//BREAKING//
Loading...

ରେମୁଣା ରେ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ

ରେମୁଣା ରେ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ


   ରେମୁଣା 14/08 ବାଲେଶ୍ୱର ଜିଲ୍ଲା ରେମୁଣା ସ୍ଵାଭିମାନ ମଞ୍ଚ ତରଫ ରୁ ଅପରାହ୍ନରେ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ ହୋଇଥିଲା ! ଏ ଉପଲକ୍ଷେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ରେମୁଣା ଗୌଡିୟ ମଠ ନିକଟ ରୁ ଆରମ୍ଭ ହୋଇ ଶିଶୁ ମନ୍ଦିର ଛକ ଖୁସାଲି ଗଞ୍ଜ ତାରିଣୀ ଛକ ହାତିଆ ଗଣ୍ଡ ଛକ ରେମୁଣା ବଜାର ପରିକ୍ରମା କରି ମନ୍ଦିର ଛକ ରେ ଅଖଣ୍ଡ ଭାରତ ମାତା ପୂଜନ କାର୍ଯ୍ୟକ୍ରମ ହୋଇ ସମାପନ ହୋଇଥିଲା !
   ପଥ ପ୍ରାନ୍ତ ସଭା ରେ ମୁଖ୍ୟ ଅତିଥି ବିଶିଷ୍ଟ ଗବେଷକ ହରେକୃଷ୍ଣ ଗିରି, ସମ୍ମାନିତ ଅତିଥି ପୂର୍ବତନ ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଆର୍ ଏସ ଏସ ସହବିଭାଗ କର୍ଯ୍ୟବାହ ବିଷ୍ଣୁ ମୋହନ ପଣ୍ଡା ଯୋଗ ଦେଇ ଅଖଣ୍ଡ ଭାରତ ସମ୍ପର୍କ ରେ ବ୍ୟକ୍ତବ୍ୟ ରଖିଥିଲେ, ବିଶେଷ ଅତିଥି ଭାବେ ଯୋରନ୍ଦା ଆଶ୍ରମ ରୁ ବାବା ଅରୁପାନନ୍ଦ ଦାସ ଓ ବାବା ଭାବ ଦାସ ଉପସ୍ଥିତ ରହି ଆଶିର୍ବାଦ ମାର୍ଗ ଦର୍ଶନ କରିଥିଲେ ! ଏହି ଭବ୍ୟ କାର୍ଯ୍ୟକ୍ରମ ଡାକ୍ତର ଶ୍ରୀମାଧବ ସେଠୀ ଙ୍କ ସଂଯୋଜନା ରେ ଡମ୍ବରୁଧର ମହାପାତ୍ର, ବିକାଶ ପାଢ଼ୀ, ରାଜେନ୍ଦ୍ର ଦାସ, ମଞ୍ଜିତ ପଟ୍ଟନାୟକ, ହରେନ୍ଦ୍ର ମଣ୍ଡଳ, ହେମନ୍ତ ଦାସ, ପ୍ରସଂଜିତ୍ ମିଶ୍ର , ଗୌରାଙ୍ଗ ସେଠୀ ଓ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ବେହେରା ପ୍ରମୁଖ ଙ୍କ ପରିଚାଳନା ରେ 500 ରୁ ଉର୍ଦ୍ଧ୍ବ ଯୁବକ ମାନଙ୍କ ଦ୍ଵାରା ବିଶାଳ ତ୍ରିରଙ୍ଗା ଯାତ୍ରା ଏକ ସୁନ୍ଦର ଦିବ୍ୟ ଭବ୍ୟ ଆକର୍ଷଣୀୟ ଦେଶାତ୍ମବାଦ ର ପରିବେଶ ରେ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା !
  ଶେଷ ରେ ମଞ୍ଚ ର ସଭାପତି ଡ଼ା.ଶ୍ରୀମାଧବ ସେଠୀ ସଫଳ କାର୍ଯ୍ୟକ୍ରମ ପାଇଁ ରେମୁଣା ଅଞ୍ଚଳ ର ସମସ୍ତ ରାଷ୍ଟ୍ରବାଦି ଯୁବକ, ଜନ ସାଧାରଣ, ମିଡ଼ିଆ ବନ୍ଧୁ ତଥା ପୋଲିସ ପ୍ରଶାସନ ଙ୍କୁ ସାଧୁବାଦ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ !
   ମନ୍ଦିର ଛକ ରେ ନିର୍ମିତ ଅଖଣ୍ଡ ଭାରତ ମାତା ର ରଙ୍ଗୋଲି ଲୋକ ମାନଙ୍କ ମନ ମୋହିତ କରିବା ସହ ଚିତ୍ତାକର୍ଷକ ତ୍ରିରଙ୍ଗା ଯାତ୍ରା ରେମୁଣା ଅଞ୍ଚଳ ରେ ଏକ ଐତିହାସିକ କାର୍ଯ୍ୟକ୍ରମ ହୋଇଥିଲା ବୋଲି ଉପସ୍ଥିତ ଜନ ସାଧାରଣ ପ୍ରଶଂସା କରିଥିଲେ ! ତ୍ରିରଙ୍ଗା ଯାତ୍ରା ସମୟରେ ଅଞ୍ଚଳ ବାସୀ ଙ୍କ ଦ୍ଵାରା ଫୁଲ ପକାଇ ଶଙ୍ଖ ଧ୍ୱନି ଦ୍ଵାରା ସ୍ବାଗତ କରାଯାଇଥିଲା ! ଅଖଣ୍ଡ ଭାରତ ସମୃଦ୍ଧ ଭାରତ ର ସଙ୍କଳ୍ପ ନେଇ କାର୍ଯ୍ୟକ୍ରମ ସମାପନ ହୋଇଥିଲା ! ରେମୁଣା ରୁ ଉପେନ୍ଦ୍ର ଦଳେଇ ଙ୍କ ରିପୋର୍ଟ

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe