ମଞ୍ଚସ୍ଥ ନାଟକ ଅମାନିଆକୁ ଯମଦଣ୍ଡ
ଆସିକା ଏନ ଏ ସି ପକ୍ଷରୁ ସ୍ୱଚ୍ଛ ଦିବସ ଅବସରରେ ମଞ୍ଚସ୍ଥ ହୋଇଛି ନାଟକ ଅମାନିଆକୁ ଯମଦଣ୍ଡ.ଏନ ଏ ସି ଅଧ୍ୟକ୍ଷା ବିନେତା ସ୍ୱାଇଁ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି ସମାଜସଚେତନ ମୂଳକ ନାଟକଟି ବେଶ ଦର୍ଶକୀୟ ଆଦୃତ୍ତି ଲାଭ କରିପାରିଛି. ହରିହର ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି ନାଟକ ପ୍ରସ୍ତୁତି ହୋଇଥିବା ବେଳେ ଏହାର କାହାଣୀ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ଯୁବ ନାଟ୍ୟକାର ତଥା ନିର୍ଦ୍ଦେଶକ ରତ୍ନାକର ଶିୟ. ଆସିକା ଏନ ଏ ସିର ସମସ୍ତ ଉନ୍ନୟନ ମୂଳକ ଯୋଜନା ଓ କାର୍ଯ୍ୟକଳାପ ସମ୍ପର୍କରେ ନାଟକ ମଧ୍ୟରେ ଦର୍ଶାଯାଇଥିବା ବେଳେ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରାଯାଇଛି. ନାଟକୀୟତା, ବ୍ୟଙ୍ଗ ଓ ନିଖୁଣ ଅଭିନୟ ସମସ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା. ନାଟକରେ ଅଭିନୟ କରିଥିବା ସମସ୍ତ କଳାକାରଙ୍କ ନିଖୁଣ ଅଭିନୟରେ ମୁଗ୍ଧ ହୋଇ ଏନ ଏ ସି ଅଧ୍ୟକ୍ଷା ବିନେତା ସ୍ୱାଇଁ ସମସ୍ତ କଳାକାର ମାନଙ୍କୁ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ. ନାଟକ ଶେଷରେ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ସଠିକ ଉତ୍ତର ଦାତାଙ୍କୁ ପୁରସ୍କାର ଦିଆଯାଇଥିଲା.ସାଂସଦ ପ୍ରତିନିଧି ତଥା ବରିଷ୍ଠ ବିଜେଡି ନେତା ସତ୍ୟନାରାୟଣ ସ୍ୱାଇଁ ସମସ୍ତ କଳାକାର ଓ ସଂଗୀତ ପରିବେଷଣକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ. ନାଟକର ସମସ୍ତ ଚରିତ୍ର ଉଚ୍ଚ କୋଟୀର ଅଭିନୟ କରିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଯୁବ କଣ୍ଠଶିଳ୍ପୀ ରୋଶନ କୁମାର ବୈଠାରୁ. ରୁପସଜ୍ଜା ସାଙ୍ଗକୁ ଚିତ୍ରାଳୟ ଭାର ସମ୍ଭାଳିଥିଲେ ମିଶ୍ର ବାବୁ.ଯୁବ କ୍ରୀଡ଼ାବିତ ତଥା ସାମ୍ବାଦିକ ପ୍ରଶାନ୍ତ କୁମାର ମୁନି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ.ଆସିକା ଅଂଚଳରେ ଏହି ନାଟକ ଚର୍ଚ୍ଚା ସାଉଁଟି ଥିବା ବେଳେ ସଚେତନ ବାର୍ତ୍ତା ପ୍ରଦାନ କରିପାରିଛି.