ଆସିକା 12/09/23(ମନୋଜ କୁମାର ସାହୁ)
ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ତଥା ଫାଇଭ ଟି ସଚିବ ଭି କେ ପାଣ୍ଡିଆନ ଙ୍କ ତିନିଦିନିଆ ଗଞ୍ଜାମ ଗ୍ରସ୍ଥ ରେ ଆସି ଗତ 26 ତାରିଖ ଦିନ ଆସିକା କଲେଜ ପଡିଆ ରେ ହଜାର ହଜାର ଲୋକଙ୍କ ଠାରୁ ଅନେକ ଅଭିଯୋଗ ଗ୍ରହଣ କରିଥିଲେ l ସେଥିମଧ୍ୟରୁ ସେ କହିଥିଲେ ମଠ, ମନ୍ଦିର, ମସଜିଦ, ଚର୍ଚ୍ଚ, ଗୋଷ୍ଠି କେନ୍ଦ୍ର,କଲ୍ୟାଣ ମଣ୍ଡପ, ସମାଜ କୋଠ ଘର,ନିର୍ମାଣ ସକାଶେ ଆସନ୍ତା ସାତ ଦିନ ମଧ୍ୟରେ ନିଶ୍ଚୟ ଭାବେ ସୁ ସମ୍ବାଦ ପାଇବେ ବୋଲି ଜଣ ଅଭିଯୋଗ ସଭା ରେ କହିଥିଲେ l ସେହି କ୍ରମ ରେ ଆସିକା ବ୍ଲକ ର 27 ପଂଚାୟତ ଏବଂ ଆସିକା ଏନ ଏ ସି ର 18 ଗୋଟି ୱାର୍ଡ ରୁ ଗ୍ରହଣ କରିଥିବା ଅଭିଯୋଗ କୁ ଉଚିତ ମନେ କରି 04.କୋଟି 50 ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି l ଏହି ଖବର ବ୍ଲକ ପକ୍ଷରୁ ଶୁଣିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ,ସ୍ଥାନୀୟ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଗଞ୍ଜାମ ଜୋନ ବିଜୁ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବି ଜେ ଡି ନେତା ଭଗବାନ ସାହୁ, ବ୍ଲକ ସଭାପତି ରାଜେଶ ପଟନାୟକ, ବ୍ଲକ ଅଧକ୍ଷ ପ୍ରତିନିଧି ସନ୍ୟାସୀ ନାହାକ, ମନୋଜ ଦୋରା ଙ୍କୁ ସାଧୁବାଦ ଓ ଶୁଭେଚ୍ଛା ଜଣାଇଛନ୍ତି l