//BREAKING//
Loading...

ବିଜୁ ପକ୍କାଘର ଟଙ୍କା ହଡପ ନେଇ ଅଭିଯୋଗ ଆଣିଲେ ହିତାଧିକାରୀ


ଯୋଡ଼ା :୨୫/୦୯: ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସେଥିମଧ୍ୟରୁ ପକ୍କାଘର ଯୋଜନା ଅନ୍ୟତମ । ଏହି ଯୋଜନାର ମୂଳ ଉଦେଶ୍ୟ ଗରିବ ଲୋକଟିଏ ଖରା ବର୍ଷାରୁ କିଭଳି ନିଜକୁ ସୁରକ୍ଷିତ ରଖି ପାରିବ । କିନ୍ତୁ ସରକାରୀ ବାବୁମାନେ ଯୋଜନା ଗୁଡିକୁ ସଫଳ ରୂପାୟନ ଦେବାକୁ ଯାଇ ଗରିବ ଲୋକମାନଙ୍କୁ ଲୁଟି ଚାଲିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅଂସେଇକଳା ପଞ୍ଚାୟତ ସାନବଡ଼ବିଲ ଗ୍ରାମର । ଉକ୍ତ ଗ୍ରାମର ମିଲୁ ଓରାମ ନାମକ ହିତାଧିକାରୀଙ୍କ ନିକଟରେ । ଗତ ୦୧/୦୭/୨୦୧୬ ମସିହାରେ ସାନବଡ଼ବିଲ ଗ୍ରାମର ମିଲୁ ଓରାମଙ୍କୁ ପକ୍କାଘର ପାଇବାର ଯୋଗ୍ୟ ହିତାଧିକାରୀ ରୂପେ ଚୟନ କରାଯାଇ ବିଜୁ ପକ୍କାଘର ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ଦିଆଯାଇଥିଲା । ପକ୍କାଘର ନିର୍ମାଣ ନିମନ୍ତେ ତାଙ୍କୁ ତିନୋଟି କିସ୍ତିରେ ଏକଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେ ସମୟରେ ବିଜୁ ପକ୍କାଘର ନିର୍ମାଣ ନିମନ୍ତେ ଏକଲକ୍ଷ ତିରିଶ ହଜାର ଟଙ୍କା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବାର ପ୍ରାବଧାନ ଥିବାବେଳେ ତାଙ୍କୁ ଏକଲକ୍ଷ ଟଙ୍କା ମିଳିଥିବାରୁ ତତ୍କାଳୀନ କନିଷ୍ଠ ଯନ୍ତ୍ରୀଙ୍କୁ ସେ ବାରମ୍ବାର ଅଭିଯୋଗ କରି ଆସିଛନ୍ତି । ଏହାରି ମଧ୍ୟରେ ୬ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କୁ ତାଙ୍କର ଟଙ୍କା ମିଳିନଥିବା ସେ କହିଛନ୍ତି । ତତ୍କାଳୀନ କନିଷ୍ଟ ଯନ୍ତ୍ରୀ ରାଜଳଷ୍ମୀ ସିଂ ଉକ୍ତ ହିତାଧିକାରୀ ଜଣଙ୍କୁ ପ୍ରତି ସମୟରେ ଟଙ୍କା ଆସିଯିବ କହି ଦୀର୍ଘ ୬ବର୍ଷ ହେବ ଠକି ଚାଲିଛନ୍ତି । କିଛିଦିନ ପୂର୍ବରୁ କନିଷ୍ଠ ଯନ୍ତ୍ରୀ ରାଜଳଷ୍ମୀ ସିଂ ଯୋଡ଼ା ବ୍ଲକ କାର୍ଯ୍ୟାଳୟରୁ ଅନ୍ୟତ୍ର ବଦଳି ହୋଇ ଯାଇଥିବା ମିଲୁ ଓରାମ ଜାଣିବାକୁ ପାଇଥିଲେ ଏବଂ ତାଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ମିଲୁ ଅନ୍ୟ ଉପାୟ ନପାଇ ଆଜି ସୋମବାର ସକାଳ ୧୧ ଘଟିକା ସମୟରେ ବ୍ଲକ କାର୍ଯ୍ୟାଳୟରେ ପହଂଚି ବ୍ଲକ ଅଧକ୍ଷ କବିନ୍ଦ୍ର ନାଏକଙ୍କୁ ସମସ୍ତ କଥା ଜଣାଇବା ପରେ ଟଙ୍କା ହଡପ ନେଇ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଗରିବ ଲୋକଙ୍କ ପ୍ରତି ସରକାରୀ ଅଫିସର ମାନଙ୍କର ଏଭଳି ମନୋଭାବକୁ ସାଧାରଣରେ ଘୋର ନିନ୍ଦା କରାଯାଇଛି । ମିଲୁ କେବେ ତାଙ୍କର ହକ ଟଙ୍କା ଫେରି ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe