...................................
ଆସିକା 11/9/23(ମନୋଜ କୁମାର ସାହୁ)ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇଛି l ଆଗାମୀ 2030 ସୁଦ୍ଧା ଶିଶୁ ମୃତ୍ୟୁକୁ ସମାପ୍ତ କରିବା ସହ ସ୍ଥାୟୀ ବିକାଶ ଲକ୍ଷ ହାସଲ କରିବା ମିଶନ ଇନ୍ଦ୍ରଧନୁ ର ମୂଳ ଲକ୍ଷ l ଏଥି ନିମନ୍ତେ ଆସିକା ବ୍ଲକ ର 27 ଗୋଟି ପଂଚାୟତ ର 23 ଗୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନଙ୍କ ରେ ମିଶନ ଇନ୍ଦ୍ରଧନୁ ଆଜିଠାରୁ ଆରମ୍ଭ ହୋଇ ଶନିବାର ଦିନ ଶେଷ ହେବ l ଏହି କାର୍ଯ୍ୟକ୍ରମ ରେ 21 ଜଣ ସ୍ୱାସ୍ଥ୍ୟ କର୍ମୀ, 12 ଜଣ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ନିଜ ଅଂଚଳ ର ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ମାନଙ୍କୁ ନେଇ ଜନ୍ମ ଠାରୁ ପାଞ୍ଚ ବର୍ଷ ମଧ୍ୟରେ ଥିବା 292 ଜଣ ଶିଶୁ କୁ ଛଅ ଦିନ ମଧ୍ୟରେ ଟୀକାକରଣ ରେ ସାମିଲ କରାଯିବ l ଶିଶୁ ମାନଙ୍କୁ ମିଳିମିଳା, ଯକ୍ଷ୍ମା, ତାରାଲଝାଡା, ଜାପାନୀ ଜ୍ଵର, କଣ୍ଠ ଅଳତୀ,
ଲହରl କାଶ, ଧନୁଷ୍ଟଙ୍କର, ଖାଦ୍ୟସାର-କ,ପୋଲିଓ, ଆଦି ରୋଗ ରୁ ମୁକ୍ତ ହୋଇ ଶିଶୁ ମୃତ ନ ହୋଇ ସୁସ୍ଥ ଶିଶୁ କିଭଳି ରହିବ ସେଥିପାଇଁ ଏହି ପ୍ରୟାସ କରାଯାଇଛି l ସ୍ୱାସ୍ଥ୍ୟ କର୍ମୀ ମାନେ ଘର ଘର ବୁଲି ଟୀକାକରଣ କୁ ସଫଳ ପାଇଁ ସ୍ବାସ୍ଥ୍ୟ ବିଭାଗ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରଯାଇଛି। ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଭରପ୍ରପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ମଧୁସୂଦନ ବାରିକ, ସମନ୍ୱିତ ଶିଶୁ ବିଭାଗ ଅଧିକାରିଣୀ ଭାଗ୍ୟଲତା ପାତ୍ର କାଯ୍ୟକ୍ରମ ପରିଚାଳକ ସାଗରୀକା ମିଶ୍ର, ସରୋଜ ପାଢ଼ୀ, ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କୁବେର ପାତ୍ର ପ୍ରମୁଖ ଆଜିର ଏହି କାର୍ଯ୍ୟକ୍ରମ କୁ ଶୁଭଆରମ୍ଭ କରିଥିଲେ l ଆସିକା ବିଡ଼ିଓ ଫକୀର ଚରଣ ପରିଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟରତ ଆଶା ଓ ଅଙ୍ଗନୱାଡ଼ି କର୍ମୀ ଟୀକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛନ୍ତି । ଏହି ଅବସରରେ ଟୀକା କରଣ ରୁ ବଞ୍ଚିତ ହୋଇ ରହିଥିବା ଶୂନ ରୁ ପାଞ୍ଚ ବର୍ଷ ବୟସ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଟୀକାକରଣ କରାଉଛନ୍ତି l । ଶିକ୍ଷା ବିଭାଗ ଓ ସମନ୍ୱିତ ଶିଶୁ ବିଭାଗ ତରଫରୁ କାର୍ଯ୍ୟକ୍ରମକୁ ସହଯୋଗ କରିଛନ୍ତି l