ଆସିକା ବିଜେଡ଼ିର ସାଂଗଠନିକ ବୈଠକ ରେ ଯୋଗ ଦେଲେ ମନ୍ତ୍ରୀ : ପ୍ରଦୀପ ଅମାତ
ଆସିକା /21.08.23(ମନୋଜ କୁମାର ସାହୁ)ଆସିକା ବ୍ଲକ ଦେବଭୂମି ପଂଚାୟତର କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ସଂlଗଠନିକ ବୈଠକ ବିଧାୟିକା ମଞ୍ଜୁଳା ସ୍ୱାଇଁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଜ୍ୟ ସରକାର ଙ୍କ ପଂଚାୟତରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ, ଆସିକା ସାଂସଦ ପ୍ରମିଳା ବିଷୋୟୀ, କବିସୂର୍ଯ୍ୟନଗର ବ୍ଲକ ଅଧକ୍ଷା ଜୋତ୍ରିମୟୀ ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ସୁରତ ପ୍ରଧାନ, ଆସିକା ସମବାୟ ବ୍ୟଙ୍କ ର ସଭାପତି ମଙ୍ଗୁଳୁ ସାହୁ, ଦିଲୀପ ପାଣିଗ୍ରାହୀ, ଅଭିମନ୍ୟୁ ନାହାକ, ଜିଲ୍ଲା ଯୁବ ସଭାପତି ନଚିକେତା ସ୍ୱାଇଁ, ସମିତି ସଭ୍ୟ ଅଶ୍ୱିନୀ ସ୍ୱାଇଁ, ଭଗବାନ ସାହୁ, ପୂର୍ବତନ ବ୍ଲକ ଉପଧକ୍ଷା ରବୀନ୍ଦ୍ର ସାମଲ, ଅନିଲ ନାହାକ, ଜିଲ୍ଲା ପରିଷଦ ସଦସ୍ୟ ମନୋଜ ଦୋରା, ତନ୍ମୟୀ ନାହାକ, ସଂଗୀତା ସ୍ୱାଇଁ, ବଳରାମ ପ୍ରଧାନ,ଏନ ଏ ସି ଉପାଧକ୍ଷା ଜୟନୀ ବିଷୋୟୀ,ବିଜୁ ଜନତା ଦଳ ମହିଳା ସଭାପତି ରଶ୍ମିତା ସେନାପତି, ପ୍ରମୁଖ ଯୋଗ ଦେଇଥିବା ବେଳେ ବ୍ଲକ ସଭାପତି ରାଜେଶ ପଟନାୟକ ପରିଚାଳନା କରିଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ର ପୁରାତନ ମଠ, ମନ୍ଦିର, ପର୍ଯ୍ୟଟନସ୍ଥଳ, ଦାର୍ଶନିୟ ସ୍ଥାନ, କଲେଜ, ମାନଙ୍କ ର ଉର୍ନ୍ନତି କରଣ, ସୌନ୍ଦର୍ଯ୍ୟ ପାଇଁ ପ୍ରଚୁର ଆର୍ଥିକ ଅନୁଦାନ ଦେବା ନିମନ୍ତେ ପ୍ରତିଶୃତି ବଦ୍ଧ ଅଛନ୍ତି ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି l ଏଥି ସହିତ ଶିଶୁ ମାନଙ୍କ ପାଠ ପଢ଼ା ପାଇଁ ୱାଇ ଫାଇ ର ସୁ ବ୍ୟବସ୍ଥା କରିଛନ୍ତି l 05 ଟି ସେକ୍ରେଟାରୀ v କାର୍ତ୍ତିକେନ ପାଣ୍ଡିଆନ ଗ୍ରସ୍ଥ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ରୋଡ଼ ମେପ ପ୍ରସ୍ତୁତ ହୋଇଥିଲା l ଏଥି ସହିତ ନିର୍ବାଚନ ମଣ୍ଡଳୀ ର ଛାତ୍ର, ମହିଳା, ଯୁବକ ମାନଙ୍କୁ ବିଜୁ ଜନତା ଦଳ କିଭଳି ଶକ୍ତି ଶାଳୀ ହେବ ସେଥି ନିମନ୍ତେ ଗୁରୁମନ୍ତ୍ର ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ଜୟନ୍ତୀ ବେହେରା,ଜୟସେନ ସ୍ୱାଇଁ, ସନ୍ତୋଷ ନାହାକ,ତାରିଣୀ ସେନାପତି,ପ୍ରଦୀପ ମୁନି, ଜିତୁ ମହାରଣା, କେଶବ ଦାସ, ବିଜୟ ନାହାକ,ପ୍ରମୁଖ ଉପସ୍ଥିତ ରହିଥିଲେ l