ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ଆସିକା, : ଆସିକା ଥାନା ସାହସପୁର ବଡଦାଣ୍ଡ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି ।
ପ୍ରକାଶ ଥାଉକି ଆସିକାଥାନା ସାହସପୁର ଗ୍ରାମର ବଡଦାଣ୍ଡର ବଂଶୀଧର ପ୍ରଧାନଙ୍କ ପୁଅ ଅଶୋକ ପ୍ରଧାନ ଗତ୧୧.୦୮.୨୦୨୩ ତାରିଖ ରାତି ପ୍ରାୟ ୯ଟା ବେଳେ ନିଜ ଘରକୁ ଫେରୁଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉକ୍ତ ଗ୍ରାମର ଗଗନ ମୁନିର ପୁଅ
ରାମକୃଷ୍ଣ ମୁନି (ଟିଙ୍ଗିରି ) ଅଶୋକକୁ
ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ
ଅଶୋକର ଗଳକାଟୀ ଦେଉଥିବା ବେଳେ କୌଶଳ କ୍ରମେ ଅଶୋକ ସେଠାରୁ ଦୌଡ଼ି ଆସୁଥିବା ସମୟରେ ଟିଙ୍ଗିରି ଅଶୋକର ପିଠିକୁ ବାରମ୍ବାର ଛୁରୀ ଭୁସି ଦେଇଥିଲା ଫଳରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅଶୋକ ଘଟଣାସ୍ଥଳରେ ପଡି ଯାଇଥିଲା ।
ଅଶୋକକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ
ତା’ ସାଙ୍ଗ ବୁଦ୍ଧିଆ ପ୍ରଧାନ, ଶିଶୁ
ପ୍ରଧାନ, ସୁନୀଲ କୁମାର ସ୍ୱାଇଁ ଆସିକା
ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଚିକିତ୍ସିତ
କରିଛନ୍ତି । ଏ ଘଟଣା ସମ୍ପର୍କରେ
ଆସିକା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି।