ରାୟଗଡା ରେଳବାଇ ଷ୍ଟେସନରେ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ଟ୍ରେନ ଯୋଗେ ଯାତାୟାତ କରିବା ନିମନ୍ତେ ଟ୍ରେନ ପାସ ଯୋଗାଇ ଥିଲେ। ଆଜି ରାୟଗଡା ଜିଲ୍ଲାର ରେଲୱେ ଷ୍ଟେସନଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ! ସୂଚନା ଏହି ଦିବ୍ୟାଙ୍ଗ ଟ୍ରେନ ପାସ ନିମନ୍ତେ ଦିବ୍ୟାଙ୍ଗ ବ୍ୟକ୍ତି ମାନେ ଆନ୍ଧ୍ରା ପ୍ରଦେଶର ବିଶାଖାପାଟଣା କାର୍ଯ୍ୟଳୟକୁ ବାରମ୍ବାର ଯାଇ ଅନେକ ଥର ହନ୍ତସନ୍ତ ହେଉଥିଲେ। ଏହି ସୁବିଧା ରାୟଗଡା ରେଳବାଇ ଷ୍ଟେସନରେ ଉପଲୋବଧ ହେଇଥିବାରୁ ଦିବ୍ୟାଙ୍ଗ ବ୍ୟକ୍ତି ମାନେ ଭିନ୍ନକ୍ଷମ ମହାସଂଘ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ। ଭିନ୍ନକ୍ଷମ ମହାସଂଘ ସଭାପତି ଓ ଉପସଭାପତି ଓ ସମ୍ପାଦକ ପକ୍ଷରୁ ଟ୍ରେନପାସ ନିମନ୍ତେ ଅନେକ ଥର ବିଶାଖାପାଟଣା ରେଳବାଇ କାର୍ଯ୍ୟାଳୟକୁ ଯାଇ ସେମାନଙ୍କୁ ଯୋଗାଯୋଗ ଓ ଆଲୋଚନା କରି ରାୟଗଡା ସହରରେ ଟ୍ରେନ ପାସ ଯୋଗାଇବା ରାଜି କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାୟଗଡା ଭିନ୍ନକ୍ଷମ ମହାସଂଘର ସଭାପତି ଶ୍ରୀଯୁକ୍ତ ରାକେଶ ଚନ୍ଦ୍ର ହିମିରିକା, ଉପସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର ଓ ସମ୍ପାଦକ ଜଳନ୍ଧର ବାଚେଲି ପ୍ରମୁଖ ଉପସ୍ଥିତ ଥିଲେ ! ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କିଛି ଦିବ୍ୟାଙ୍ଗ ମାନଙ୍କ ଟ୍ରେନ ପାସ କାର୍ଡ ବଣ୍ଟନ କରାଯାଇଥିଲା ! ଆଗାମୀ ଦିନରେ ଏହି ସୁବିଧାରୁ ବଞ୍ଚିତ ଥିବା ଭିନ୍ନକ୍ଷମମାନଙ୍କୁ ମଧ୍ୟ ଏହି ସୁବିଧାରେ ସାମିଲ କରାଯିବ ! ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାୟ ସାତ (7) ଜଣଙ୍କୁ ଟ୍ରେନ ପାସ କାର୍ଡ ବଣ୍ଟନ କରାଗଲା ! ଆମ ଜିଲ୍ଲାର ସବୁ ବ୍ଲକର ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କୁ ବିଶେଷ ଅନୁରୋଧ କରୁଛୁ କି ଆପଣଙ୍କ ଯେକୌଣସି ଅସୁବିଧା ଥିଲେ ଆମକୁ ଜଣାନ୍ତୁ ! ଭଗବାନଙ୍କ ସହ ଆପଣଙ୍କ ଆଶୀର୍ବାଦ ଆମ ଉପରେ ଏମିତି ଥାଉ ଓ ଆମକୁ ଏମିତି କିଛି ଶକ୍ତି ମିଳୁ ଆମେ ଆହୁରି ଅଧିକ କିଛି କରିପାରିବୁ !
ଭିନ୍ନକ୍ଷମ ମହାସଂଘ ତରଫରୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଟ୍ରେନ ପାସ ଯୋଗାଇ ଦେଇଛନ୍ତି।
By: SANGHARSA TV
0