//BREAKING//
Loading...

ଧରାକୋଟ, ବସ ଷ୍ଟାଣ୍ଡ ପାଇଁ ଗାଁ ମେଳି

ଧରାକୋଟ, ବସ ଷ୍ଟାଣ୍ଡ ପାଇଁ ଗାଁ ମେଳି
....
ଧରାକୋଟ,30/8/23(ମନୋଜ କୁମାର ସାହୁ)
ବ୍ୟବହାର ଉପଯୋଗୀ ସ୍ଥାନରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଆଜି ଧରାକୋଟ ରେ ଗାଁ ମେଳି ଦେଖିବାକୁ ମିଳିଥିଲା । ଗାଁ ର କୋଠରୀ ସାହି, ବଜାର ସାହି,ନୂଆ ସାହି,ମେଡିକାଲ ସାହି,ସ୍ୱାଇଁ ସାହି,ମଝି ସାହି,ସାମନ୍ତ ସାହି,କୁମ୍ଭାର ସାହିର, ବଉଳ ମେଲା, ସ୍ଵପ୍ନେଶ୍ୱର ନଗର, ବଡଦାଣ୍ଡ ସାହି ପ୍ରଭୃତିର ଶହ ଶହ ଲୋକ ମେଳି ବାନ୍ଧି ଏକତ୍ରିତ ହୋଇଥିଲେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସାମନାରେ । ବଣିକ ସଂଘ,ବରିଷ୍ଠ ନାଗରିକ, ଓକିଲ,ସାମ୍ବାଦିକ ସହ ଗାଁ ଲୋକେ ମିଶି ବସ ଷ୍ଟାଣ୍ଡ ନିର୍ମାଣ ଉପରେ ନିଜ ନିଜର ମତ ରଖିଥିଲେ । ବରିଷ୍ଠ ନାଗରିକ ସୁନିଲ କୁମାର ଗୌଡ଼ ଙ୍କ ସଭାପତିତ୍ବରେ ଆୟୋଜିତ ବୈଠକ ରେ ସରପଞ୍ଚ ପୁନିଆ ଦାସ,ପୂର୍ବତନ ସରପଞ୍ଚ ଦିଲୀପ ସ୍ୱାଇଁ,ବଣିକ ସଂଘ ସଭାପତି ଗଣେଶ ପାତ୍ର,ପ୍ରଫୁଲ୍ଲ ପାଣିଗ୍ରାହୀ,କୃତିବାସ ସାହୁ,ଗୋଲକ ସାହୁ,ଅରକ୍ଷିତ ପାତ୍ର, ଶିବ ପ୍ରସାଦ ମହାନ୍ତି,ମିନ କେତନ ପାଣିଗ୍ରାହୀ,ରବୀନ୍ଦ୍ର ଘୋଷ,ତ୍ରିନାଥ ସାହୁ,ବଂଶୀଧର ତ୍ରିପାଠୀ,ରାଜେନ୍ଦ୍ର ବେହେରା, ଗୌର ହରି ଦାସ, ନିରଞ୍ଜନ ପଟ୍ଟନାୟକ,ସାମ୍ବାଦିକ ହୃଦାନନ୍ଦ ଜେନା, ବିଷ୍ଣୁ କେଶରୀ ଆଚାର୍ଯ୍ୟ ଓ ବିକ୍ରମ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଧରାକୋଟ ପଞ୍ଚାୟତ ନିକଟରେ ଅନୁଧ୍ୟାନ କମିଟି ପକ୍ଷରୁ ଚିହ୍ନଟ କରାଯାଇଥିବା ସ୍ଥାନରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଦାବୀ କରିଥିଲେ। ବୈଠକ ରେ ସର୍ବସମ୍ମତି କ୍ରମେ ଗଞ୍ଜାମ ଜିଲ୍ଲାପାଳ,ଭଞ୍ଜନଗର ଉପ ଜିଲ୍ଲାପାଳ,ତହସିଲଦାର, ଥାନା ଅଧିକାରୀ ଓ 5t ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପ୍ରକାଶ ଯୋଗ୍ୟ ରାଜସ୍ବ ବିଭାଗ ତରଫରୁ ଖମାର ପାଇତାରି ମୌଜାରେ ମୋ ବସ ଷ୍ଟାଣ୍ଡ ଯୋଜନାରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଯାହାକି ଧରାକୋଟ ଠାରୁ ଦେଢ଼ କିମି ଦୂରରେ ରହିଛି। ଏଣୁ ସାଧାରଣ ଜନତା ଙ୍କ ହିତ ଦୃଷ୍ଟିରୁ ଏହାକୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ କରିବା ପାଇଁ ଦାବୀ କରାଯାଉଛି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe