମୌଜା ର ପ୍ଲଟ ନଂ 1438,1439,1440 ଓ 1441କୁ ଚିହ୍ନଟ କରିଥିଲେ । କିନ୍ତୁ ବର୍ତ୍ତମାନ ଏହକୁ ପରିବର୍ତ୍ତନ କରାଯାଇ ରାଜସ୍ବ ବିଭାଗ ତରଫରୁ ଖମାର ପାଇତାରି ମୌଜାରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ବିଭାଗ ତରଫରୁ ରାଜ୍ଯ ସରକାର ଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହା ଧରାକୋଟ ଠାରୁ ଦେଢ଼ କିମି ଦୂରରେ ହୋଇଥିବା ଯୋଗୁଁ ପରିବହନ ସେବା ବିଗିଡିବାର ଆଶଙ୍କା ପ୍ରକାଶ ପାଇଛି। ସଂପୃକ୍ତ ସ୍ଥାନରେ ବସ ଷ୍ଟାଣ୍ଡ ହେଲେ ବ୍ରହ୍ମପୁର ଠାରୁ ସୋରଡ଼ା, ବାଲିଗୁଡା, ନୂଆପଡ଼ା ପର୍ଯ୍ୟନ୍ତ ଯାଉଥିବା ବସ ଧରାକୋଟ ଭିତରକୁ ନଆସି ବାଇପାସ ଦେଇ ଚାଲିଯିବାର ସମ୍ଭାବନା ରହିଛି। ଏଣୁ ଆଜି ଧରାକୋଟ ବଣିକ ସଂଘ ତରଫରୁ ସ୍ଥାନୀୟ ତହସିଲଦାର କବିରାଜ ପ୍ରଧାନ ଙ୍କ ନିକଟରେ ବସଷ୍ଟାଣ୍ଡ କୁ ପୂର୍ବରୁ ଅନୁଧ୍ୟାନ କମିଟି ଚିହ୍ନଟ କରିଥିବା ଧରାକୋଟ ମୌଜାରେ ଏହାର ନିର୍ମାଣ ପାଇଁ ଦାବୀ ଉପସ୍ଥାପନା କରାଯାଇଥିଲା ।ସଭାପତି ବିଜୟ କୁମାର ପାତ୍ର ଙ୍କ ସହ ବରିଷ୍ଠ ସଦସ୍ୟ ସୁନିଲ କୁମାର ଗୌଡ଼, ପ୍ରଫୁଲ୍ଲ ପାଣିଗ୍ରାହୀ,କୈଳାସ ସାହୁ,ଗୋଲକ ସାହୁ,ଅରକ୍ଷିତ ପାତ୍ର,ସୁବାସ ଚନ୍ଦ୍ର ପାତ୍ର, ଶିବ ପ୍ରସାଦ ମହାନ୍ତି ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ମତ ରଖିଥିଲେ । ଏ ସମ୍ପର୍କରେ ତହସିଲଦାର ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଥିଲେ। ପ୍ରକାଶ ଯୋଗ୍ୟ ଧରାକୋଟ ରେ ଉପଯୁକ୍ତ ସ୍ଥାନରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଖୁବ ଶୀଘ୍ର ଗ୍ରାମବାସୀଙ୍କ ତରଫରୁ ଗଞ୍ଜାମ ଜିଲ୍ଲାପାଳ ,ଭଞ୍ଜନଗର ଉପ ଜିଲ୍ଲାପାଳ ଓ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି।