ବୁଧବାର ଦିନ ପ୍ରାୟ ୧ଘ ୩୦ ମିନିଟ୍ ସମୟରେ କନ୍ତିଆ ଗ୍ରାମ ପଞ୍ଚାୟତ ର ଭଗବତ ବାସୁଦେବ ବିଦ୍ୟାପୀଠ , କନ୍ତିଆ ର ନବମ ଶ୍ରେଣୀ ଗ୍ରୁହର ଛାତରୁ ପାଲଷ୍ଟର ଛିଣ୍ଡିପଡିଛି ଫଳରେ ଛାତ୍ରଛାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ଟି ଖାଇବାଛୁଟି ସମୟରେ ଘଟଣାଟି ଘଟିଥିବାରୁ ଶ୍ରେଣୀ ଗ୍ରୁହରେ କେହି ନଥିଲେ । ତେବେ ସ୍ମାର୍ଟ ସ୍କୁଲର ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବା ନେଇ ଅଭିଭାବକ ମହଲରେ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ଭଗବତ ବାସୁଦେବ ବିଦ୍ୟାପୀଠ କୁ ପ୍ରାୟ ୪୦ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟ ରେ ୩ମାସ ତଳେ ୫-ଟି ରୂପାନ୍ତରଣ କରାଯାଇଥିଲା କାମ ସରିବାର ୩ ମାସନପୂରୁଣୁ ବୁଧବାର ଦିନ ୧ଘ୩୦ମିନିଟ ସମୟରେ ଏହି ସ୍ମାର୍ଟ ସ୍କୁଲର ନବମ ଶ୍ରେଣୀ ଗ୍ରୁହର ଛାତରୁ ପ୍ଲାଷ୍ଟରଖସିପଡିଛି । ଏହି ଘଟଣା ଟି ପ୍ରଚାର ହେବା ମାତ୍ରେ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଟଣୀ ରୁ ବେଣୁଧର ବରାଳ ଙ୍କ ରିପୋର୍ଟ ସଂଘର୍ଷ ଟିଭି।