ଗଞ୍ଜାମ 29/09/23(sangharsatv) ଆସ୍କା,ସ୍ଥାନୀୟ ସାବିତ୍ରୀ କଲ୍ୟାଣ ମଣ୍ଡପ ଠାରେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ର 98ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ବ୍ୟାଙ୍କ ସଭାପତି ମଙ୍ଗୁଳୁ ଧର ସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପସଭାପତି ଜ୍ୟୋତୀ ପ୍ରଭା ବାରିକ,ପରିଚାଳନା ବୋର୍ଡ ର ନିର୍ଦ୍ଦେଶକ ତନୁଳତା ବିଷୋୟୀ, ପ୍ରମୋଦ ସ୍ୱାଇଁ,କେଳା ନାୟକ, ନାରସୁ ପ୍ରଧାନ, ଗଙ୍ଗାଧର ପାତ୍ର, ସୁମନ୍ତ ବିଶୋଇ,ବସନ୍ତ ସ୍ୱାଇଁ, ବିପିନ ସ୍ୱାଇଁ, ହୃଷିକେଶ ମେହେଣା, ନନ୍ଦିନୀ ଭୂୟାଁ, ଯୋତ୍ସା ଗୌଡ଼ ପ୍ରମୁଖ ଉପସ୍ଥିତ ଥିବା ବେଳେ ବ୍ୟାଙ୍କ ସମ୍ପାଦକ ନାରାୟଣ ମାଢେଇ ବିବରଣୀ ପଠନ କରିଥିଲେ l ବୈଠକ ଆରମ୍ଭରୁ ନିର୍ଦ୍ଦେଶକ ପ୍ରମୋଦ ସ୍ୱାଇଁ ସମେତ ବହୁ ନିର୍ଦ୍ଦେଶକ ମିଶି ସମ୍ପାଦକ ଙ୍କୁ ବୋର୍ଡ ବୈଠକ ନକରି ସାଧାରଣ ସଭା କରିବା, ବୋର୍ଡ ବୈଠକ ରେ ଆୟ ବ୍ୟୟ ର ହିସାବ ନଦେବା, ସଭାପତି ଙ୍କ ଗ୍ରସ୍ତ ଖର୍ଚ୍ଚ ବୋର୍ଡ ବୈଠକ ରେ ପାସ ନକରିବା, ଅବସର ପରେ କର୍ମଚାରୀ ମାନଙ୍କୁ ସଠିକ ସମୟରେ ଗ୍ରାଚୁଟି ଟଙ୍କା ନଦେଇ ପରେ ଲକ୍ଷ ଲକ୍ଷ ଟଙ୍କା କଳନ୍ତର ହିସାବରେ ପ୍ରଦାନ କରିବା, ପୂର୍ବ ବୈଠକ ର ନିତି ନିର୍ଦ୍ଧରଣକୁ ପରବର୍ତୀ ସମୟରେ ପରିବର୍ତ୍ତନ କରିବା, ବୋର୍ଡ ବୈଠକ ର ନିର୍ଦ୍ଧରଣ କପି 78 ଘଣ୍ଟା ମଧ୍ୟରେ ନଦେବା, କର୍ମଚାରୀ ଟଙ୍କା ହଡପ କରିଥିବା ଅଭିଯୋଗ ର ତଦନ୍ତ ରିପୋର୍ଟ ନଆସିବା ଭଳି ଅନେକ ସମସ୍ୟା ନେଇ ନିର୍ଦ୍ଦେଶକ ପ୍ରମୋଦ ସ୍ୱାଇଁଙ୍କ ନେତୃତ୍ୱରେ 07 ଜଣ ନିର୍ଦ୍ଦେଶକ ମାନେ ପ୍ରଶ୍ନ ପଚାରି ବୈଠକରୁ କିଛି ସମୟ ବିରତି ରହିଲେ l ଆଜିର ସାଧାରଣ ପରିଷଦ ବୈଠକ ରେ 97 ତମ ବାର୍ଷିକ ଅଧିବେଶନ ର ବିବରଣୀ ପଠନ ଏବଂ ଅନୁମୋଦନ,2022-23 ଆର୍ଥିକ ବର୍ଷ ର ବାର୍ଷିକ ବିବରଣୀ ପଠନ ଏବଂ ଅନୁମୋଦନ, ଆୟ ବ୍ୟୟ ହିସାବ ପଠନ ଓ ଅନୁମୋଦନ,2023-24 ଓ 2024-25 ବର୍ଷ ର ବଜେଟ ଓ ଉନ୍ନୟନ ଯୋଜନା କୁ ଅନୁମୋଦନ, ବ୍ୟାଙ୍କର ଅଧିକୃତ ପୁଞ୍ଜିର ସଂଶୋଧନ ନିମନ୍ତେ ଅନୁମୋଦନ,2023-24 ମାସିକ ସମୀକ୍ଷା ପାଇଁ ନିୟୋଜିତ ହୋଇଥିବା ଚାର୍ଟଡ଼ ଫର୍ମ ର ଅନୁମୋଦନ, ସରକାରୀ ନିବେଶର ଅନୁମୋଦନ, ମାନବ ସମ୍ବଳନିତୀର ସଂଶୋଧନ ର ଅନୁମୋଦନ କରାଯାଇଥିଲା l ଶେଷରେ ସମ୍ପାଦକ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ବୈଠକ ରେ 191 ସମବାୟ ସମିତି ଶତାଧିକ ସଦସ୍ୟ ଯୋଗ ଦେଇଥିଲେ l