ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଉପର ମୁଣ୍ଡ ପାଣି ମହାନଦୀରେ ଆସି ଦୟା ,ରାଜୁଆ ଓ ମକରା ନଦୀରେ ପ୍ରବଳ ମାତ୍ରାରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକର ଓରବରସିଂହ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ହିରିମୂଳ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ।ସେହିପରି ବନ୍ୟା ପାଣି ସନ୍ଧ୍ୟା ସମୟରେ ଡିହ ଖଳା ଗାଁ ଦାଣ୍ଡରେ ପାଣି ପସିଯାଇଥିବା ଦେଖିବାକୁ ମିଳିଛି ।ଯଦି ଆମେ କହିବା ଓରବରସିଂହ ଗ୍ରାମ ପଂଚାୟତର ଅନେକ ଗାଁ ଏବେ ମଧ୍ୟ ପାଣି ଘେରରେ ଅଛି ।ଆମେ ଯଦି ଚାଷ କଥା ଆଲୋଚନା କରିବା ତାହାଲେ ଦୟା ,ରାଜୁଆ ଓ ମକରା ନଦୀରେ ବନ୍ୟା ଆସିବା ଫଳରେ ହେଟର ହେଟର ଚାଷ ଜମି ଜଳ ମଗ୍ନ ହୋଇଛି ।ସେପଟେ ବନ୍ୟାକୁ ଆଖି ଆଗରେ ରଖି ଖୋର୍ଦ୍ଧା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ବନ୍ୟା ମୁକାବିଲା ପାଇଁ ସଜାଗ ରହିଛି ବୋଲି ସୂଚନା ମିଳିଛି । ( ଖୋର୍ଦ୍ଧା ଜିଲ୍ଲା ରୁ ରିପୋର୍ଟ ସୂର୍ଯ୍ୟକାନ୍ତ ଦଳାଇ
ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଉପର ମୁଣ୍ଡ ପାଣି
By: SANGHARSA TV
0


