//BREAKING//
Loading...

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୭୭ତମ ସ୍ବାଧୀନତା ଦିବସ ସମାରୋହ

*ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୭୭ତମ ସ୍ବାଧୀନତା ଦିବସ ସମାରୋହ।*

( ଦେଶ ବିକାଶପଥରେ ଆମେ କେତେ ସଚ଼େତନ ? )

ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ବଳିଷ୍ଠ ତତ୍ତ୍ବାବଧାନରେ ସ୍ବତନ୍ତ୍ର ଭାରତର ପ୍ରଥମ ରାଷ୍ଟ୍ରୀୟ ପର୍ବର ୭୭ତମ ସ୍ବାଧୀନତା ଦିବସ ଏକ ବର୍ଣ୍ଣାଢ୍ୟ ପରିବେଶରେ ସଂପାଦିତ ହୋଇଯାଅଛି। ଏହି କାର୍ଯ୍ୟକ୍ରମର ପ୍ରଥମ ଅବସରରେ ଅଧ୍ୟକ୍ଷଙ୍କ ଦ୍ବାରା ରାଷ୍ଟ୍ରୀୟ ତ୍ରିରଙ୍ଗା ପତ୍ତାକା ଉତ୍ତୋଳନ କରାଯାଇଥିଲା। ଜାତୀୟ ସମର ଶିକ୍ଷାର୍ଥୀ ବାହିନି, ଯୁବ ରେଡକ୍ରସ୍, ଜାତୀୟ ସେବା ଯୋଜନା ସଂସ୍ଥା, ସ୍କାଉଟ୍ ଓ ରୋଭର୍ସ ରେଂଜର୍ସର କ୍ୟାଡେଟ୍ ତଥା ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ଏବଂ ଯୁକ୍ତ ଦୁଇ ତଥା ତିନିର ପ୍ରାୟ ଶତାଧିକ ବିଦ୍ୟାର୍ଥୀଙ୍କ ଦ୍ବାରା କ୍ରୀଡା ପ୍ରାଙ୍ଗଣରେ ପ୍ୟାରେଡ୍ ଦ୍ବାରା ଅଧ୍ୟକ୍ଷ ଡ. ତ୍ରିପାଠୀ ରାଷ୍ଟ୍ରୀୟ ମର୍ଯ୍ୟାଦାର ଅଭିବାଦନ ଗ୍ରହଣ କରିଥିଲେ। ଦେଶର ୭୭ତମ ସ୍ବାଧୀନତା ପରେ କଳା, ସଂସ୍କୃତି, ଜ୍ଞାନ, ବିଜ୍ଞାନ, ସାହିତ୍ୟ, ଶିକ୍ଷା, ବୈଶୟୀକ ଶିକ୍ଷା, ଅାର୍ଥିକ, ସାମଜିକ, ରାଜନୈତିକ, ଆଧ୍ୟାତ୍ମିକ ଏବଂ ନୈତିକ ବିକାଶରେ ଆମେ କେତେ ସଚ଼େତନ ? ଅଧ୍ୟକ୍ଷ ତାହାର ସଂକ୍ଷିପ୍ତ ବିବରଣୀ ରଖିଥିଲେ ଏବଂ ଯୁବାପିଢ଼ିଙ୍କୁ ଦେଶର ବିକାଶ ପଥରେ ଶାମିଲ ହେବାପାଇଁ ଆହ୍ବାନ କରିଥିଲେ। ସ୍ବତନ୍ତ୍ର ଭାରତର ଅମର ଶହୀଦ ତଥା ଜନନାୟକ ମହାତ୍ମା ଗାନ୍ଧୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଶହୀଦ ଭଗତ୍ ସିଂହ, ଜୟୀ ରାଜଗୁରୁ, ଗୋପବନ୍ଧୁ ଦାଶ ଇତ୍ୟାଦିଙ୍କ ବଳୀଦାନ ଗାଥାକୁ ସ୍ମୃତି ଚାରଣ କରିଥିଲେ। ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ସ୍ବଚ୍ଛ ବତ୍କୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟକ୍ଷ ମହୋଦୟଙ୍କ କରକମଳରେ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏନ୍.ସି.ସି. ଅଧିକାରୀ ମେଜର ଡ. ଶଂକର ପ୍ରସାଦ ଅଧିକାରୀ, ଯୁବ ରେଡକ୍ରସର ଯୁଗ୍ମ ଉପଦେଷ୍ଟା ରାଜେଶ୍ କୁମାର ସାହୁ ଏବଂ ଅଜିତ୍ କୁମାର ମୁନୀ, ଏନ୍ଏସ୍ଏସ୍ ର ଅଧିକାରୀ ପବିତ୍ର ଧଙ୍ଗଡାମାଝି ଏବଂ ରୋଭର୍ସ ରେଂଜର ଗାଇଡ୍ ସୁଶ୍ରୀ ମିନତି ବେହେରାଙ୍କ ସଂଯୋଜନା ତଥା ସୁପରିଚାଳନାରେ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇପାରିଥିଲା। ପିଇଟି ସନ୍ତୋଷ କୁମାର ପ୍ରଧାନ, ଅଧ୍ୟାପକ ସୁଧୀର କୁମାର ସାହୁ, ସରୋଜ କୁମାର ପଣ୍ଡା, ଧନଞ୍ଜୟ ମହାପାତ୍ର, ସନାତନ ପାଢୀ, ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ। ପରିଶେଷରେ ଏନ୍.ସି.ସି. କ୍ୟାଡେଟ୍, ସ୍ବେଚ୍ଛାସେବୀ ତଥା ଛାତ୍ରଛାତ୍ରୀଙ୍କ ଦ୍ବାରା ଦେଶପ୍ରେମର ଭବ୍ୟ ସାସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe