//BREAKING//
Loading...

ଆସିକା ଏଲ ଆଇ ସି ପକ୍ଷରୁ 67 ତମ ବୀମା ସପ୍ତାହ ଉଦଯାପିତ

ଆସିକା 07/09/23
ଆସିକା ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟଳୟ ପକ୍ଷରୁ 67 ତମ ଜୀବନ ବୀମା ସପ୍ତାହ ଉଦଯାପିତ ହୋଇଛି l ସେପ୍ଟେମ୍ବର ପ୍ରଥମ ଦିବସ ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଆଜି ଶେଷ ହୋଇଛି l ଜୀବନ ବୀମା ଆସିକା ଶାଖା ପକ୍ଷରୁ ସପ୍ତାହ ବ୍ୟାପି ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l ସୁନ୍ଦର ଚିତ୍ରାଙ୍କନ ପରୀକ୍ଷା, ଭାଷଣ ପ୍ରତିଯୋଗିତା ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଭାରତୀୟ ଜୀବନ ବୀମା ନିଗମ ଆସିକା ଶାଖା ଅଧୀନରେ 08 ଗୋଟି ବ୍ଲକ କୁ ନେଇ ପୋଲସରା, ପୁରୁଷୋତ୍ତମପୁର ଏବଂ ଆସିକା ଶାଖା ର 50ଜଣ କର୍ମଚାରୀ ଏବଂ 950 ଜଣ ଏଜେଣ୍ଟ ଦ୍ୱାରା ଗତ ଆର୍ଥିକ ବର୍ଷ ରେ ଆସିକା ଶାଖା 23,800ଜଣ ହିତାଧିକାରୀ ମାନଙ୍କ ପାଖରେ ପହଁଚି 34 କୋଟି 50 ଲକ୍ଷ ଟଙ୍କାର ବୀମା ଯୋଜନାରେ ପହଂଚି ପାରିଛି l ଚଳିତ ବର୍ଷ 24,500 ପଲିସ ଧାରୀ ଙ୍କ ପାଖରେ ପହଂଚି 40 କୋଟି 50 ଲକ୍ଷ ଟଙ୍କା ର ଵ୍ୟବସାୟ କରାଯିବା ନିମନ୍ତେ ଲକ୍ଷ ରଖିଛି l ଆସିକା ଜୀବନ ବୀମା ନିଗମ କାର୍ଯ୍ୟଳୟ 688 ଜଣ ମୃତ୍ୟୁ ବରଣ କରିଥିବା ପଲିସଧାରୀଙ୍କ ଉତ୍ତରାଅଧିକାରୀ ମାନଂକୁ ସେମାନଙ୍କ 16 କୋଟି ଟଙ୍କାର ବୀମା ପଲିସ ଟଙ୍କା ସହାୟତା ପ୍ରଦାନ କରାଯାଇଛି l ଚଳିତ ବର୍ଷ ବ୍ରହ୍ମପୁର ଡିଭିଜନ ରେ ଆସିକା ଜୀବନ ବୀମା କାର୍ଯାଳୟ ର ମହିଳା ଦକ୍ଷ ଏଜେଣ୍ଟ କଲ୍ୟାଣୀ ରାଉତ ଚଳିତ ବର୍ଷ 851 ଗୋଟି ପଲିସ କରି ଜିଲ୍ଲା ରେ ଶ୍ରେଷ୍ଠ ସ୍ଥାନ ରଖିଛି l ଶ୍ରୀମତୀ ରାଉତ ଙ୍କୁ ଶ୍ରେଷ୍ଠ ଏଜେଣ୍ଟ ରୂପେ ପୁରସ୍କୃତ କରାଯାଇଛି l ଉଦଯାପନୀ କାର୍ଯ୍ୟକ୍ରମ ରେ ଜୀବନ ବୀମା ର ଆସିକା ଶାଖା ର ମୁଖ୍ୟ ପରିଚାଳକ ସଂଜୀବ କୁମାର ରଥ, ସହ ପରିଚାଳକ ସରୋଜ କୁମାର ପାତ୍ର, ଦିଲୀପ କୁମାର ସାମନ୍ତରାୟ,
ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୁତ କରିଥିଲେ l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe